ଆମେରିକାରେ ଲୋକଙ୍କ ମଧ୍ୟରେ ଦେଶ ଗୌରବ ଭାବନା କମୁଛି, ରିପୋର୍ଟ…

ଓ୍ବାଶିଂଟନ, ୨।୭ : ଜୁଲାଇ ୪ ରେ ଆମେରିକା ଏହାର ସ୍ବାଧୀନତା ଦିବସ ପାଳନ କରିବ। କିନ୍ତୁ ଏହାର ଠିକ ପୂର୍ବରୁ ସାମ୍ନାକୁ ଆସିଛି ଯେ ଦେଶବାସୀଙ୍କ ମଧ୍ୟରେ ଦେଶ ଗୌରବ ଭାବନା ଦ୍ରୁତ ଗତିରେ ହ୍ରାସ ପାଉଛି। ରେକର୍ଡ ମୁଦ୍ରାସ୍ଫୀତି, ରାଜନୈତିକ ତିକ୍ତତା ଏବଂ ସାମାଜିକ ଧ୍ରୁବୀକରଣ ତୀବ୍ର ହେବା କାରଣରୁ ଦେଶ ବର୍ତ୍ତମାନ ନିରାଶାର ପରିବେଶରେ ରହିଛି।

ସ୍ବାଧୀନତା ଦିବସ ପୂର୍ବରୁ ସର୍ଭେ ଏଜେନ୍ସି ଗେଲପ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶିତ ହୋଇଛି। ୨୦୦୧ ଠାରୁ ସ୍ବାଧୀନତା ଦିବସ ପୂର୍ବରୁ ଗେଲପ ପ୍ରତିବର୍ଷ ଏହିପରି ଏକ ସର୍ଭେ ରିପୋର୍ଟ ପ୍ରକାଶ କରି ଆସୁଛି। ଏହି ରିପୋର୍ଟ ଅନୁଯାୟୀ, କେବଳ ୩୮ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସେମାନେ ନିଜ ଦେଶ ପାଇଁ ଗର୍ବିତ।

ଗେଲପ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ୨୦ ବର୍ଷ ମଧ୍ୟରେ ଯେଉଁମାନେ ସମ୍ପୂର୍ଣ୍ଣ ଗର୍ବ ଅନୁଭବ କରୁଛନ୍ତି ସେମାନଙ୍କ ହାରାହାରି ସଂଖ୍ୟା ୫୫ ପ୍ରତିଶତ ହ୍ରାସ ହୋଇଛି। ଚଳିତ ଥର ଏପରି ମତ ପ୍ରକାଶ କରୁଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ୨୦୧୫ ପୂର୍ବରୁ ଏହା କେବେ ହୋଇ ନଥିଲା। ସେତେବେଳେ ସଂପୂର୍ଣ୍ଣ ଗର୍ବ ଅନୁଭବ କରୁଥିବା ଲୋକଙ୍କ ସଂଖ୍ୟା ୫୫ ପ୍ରତିଶତରୁ କମ ରହୁ ନଥିଲା। କିନ୍ତୁ ଗତ ସାତ ବର୍ଷ ମଧ୍ୟରେ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।

ବିଶ୍ଳେଷକଙ୍କ କହିବାନୁସାରେ, ଏହି ହ୍ରାସର ମୁଖ୍ୟ କାରଣ ହେଉଛି ରିପବ୍ଲିକାନ ପାର୍ଟିର ସମର୍ଥକ, ଯେଉଁମାନେ କୌଣସି ଦଳକୁ ସମର୍ଥନ କରୁନାହାଁନ୍ତି ସେମାନଙ୍କ ମଧ୍ୟରେ ନିଜ ଦେଶରେ ଗର୍ବର ଭାବନା କରୁଥିବା ଲୋକଙ୍କ ସଂଖ୍ୟା କମୁଛି।

ରିପବ୍ଲିକାନ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଏହି ଭାବନା ସର୍ବାଧିକ ବୋଲି ଜଣାପଡିଛି। ୨୦୧୯ରେ, ୭୫ ପ୍ରତିଶତ ସମର୍ଥକ କହିଛନ୍ତି ଯେ ସେମାନେ ନିଜ ଦେଶ ପାଇଁ ଅତ୍ୟଧିକ ଗର୍ବିତ। ଏଥର ଏହି ଗୋଷ୍ଠୀରେ ଏପରି ମତ ପ୍ରକାଶ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୫୮ପ୍ରତିଶତ ରହିଛି।

ଏହି ସର୍ଭେ ଜୁନ ୧ ରୁ ୨୦ ପର୍ଯ୍ୟନ୍ତ କରାଯାଇଥିଲା। ସେହି ସମୟରେ ଆମେରିକାର ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟିଥିଲା। ଯେଉଁଥିରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟକ ଆମେରିକୀୟଙ୍କ ମଧ୍ୟରେ ସେମାନଙ୍କ ଦେଶ ତଥା ସମାଜକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଏହା ତୁରନ୍ତ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ଆଜି ୮ ଜିଲାରେ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୯।୭: ଆଜି ୮ ଜିଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ।ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ୮ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର,…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri