Posted inଜାତୀୟ

ଘର ନିକଟ କବର ସ୍ଥାନରେ ହେଲା ଗିଲାନିଙ୍କ ଅନ୍ତିମ ସଂସ୍କାର

ଜମ୍ମୁ,୨ ।୯: ପାକିସ୍ତାନ ସମର୍ଥକ ତଥା ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲି ଶାହ ଗିଲାନିଙ୍କ ମୃତଦେହକୁ ତାଙ୍କ ଇଚ୍ଛା ଅନୁଯାୟୀ ଘର ନିକଟରେ ଥିବା ଏକ ମସଜିଦର କବରସ୍ଥାନରେ କବର ଦିଆଯାଇଛି । ତାଙ୍କ ପୁଅ ନଇମ କହିଛନ୍ତି ଯେ ଗିଲାନିଙ୍କ ମୃତଦେହକୁ ସେ ଶ୍ରୀନଗର ସହରର ଇଦଗାହରେ କବର ଦେବାକୁ ଚାହିଁଥିଲେ । ଅନ୍ତିମ ସଂସ୍କାରରେ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଅଧିକାରୀଙ୍କ ସୂଚନା ଅନୁଯାୟୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗିଲାନିଙ୍କ ମୃତଦେହକୁ ମସଜିଦର କବର ସ୍ଥାନରେ କବର ଦିଆଯାଇଛି । କୌଣସି ପ୍ରକାର ବିଶୃଙ୍ଖଳା ନ ଘଟିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସଂସ୍କାର ସମୟରେ ଲୋକ ଭିଡ ନ ହେବା ପାଇଁ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା । ତେବେ ଭୁଲ ଖବର ପ୍ରଚାର ବନ୍ଦ କରିବା ପାଇଁ ମଧ୍ୟ ମୋବାଇଲ ସେବାକୁ ବନ୍ଦ କରି ଦିଆଯାଇଥିଲା । ଆଜିପି କଶ୍ମୀର ବିଜୟ କୁମାର କହିଥିଲେ ସମ୍ପୂର୍ଣ୍ଣ ଘାଟିରେ ପ୍ରତିବନ୍ଧକ ଲଗାଇବା ସହ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri