ରାଜପଥରେ ସିରିଜ୍‌ ଦୁର୍ଘଟଣା

କୋକସରା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ କାଉଡୋଲା ଛକ ନିକଟରେ ରବିବାର ସାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ କୋକସରା ଦମକଳ କର୍ମଚାରୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ହେଲେ ଜୁନାଗଡ଼ ଥାନାର ଶଙ୍କର ପ୍ରସାଦ ଚଣ୍ଡି(୫୫) ଓ ରାଜକୁମାର ବଗର୍ତ୍ତି (୫୭) ।

ସୂଚନା ଯେ, ଟ୍ରକଟି ଏନ୍‌ଏଚ୍‌ ୨୬ ଦେଇ ନାଗପୁରରୁ କାକରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ମିନିଟ୍ରକ ଆମ୍‌ପାଣିରୁ ଜୁନାଗଡ଼ ଆସୁଥିବା ବେଳେ କାଉଡୋଲା ଛକରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ମୋଟୁରୁ ଭବାନୀପାଟଣା ଯାଉଥିବା ଏକ ସରକାରୀ ବସ୍‌ ଆସି ପଛରେ ପିଟି ହୋଇଥିଲା। ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଆମପାଣି ପୋଲିସ ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତଗାଡିକୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। କାଉଡୋଲା ଛକରେ ବାରମ୍ବାର ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ରାସ୍ତାର ଉଭୟ ପାର୍ଶରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ପିଡ ବ୍ରେକର ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି

ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭଦ୍ରକ ଅଫିସ,୧ା୬: ସୋମବାର ସକାଳୁ ବିଦ୍ୟୁତ୍‌ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁରଣ୍ଡ ଗ୍ରାମର ଗୌରାଙ୍ଗ...

ଲଗାଣ ବର୍ଷାରେ ରେଳ ଲାଇନ୍‌ରେ ଖସିଲା ମାଟି ଅତଡ଼ା

ରାୟଗଡା ଅଫିସ,୧୪।୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା...

ବୁଧୁରାମଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା

ଲୋଇସିଂହା, ୧୧।୧୨(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ସୁଦାମପାଲିର ବୁଧୁରାମ ଭୁଏ(୪୮)। ଜନ୍ମରୁ ସେ ଭିନ୍ନକ୍ଷମ। ଡାହାଣ ଗୋଡ଼ ପୋଲିଓ ଗ୍ରସ୍ତ। ବାପା...

୧୮ରୁ ଉଚ୍ଚ ବିଦ୍ୟାଳୟରେ ଖାତାଦେଖା

ଅନୁଗୋଳ ଅଫିସ୍‌, ୩।୩ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଶେଷ ଦିନରେ ପରୀକ୍ଷାରେ କପି...

Advertisement
Archives

Model This Week