ଭୋଟ ବର୍ଜନ କରିବେ ୭ଶହ ଭୋଟର

ବାରିପଦା ଅଫିସ,୩ା୨: ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କମଳାଶୋଳ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମଙ୍ଗଳବାର ଶତାଧିକ ମହିଳା ପୁରୁଷ ବାରିପଦା ସଦର ଉପଜିଲାପାଳଙ୍କୁ ଦାବିପତ୍ର କରିଛନ୍ତି। ଜିଲାପାଳ ଓ ବଡ଼ସାହି ବିଡିଓଙ୍କୁ ମଧ୍ୟ ଅବଗତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।
ଏହି ଗ୍ରାମରେ ଥିବା ୮,୯ ଓ ୧୦ନଂ. ୱାର୍ଡରେ ପାଖାପାଖି ୭ଶହରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ବିଦ୍ୟୁତ୍‌ ଆଦି ସମସ୍ୟା ଦୀର୍ଘ ବର୍ଷ ଧରି ରହିଆସୁଛି। ନିର୍ବାଚନ ଆସିଲେ ମାଳ ମାଳ ନେତାଙ୍କ ପ୍ରତିଶ୍ରୁତି ବ୍ୟତୀତ ଅନ୍ୟକୌଣସି ମିଳି ନ ଥାଏ ବୋଲି ଗ୍ରାମର ରବୀନ୍ଦ୍ର ସିଂ, ସୁରେନ୍ଦ୍ର ସିଂ ପ୍ରକାଶ କରିଛନ୍ତି। ଉକ୍ତ ୱାର୍ଡର ବହୁ ହିତାଧିକାରୀ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ନୁଅଁାଣିଆ ଚାଳଛପର ଘରେ ଦିନ ବିତାଉଛନ୍ତି। ୨୨ନଂ. ଜିଲାପରିଷଦ ଜୋନ ଅଧୀନରେ ଏହି ୩ଟି ୱାର୍ଡ ରହୁଥିବା ବେଳେ ଜିଲାପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟମାନେ ନିର୍ବାଚିତ ହୋଇ ବ୍ୟକ୍ତି ସ୍ବାର୍ଥପ୍ରତି ଧ୍ୟାନ ଦେଉଥିବା ଗ୍ରାମବାସୀ ଶୁକଦେବ ସିଂ, ରାମ ସିଂ, ଦେବ ସିଂ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri