ରୁଷିଆ ଆକ୍ରମଣରେ ନବଜାତ ଶିଶୁ ସମେତ ୭ ମୃତ

କ୍ୱିଭ,୧୪।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୮ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଉଭୟ ଦେଶ ପରସ୍ପର ବିରୋଧରେ ସେନା ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିଜ ନିଜର ରଣନୀତିକୁ ହାସଲ କରିବାରେ ଲାଗିପଡିଛନ୍ତି। ଇତିମଧ୍ୟରେ ୟୁକ୍ରେନର ଖେରସାନରେ ରୁଷିଆର ଆକ୍ରମଣରେ ନବଜାତ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖେରସନ ଅଞ୍ଚଳର ଜଣେ ସେନା ଅଧିକାରୀ କହିଛନ୍ତି, ଏଠାରେ ହୋଇଥିବା ଏକ ଆକ୍ରମଣରେ ଜଣେ ୨୩ ଦିନର ଶିଶୁ ସମେତ ତା’ର ୧୨ ବର୍ଷର ଭାଇ ଓ ମାତାପିତାଙ୍କର ମୃତ୍ୟୁ ହୋଇଛି। ସେ ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ଟେନିସ୍ଲଭା ଗାଁରେ ଏକ ଆକ୍ରମଣରେ ଇସାଇ ପାଦ୍ରୀ ସହିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଖାର୍କିଭର କୁପିୟାଂସକରେ ୩୬ ଶିଶୁଙ୍କ ସମେତ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଏଆଇର ନୀତିଗତ ଏବଂ ନିୟନ୍ତ୍ରଣ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଭିତ୍ତିକ ବିଷୟ ନିୟନ୍ତ୍ରଣ କ୍ଷେତ୍ରରେ ନୈତିକତା ଏବଂ ସ୍ବଚ୍ଛତା ଉପରେ ବାଧ୍ୟତାମୂଳକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଜଣେ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri