ଢେଙ୍କାନାଳରେ ସିରିଜ୍‌ ଚୋରି

ଢେଙ୍କାନାଳ ଅଫିସ୍‌, ୩୧ା୫ ସାବିତ୍ରୀ ଓଷା ଅବ୍ୟବହିତ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲା କଲେଜ ବାଇପାସ୍‌ ଅଞ୍ଚଳରୁ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକକାଳୀନ ୭ ଦୋକାନର ତାଲା କାଟି ଲକ୍ଷାଧିକ ଟଙ୍କା ଏବଂ ବହୁ ମୂଲ୍ୟବାନ ସାମଗ୍ରୀ ନେଇଯାଇଛନ୍ତି। ସହର ଉପକଣ୍ଠରେ ଏଭଳି ଚୋରି ପ୍ରଥମ ଥର ପାଇଁ ହୋଇଥିବାବେଳେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋମବାର ସାବିତ୍ରୀ ବ୍ରତ ଥିବାରୁ ସମ୍ପୃକ୍ତ ଦୋକାନୀମାନେ ସଅଳ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ଏହାର ସୁଯୋଗରେ ଅଭିଯୁକ୍ତମାନେ ରେଷ୍ଟୁରାଣ୍ଟ, ଫଳଦୋକାନ, ସ୍ନାକ୍ସ ଭେରାଇଟି ଷ୍ଟୋର, ଚିକେନ କାଉଣ୍ଟର, ମିଠାଦୋକାନ, ମୋବାଇଲ ଷ୍ଟୋର, ମୃଦୁପାନୀୟ ଦୋକାନରେ କଳାକନା ବୁଲାଇଛନ୍ତି। ବିପୁଳ ପରିମାଣର ମିଠା, କଦଳୀ କାନ୍ଧି, ଅଣ୍ଡାପେଟି, ଗ୍ରୋସରି ସାମଗ୍ରୀ ସହ କ୍ୟାଶ କାଉଣ୍ଟରରୁ ଟଙ୍କା ନେଇଯାଇଥିବା ବ୍ୟବସାୟୀ ବିବେକ ମହାପାତ୍ର, କୁନୁ ରାମ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୋକାନରେ ଲାଗିଥିବା ସିସିଟିଭିରେ ଲୁଟ୍‌ର ଦୃଶ୍ୟ କଏଦ୍‌ ହୋଇଛି। ସୂଚନା ପାଇ ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ତନାଘନା ଜାରି ରହିଥିବାବେଳେ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତଙ୍କ ଟେର୍‌ ମିଳି ନ ଥିବା ଜଣାପଡ଼ିଛି।
ଉକ୍ତ ଦୋକାନଗୁଡ଼ିକ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ନିକଟରେ ରହିଛି। ଦୁର୍ବୃତ୍ତମାନେ ସକାଳୁ ଆସୁଥିବା ପାସେଞ୍ଜର ଟ୍ରେନ୍‌ରେ ସାମଗ୍ରୀ ଧରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା...

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର...

ବେଲପାହାଡ଼ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ଝାରସୁଗୁଡ଼ା ଅଫିସ,୩।୩: ଝାରସୁଗୁଡ଼ା ଜିଲା ବେଲପାହାଡ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ ପ୍ଲାଣ୍ଟରେ ଗୁରୁବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ସକାଳ ୭ଟାରେ ପ୍ଲାଣ୍ଟରେ...

‘ଆମକୁ ଆମ ସ୍କୁଲ ଫେରାଇ ଦିଅ’

ମହାକାଳପଡ଼ା,୨୨ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ...

ଅଶାନ୍ତ ରାଜଧାନୀ: ପୋଲିସ ଆଗରେ ହଣାକଟା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର। ବୁଧବାର ଜମିଜମାକୁ କେନ୍ଦ୍ର କରି ଜନଗହଳି ପୂର୍ଣ୍ଣ ରାସ୍ତା ଏପରିକି ପୋଲିସ ସମ୍ମୁଖରେ ବଡ଼ ଭାଇଙ୍କୁ...

ଭୁବନେଶ୍ୱର ହେବ ଗାର୍ବେଜ୍‌ ଫ୍ରି ସିଟି

ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆରଏଫ) ଓ...

ପ୍ରତି ରବିବାର ଭର୍ଚୁଆଲ୍‌ ମୋଡ୍‌ରେ ବୁଲିପାରିବେ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର, ୪।୫ (ବ୍ୟୁରୋ): ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରସ୍ଥିତ ଜନଜାତି ସଂଗ୍ରହାଳୟକୁ...

ଆଜିଠୁ ଆରମ୍ଭ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥା: ସବୁ ପିଡିଏସ୍‌ କେନ୍ଦ୍ରରୁ ହିତାଧିକାରୀ ନେଇପାରିବେ ରାଶନ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଆଧାରକାର୍ଡ ନ ଥିଲେ ମିଳିବନି ରାଶନ। ଓ୍ବାନ ନେଶନ ଓ୍ବାନ ରାଶନ ବ୍ୟବସ୍ଥା ରବିବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗୁ ହେବ।...

Advertisement
Archives

Model This Week