Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ: ଭାରତୀୟ ମହିଳା ଦଳ ଘୋଷିତ; ଶିଖାଙ୍କୁ ଅଣଦେଖା, ଦିନିକିଆରୁ ଶେଫାଳି ବାଦ୍‌

ନୂଆଦିଲ୍ଲୀ,୨୮।୨(ପି.ଟି.): ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁଇନ୍‌ ସିରିଜ (ଦିନିକିଆ ଓ ଟି୨୦) ପାଇଁ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ସିରିଜ ଦଳରୁ ଅଭିଜ୍ଞ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ଦିନିକିଆ ଦଳର ଧୂଆଁଧାର ଓପନର ଶେଫାଳି ବର୍ମାଙ୍କୁ ବାଦ୍‌ ଦିଆଇଛି। ନିତୁ ଡେଭିଡ୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଶେଫାଳିଙ୍କୁ ବାଦ୍‌ ଦେଇଥିବାରୁ ଏ ନେଇ ଚର୍ଚ୍ଚା ହେଉଛି। ମିଥାଲି ରାଜ ଓ ପୁନମ ରାଉତଙ୍କ ଷ୍ଟ୍ରାଇକ୍‌ ରେଟ୍‌ ନୈରାଶ୍ୟଜନକ ଥିବା ବେଳେ ଦଳରେ ସ୍ଥାନ ପାଇଛନ୍ତି।
ମାତ୍ର ୧୯ଟି ଟି୨୦ ଖେଳିଥିବା ଶେଫାଳି ଗତବର୍ଷ ଟି୨୦ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଚୟନକର୍ତ୍ତାମାନେ ଗତବର୍ଷର ଘରୋଇ ସେସନର ପ୍ରଦର୍ଶନ ସହିତ ବାଂଲାଦେଶ ବିପକ୍ଷରେ ସିରିଜରେ ଏ ଓ ବି ଦଳର ପ୍ରଦର୍ଶନକୁ ବିଚାର କରି ଦଳ ଚୟନ କରିଛନ୍ତି। ଦୁଇଟି ଫର୍ମାଟ୍‌ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ୱେତା ଭର୍ମା ଓ ସୁଷମା ବର୍ମାଙ୍କୁ ଉଭୟ ଦଳରେ ସାମିଲ କରାଯାଇଛି। ସେହିପରି ଡାହାଣହାତୀ ମିଡିୟମ ପେସର ସି. ପ୍ରତ୍ୟୁଷା ଓ ମୋନିକା ପଟେଲ ଉଭୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଯୁବ ଦ୍ରୁତ ବୋଲର ସିମ୍‌ରନ ଡିଲ ବାହାଦୁର ମଧ୍ୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦୁର୍ବଳ ଫର୍ମ ଦେଇ ଗତିକରୁଥିବା ଭେଦା କ୍ରିଷ୍ଣମୂର୍ତ୍ତି ଉଭୟ ଦଳରୁ ବାଦ୍‌ ପଡିଛନ୍ତି। ଦିନିକିଆ ଦଳରେ ଏକତା ବିଷ୍ଟଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ୟସ୍ତିକା ଭାଟିଆ ସାମିଲ ହୋଇଛନ୍ତି।
ଦୁଇଟି ସିରିଜର ସବୁ ମ୍ୟାଚ୍‌ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ ୭ରୁ ୧୭ ତାରିଖ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସେହିପରି ମାର୍ଚ୍ଚ ୨୦ରୁ ୨୩ ମଧ୍ୟରେ ଟି୨୦ ମ୍ୟାଚ୍‌ଗୁଡିକ ଅୟୋଜନ ହେବ।
ଭାରତୀୟ ମହିଳା ଦିନିକିଆ ଦଳ:
ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଦନା, ଜେମିମା ରୋଡ୍ରିଗୁଏଜ, ପୁନମ ରାଉତ, ପ୍ରିୟା ପୁନିଆ, ୟସ୍ତିକା ଭାଟିଆ, ହରମନପ୍ରୀତ କୌର (ଉପଅଧିନାୟିକା), ଡି. ହେମଲତା, ଦୀପ୍ତି ଶର୍ମା, ସୁଷମା ବର୍ମା (ଉଇକେଟକିପର), ଶ୍ୱେତା ବର୍ମା (ଉଇକେଟକିପର), ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଝୁଲଣ ଗୋସ୍ବାମୀ, ମାନସୀ ଜୋଷୀ, ପୁନମ ଯାଦବ, ସି. ପ୍ରତ୍ୟୁଷା ଓ ମୋନିକା ପଟେଲ।
ଭାରତୀୟ ମହିଳା ଟି୨୦ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ଦୀପ୍ତି ଶର୍ମା, ରିଚା ଘୋଷ, ହାର୍ଲିନ ଦେଓଲ, ସୁଷମା ବର୍ମା (ଉଇକେଟକିପର), ନୁଝତ ପରବୀନ (ଉଇକେଟକିପର), ଆୟୁଷୀ ସୋନୀ, ଅରୁନ୍ଧତି ରେଡ୍ଡୀ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ, ମାନସୀ ଜୋଷୀ, ମୋନିକା ପଟେଲ, ସି. ପ୍ରତ୍ୟୁଷା ଓ ସିମ୍‌ରନ ଦିଲ ବାହାଦୁର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri