Posted inUncategorized

ଘର ମଧ୍ୟରୁ ବାହାରିଲା ୧୭ ନାଗ ଛୁଆ

ମଧୁବନୀ, ୨୨।୭: ବିହାରର ମଧୁବନ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଘର ମଧ୍ୟରୁ ୧୭ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ଏହି ସମୟରେ ସାପର ଅନେକ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି। ଘଟଣାଟି ମଧୁବନୀ ଜିଲାର ଝାଞ୍ଜାରପୁର ବ୍ଲକର ହେଠିବାଲି ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ରାଜେନ୍ଦ୍ର ଯାଦବ ଘରେ ଗତ କିଛିଦିନ ହେବ ନିୟମିତ ଭାବେ ସାପ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେ ସାପର ବାସସ୍ଥାନ ସନ୍ଧାନରେ ଘର ଭିତରେ ଗୋଟିଏ ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ। ଶ୍ରମିକଙ୍କ ଦ୍ୱାରା ରାଜେନ୍ଦ୍ର ଘର ଖୋଳାଉଥିବା ସମୟରେ ୧୭ଟି ନାଗ ସାପ ଛୁଆ ଗୋଟିଏ ସ୍ଥାନରେ ଥିବାର ଦେଖିବାକୁ ପାଇଥିଲେ। ସେହିଭଳି କିଛି ଅଣ୍ଡାକୁ ମଧ୍ୟ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଚାର ହୋଇଯିବା ପରେ ରାଜେନ୍ଦ୍ରଙ୍କ ଘରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା। ଏହାରି ମଧ୍ୟରେ ଗ୍ରାମବାସୀମାନେ ସାପ ଛୁଆଗୁଡ଼ିକୁ ମାରି ଦେଇଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ସାପମାନଙ୍କ ପ୍ରଜନନ ସମୟ। ବର୍ଷା ଯୋଗୁ ବିଲବାଡ଼ି ଜଳମଗ୍ନ ହୋଇଯିବା ଫଳରେ ସାପମାନେ ବାଧ୍ୟ ହୋଇ ଜନବସତି ମୁହଁା ହୋଇ ଘରେ ପ୍ରବେଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସ୍କୁଲ ପଠାଯାଉ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ମଙ୍ଗଳବାର ଲୋକସଭାରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ଗିରିରାଜ ସିଂ...

ବିଶ୍ୱାସ ଓ ସହଯୋଗର ସଙ୍କଟ

ବିଲ୍‌ ଏମ୍ମୋଟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ର ଅନିର୍ଣ୍ଣାୟକ ପରିଣାମରେ ଅନେକ ଦେଶ ହତୋତ୍ସାହିତ ହୋଇଯାଇଛନ୍ତି। ହେଲେ ସେମାନେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ...

କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ...

ଏମିତି କରୁଥିଲେ ପିଛା ଛାଡ଼ବନି ଦାରିଦ୍ର୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ...

ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ଡେରାବିଶ, ୨୮।୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ବୁଧବାର ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଥିଲା। ସକାଳେ ହାତୀଟି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମ ଦେଇ...

ଜିଆର୍‌ଏସ୍‌ଙ୍କ ୫୯ ପ୍ଲଟ୍‌

ଭୁବନେଶ୍ୱର,୨୬।୪(ବ୍ୟୁରୋ):ଚାକିରି ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌), ଦରମା ପାଉଛନ୍ତି ମାତ୍ର ୮ ହଜାର ୫୦୦ ଟଙ୍କା। ହେଲେ ସେ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର...

ଶରୀର ପାଇଁ ବହୁତ ଉପକାରୀ ଲବଙ୍ଗ, ଜାଣନ୍ତୁ ଉପକାରିତା…

ର ଉପକାରିତା ଲବଙ୍ଗର ବ୍ୟବହାର ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। କାରଣ ଏଥିରେ ରହିଥାଏ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍ସ, ଫାଇବର୍‌, ପୋଟାସିୟମ୍‌, ବେଟା କାରୋଟିନ୍‌...

Advertisement
Archives

Model This Week