ସେବା ପାଇଁ ଉଦାହାରଣ ସାଜିଛନ୍ତି ବିପଦର ବନ୍ଧୁ କର୍ମକର୍ତ୍ତା, ରକ୍ତ ଦେବା ସହ ଚିକିତ୍ସା କରି…

ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ବିପଦର ବନ୍ଧୁ ଓଡ଼ିଶା ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ସର୍ବଦା ସେବା ପାଇଁ ଆଗକୁ ଆସନ୍ତି। ସେମାନଙ୍କ ସେବା ଆଗ୍ରହ ଅନେକଙ୍କ ପାଇଁ ବରଦାନ ହେଉଛି। ବିପଦର ବନ୍ଧୁ କର୍ମକର୍ତ୍ତା କେତେବେଳେ ଶବ ସତ୍କାର କରନ୍ତି। ଆଉ କେତେବେଳେ ରକ୍ତଦାନ କରନ୍ତୁ। ଅସହାୟ ଲୋକଙ୍କୁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଅନ୍ତି। ଦୁଇଦିନ ପୂର୍ବେ ବାଉଁଶଲୁଣ୍ଡିର ଜଣେ ମହିଳା ରକ୍ତହୀନତା ରୋଗରେ ପୀଡ଼ିତ ଥାଇ ଭଞ୍ଜନଗର ମେଡିକାଲରେ
ଚିକିତ୍ସିତ ହେଉଥିଲେ। ପରିବାର ଲୋକେ ରକ୍ତ ଯୋଗାଡ ପାଇଁ ଚେଷ୍ଟା କରିଥିଲେ। ରକ୍ତ ଯୋଗାଡ଼ କରି ନ ପାରି ନିରାଶ ରେ ଥିଲେ। ଏହି ସମୟରେ ବରିଷ୍ଠ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା ଏବଂ ପ୍ରଦୀପ ଜେନାଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିଥିଲେ। ଏହାପରେ କୁଲାଡ଼ର ପ୍ରଶାନ୍ତ କୁମାର ସାହୁ ଆସି ରକ୍ତଦାନ କରିଥିଲେ। ଫଳରେ ଜଣେ ମହିଳାଙ୍କୁ ସୁସ୍ଥ ହେବାରେ ସହାୟ ହୋଇଥିଲେ ବିପଦର ବନ୍ଧୁ କର୍ମକର୍ତ୍ତା। ଏଥିସହ ଶନିବାର ଭଞ୍ଜନଗର ମୁଖ୍ୟ ସଡ଼କରେ ଏକ ଗାଈ ବାଛୁରୀ ଗୁରୁତର ଭାବେ ଆହତ ହୋଇ ଛଟପଟ ହେଉଥିଲା। ବିପଦର ବନ୍ଧୁ କର୍ମକର୍ତ୍ତାମାନେ ବାଛୁରୀଟିକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ବିପଦର ବନ୍ଧୁ କର୍ମକର୍ତ୍ତା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

ବିକାଶର ଧାରା ଓଡ଼ିଶା ସାରା: ୧୬୩ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ଭାଜପା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ…

ଭୋଟର ତାଲିକାରୁ ନାଁ କଟିଯିବା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ, ସେଟେଲମେଣ୍ଟ ଅଫିସର କହିଲେ କେହି ବି…

ପୁରୁଷୋତ୍ତମପୁର,୨୦ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୋଟର ତାଲିକାରୁ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବାରୁ ବର୍ତ୍ତମାନ ସେମାନେ ସରକାରଙ୍କ ପକ୍ଷରୁ ଚାଲିଥିବା ଏସ୍‌ଆଇଆର୍‌ରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri