Posted inଜାତୀୟ

୮ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତ ୯୦୦ ତଳେ…

ନୂଆଦିଲ୍ଲୀ,୩୧।୧ : ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ (ଏଚଏମଆଇଏସ) ରିପୋର୍ଟରେ ଦେଶରେ ଜନ୍ମ ସମୟରେ ଲିଙ୍ଗ ଅନୁପାତର ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ପୁଅ ତୁଳନାରେ ଝିଅମାନଙ୍କର ହାରାହାରି ଜନ୍ମ ସଂଖ୍ୟା୨୦୨୧-୨୨ ବର୍ଷରେ ୨୦୧୩-୧୪ ପରଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ହ୍ରାସ ପାଇଛି।
୨୦୨୦-୨୧ ମସିହାରେ ଦେଶରେ ୧୦୦୦ପୁଅଙ୍କ ତୁଳନାରେ ୯୩୭ ଝିଅ ଜନ୍ମ ହୋଇଥିଲେ। ସେହି ସମୟରେ, ୨୦୨୧-୨୨ବର୍ଷରେ ଏହି ସଂଖ୍ୟା ୯୩୪କୁ ହ୍ରାସ ପାଇଥିଲା ।ଏହା ବ୍ୟତୀତ ଭାରତର ଆଠଟି ପ୍ରମୁଖ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଜନ୍ମ ହାରରେ ହ୍ରାସ ଘଟିଛି।

ଏହି ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ହରିୟାଣାର ଲିଙ୍ଗ ଅନୁପାତରେ ପୁଣି ଥରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି। ହରିୟାଣାରେ ଲିଙ୍ଗ ଅନୁପାତ ୯୦୧ ରହିଛି। ଯାହା ଜାତୀୟ ହାରାହାରି ୯୪୦ ଠାରୁ କମ। ୨୦୦୧ ମସିହା ପୂର୍ବରୁ, ଲିଙ୍ଗଗତ ଅନୁପାତରେ ଏଭଳି ପାର୍ଥକ୍ୟ ରେକର୍ଡ କରାଯାଇଥିଲା। ସେହି ବର୍ଷ ଏହା ୮୬୧ ଥିଲା।

ଏଥି ସହିତ, ହରିୟାଣାର ପାଞ୍ଚଟି ଜିଲା ଅଛି, ଯେଉଁଠାରେ ଗତ ବର୍ଷ ପରେ ପୁଅ ଏବଂ ଝିଅଙ୍କ ଜନ୍ମ ହାରରେ ଏପରି ହ୍ରାସ ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ହିସାରରେ ଏହା ୯୦୪, କର୍ନାଲରେ ୯୦୩, କୁରୁକ୍ଷେତ୍ରରେ ୮୯୩, ଫରିଦାବାଦରେ ୮୯୨ ଏବଂ ରେୱାରୀରେ ୮୮୩ ରହିଛି।

ବେଟି ବାଚାଓ ଆରମ୍ଭ ହେବା ପରେ ଲିଙ୍ଗ ଅନୁପାତ ଅରିୟାଣାରେ ବୃଦ୍ଧି ପାଇଥିଲା।
ରିପୋର୍ଟ ଅନୁଯାୟୀ, ହରିୟାଣା, ମଧ୍ୟପ୍ରଦେଶ, ବିହାର, ଚଣ୍ଡିଗଡ଼, କର୍ନାଟକ, ମହାରାଷ୍ଟ୍ର, ମଣିପୁର ଏବଂ ପଶ୍ଚିମବଙ୍ଗ ଆଦି ଆଠଟି ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତରେ ହ୍ରାସ ଘଟିଛି।

ବିହାର ଏବଂ ଚଣ୍ଡିଗଡ଼ରେ ଲିଙ୍ଗ ଅନୁପାତ ୯୦୦ ତଳେ ପହଞ୍ଚିଛି। କେରଳରେ, ଏହା ୯୬୮, ଛତିଶଗଡର ୯୫୭ ଏବଂ ରାଜସ୍ଥାନର ୯୪୬ ରହିଛି। ମଧ୍ୟପ୍ରଦେଶରେ ଲିଙ୍ଗ ଅନୁପାତ ୯୪୦ରୁ ୯୨୯ କୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?