Posted inଜାତୀୟ

ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ

ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଏବଂ ଭିଭିପିଏଟି ମେଶିନ୍‌ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା ମାହାମରୀର ଦ୍ୱିତୀୟ ଲହର ସମୟରେ ନିର୍ବାଚନ ସମ୍ପର୍କିତ ପିଟିଶନ ଦାଏର ପାଇଁ ସମୟସୀମା ବଢ଼ାଯାଇଥିବାରୁ ଉକ୍ତ ଇଭିଏମ୍‌ ଏବଂ ଭିଭିପିଏଟି ମେଶିନଗୁଡ଼ିକୁ ସଂରକ୍ଷିତ ରଖାଯାଇଛି। ସେଗୁଡ଼ିକୁ ଶୀଘ୍ର ମୁକ୍ତ କରିବା ପାଇଁ ନିର୍ବାଚନ କମିଶନ(ଇସି) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଇସିଙ୍କ ଓକିଲ ବିକାଶ ସିଂ ପିଟିଶନ ଦାଖଲ କରିବା ପରେ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଏ.ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସାମ, କେରଳ, ଦିଲ୍ଲୀ, ପୁଡ଼ୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମ୍ପର୍କିତ ପିଟିଶନ ଦାଖଲ କରିବା ଲାଗି ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ ବୋଲି ଇସିଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ଜରୁରୀ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ପାଇଁ ଖଣ୍ଡପୀଠ ଗତ ଏପ୍ରିଲ୍‌ ୨୭ରେ ନିର୍ବାଚନ ପିଟିଶନ ଦାଖଲ ପାଇଁ ବୈଧାନିକ ସମୟସୀମାକୁ କୋହଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ

ନୂଆଦିଲ୍ଲୀ,୨୬।୭: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ମୀରାବାଈ ଚାନୁ ତାଙ୍କ କୋଚଙ୍କ ସହ ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ବିକଳ ଦୃଶ୍ୟ : ଦୁଇ ଦିନ ଧରି ମା’ ମୃତଦେହ ପାଖରେ କାନ୍ଦୁଥିଲା ଶିଶୁ

ପୁଣେ,୩୦।୪ : ମା’ର ମୃତଦେହ ପାଖରେ ଦୁଇ ଦିନ ଧରି କାନ୍ଦୁଥିଲା ଶିଶୁ। ପଡୋଶୀମାନେ ଜାଣିଲା ପରେ ମଧ୍ୟ କୋଭିଡ୍‌ ଭୟରେ ଘର ମାଡ଼ୁ ନ...

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି...

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’...

ଦୁଇ ଟିକସ ବ୍ୟବସ୍ଥା ମାଧ୍ୟମରେ ସରକାର ଲୋକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛନ୍ତି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଶନିବାର ଚେଷ୍ଟା କରିଛନ୍ତି। ଏକ ଗଶମାଧ୍ୟମ ସମ୍ମିଳନୀରେ ଅର୍ଥମନ୍ତ୍ରୀ ବଜେଟ...

‘କାର୍‌ଗିଲଠାରୁ କୋଭିଡ୍‌ ମୃତ୍ୟୁ ଅଧିକ’

ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ ସେନା ମୁଖ୍ୟ ବେଦ ପ୍ରକାଶ ମଲିକ। ୨ ମାସ ଧରି...

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ,...

ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି ନାହିଁ

ନୂଆଦିଲ୍ଲୀ,୪।୫: ପାକିସ୍ତାନରେ ଡାକ୍ତରୀ ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କମିଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି...

Advertisement
Archives

Model This Week