ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ବହିଷ୍କୃତ

ଜଗତ୍‌ସିଂହପୁର ଅଫିସ, ୯।୧୦: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସିଆର୍‌ପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ)ରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତିି ପାଇଥିବା ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସେ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବେଗୁନିଆ କୋର୍କର ଗ୍ରାମର ପ୍ରଭାତ କୁମାର ନାୟକ। ସିଆର୍‌ପିଏଫ୍‌ ରାଜସ୍ଥାନ ସେକ୍ଟର ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଡିଆଇଜିପି (ଆଡମିନ୍‌) କେ. ଥୋମାସ ଜବ୍‌ ଅଭିଯୋଗକାରୀ ବୋଗୁନିଆ ଗ୍ରାମର ଜ୍ୟୋତିରଞ୍ଜନ ନାୟକଙ୍କୁ ୨୭ା୯ା୨୨ରେ ଚିଠି ନଂ.ସିଆଇଭି-୧୭୨୦୨୧-ଆର୍‌ଏସ୍‌-ଏଡିଏମ୍‌-୩ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି, ୨୮ା୭ା୨୧ରେ ଜ୍ୟୋତିଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଭାତ (୧୬୩ ବିଏନ୍‌ ସିଆର୍‌ପିଏଫ୍‌, ନଂ. ୧୧୫୦୪୧୮୯୨ ସିଟି/ଜିଡି)ଙ୍କ ଜାତିଗତ ପ୍ରମାଣପତ୍ର ଉପରେ ବିଭାଗୀୟ ତଦନ୍ତ ହୋଇଥିଲା। ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରର ତନଖି କରାଯାଇଥିଲା। ତଦନ୍ତ ପାଇଁ ତିର୍ତ୍ତୋଲ ତହସିଲଦାରଙ୍କୁ ଚିଠି କରାଯାଇଥିଲା। ତାଙ୍କ ପକ୍ଷରୁ ୧୬ା୨ା୨୨ରେ ଚିଠି ସଂଖ୍ୟା ୪୨୨ରେ ଯାଞ୍ଚ ସୂଚନା ମିଳିବା ପରେ ସତ୍ୟ ପଦାକୁ ଆସିଛି। ଜ୍ୟୋତିଙ୍କ ଅଭିଯୋଗ ସତ୍ୟ ଥିବା ଜଣାପଡ଼ିଛି। ତା’ପରେ ଠିକ ଭାବେ ବିଭାଗୀୟ ତଦନ୍ତ ପରେ ପ୍ରଭାତଙ୍କୁ ସିଆର୍‌ପିଏଫ୍‌ ୧୬୩ ବିଏନ୍‌ କମାଣ୍ଡାଣ୍ଟ ୧୫ା୯ା୨୨ରେ ଚାକିରିରୁ ବହିଷ୍କାର କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଜ୍ୟୋତି କହିଛନ୍ତି, ସେ ୨୮ା୭ା୨୧ରେ ନୂଆଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ଡିଜିଙ୍କୁ ମିଥ୍ୟା ଜାତିଗତ ପ୍ରମାଣପତ୍ର ବଳରେ ପ୍ରଭାତ ଚାକିରି କରିଥିବା ନେଇ ଅଭିଯୋଗ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ପ୍ରଭାତ ଜମ୍ମୁ ଓ କାଶ୍ମୀରରେ ଚାକିରି କରିଛନ୍ତି। ପାଖାପାଖି ୫ରୁ ୭ ବର୍ଷ ହେବ ସେ ଦେଶର ବିଭିନ୍ନ ସ୍ଥାନରେ କାମ କରିଛନ୍ତି। ମାତ୍ର ନିଯୁକ୍ତି ପୂର୍ବରୁ ପ୍ରଭାତ ଜାତିଗତ ପ୍ରମାଣପତ୍ର ଦେଉଥିବା ଅଧିକାରୀଙ୍କୁ ପ୍ରଭାବିତ କରି ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ପ୍ରମାଣପତ୍ର ହାସଲ କରିଥିଲେ। ଏହାପରେ ସଂରକ୍ଷିତ ବର୍ଗର ଦର୍ଶାଇ ନିଯୁକ୍ତି ପାଇଥିଲେ। ବାସ୍ତବରେ ସେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି)ର ହୋଇଥିଲେ ସୁଦ୍ଧା ଏସ୍‌ସି ସାର୍ଟିଫିକେଟ୍‌ ବଳରେ ସିଆର୍‌ପିଏଫ୍‌ରେ ନିଯୁକ୍ତି ପାଇଛନ୍ତି। ଜାଲ ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ପ୍ରଭାତଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇ ଚାକିରି ଚାଲିଯିବାରୁ ଆର୍ଥିକ ଓ ସାମାଜିକସ୍ତରରେ ପ୍ରଭାବିତ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri