ସେନ୍‌କୋର ନୂଆ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୨୯।୮: ପୂର୍ବ ଭାରତର ସର୍ବବୃହତ ସଂଗଠିତ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଅନ୍‌ଲାଇନ୍‌ ସୁନା କାରବାର ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡ ପାଇଁ ସୌରଭ ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ନୂଆ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୧୫ପରଠାରୁ ସେନ୍‌କୋର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସୌରଭ ସାମିଲ ହୋଇଛନ୍ତି। କମ୍ପାନୀର ଉକ୍ତ ଅଭିଯାନରେ ସୌରଭଙ୍କ ଅଭିନୀତ ୩ଟି କୌତୁକିଆ ସିନେମା ପ୍ରସ୍ତୁତ କରାଯାଇଛି। ଏପରିକି ତାଙ୍କୁ ତିନିଟି ଚରିତ୍ରରେ ମଧ୍ୟ ଦେଖିବାକୁ ମିଳିବ। ସୁନା ପାଇଁ ତାଙ୍କ ମୋହ ଓ ସେ ଶେଷରେ କିଭଳି ପରିସ୍ଥିତି ସାମ୍ନା କରୁଛନ୍ତି ପ୍ରତିଟି ଫିଲ୍ମରେ ତାହା ପ୍ରଦର୍ଶିତ କରାଯାଇଛି।
ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି,ଡିଜିଟାଲ୍‌ ପ୍ଲାଟଫର୍ମରେ ଗ୍ରାହକମାନେ ସୁନା କିଣିବା, ରିଡିମ୍‌ କରିବା ଏବଂ ବିକ୍ରି କରିବା ଲାଗି ବର୍ଷକ ପୂର୍ବେ ମାଇଁ ଡିଜି ଗୋଲ୍ଡ ଡଟ କମ ୱେବ୍‌ସାଇଟ୍‌ ଜରିଆରେ ଆମେ ଡିଜି ଗୋଲ୍ଡର ଶୁଭାରମ୍ଭ କରିଥିଲୁ। କେବଳ ବିଭିନ୍ନ ସମ୍ପତି ବର୍ଗରେ ନିବେଶ ନୁହେଁ ବରଂ ଆଗୁଆ ସଂଚୟ ବିଷୟରେ ବହୁତ ଭଲ ଭାବେ ଅବଗତ ଥିବା ନୂଆ ପିଢ଼ିର ଭାରତୀୟଙ୍କୁ ନଜରରେ ରଖି ଏହି ନୂଆ ପିଢ଼ିର ଉପତ୍ାଦ ବିକଶିତ କରାଯାଇଥିଲା। ଏହି ଅଭିଯାନରେ ଆମର ଜାତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ସୌରଭ ଗାଙ୍ଗୁଲିଙ୍କୁ ଭିନ୍ନ ଅବତାରରେ ଡିଜିଗୋଲ୍ଡର ତତ୍‌କାଳ ନିରବଚ୍ଛିନ୍ନ କାରବାର,ବିଶୁଦ୍ଧ ୨୪କ୍ୟାରେଟ୍‌ ସୁନା, ସମ୍ପୂର୍ଣ୍ଣ ସୁରକ୍ଷା ଓ ବୀମା ଆଦିର ଲାଭ ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିବ। ଆମର ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଏହି ଅଭିଯାନକୁ ପସନ୍ଦ କରିବେ ଏବଂ ଆମର ପସନ୍ଦର ଦାଦାଙ୍କ କୌତୁକ ପାର୍ଶ୍ୱକୁ ଦେଖି ସେମାନଙ୍କ ମୁହଁରେ ହସ ଫୁଟିବ। ସେହିଭଳି ସୌରଭ କହିଛନ୍ତି, ଏହି ନୂଆ ଅଭିଯାନକୁ ନେଇ ମୁଁ ମଧ୍ୟ ବହୁତ ଉତ୍ସାହିତ ରହିଛି। ଅନ୍‌ଲାଇନ୍‌ରେ ସୁନା କାରବାର କରିବାକୁ ଚାହଁୁଥିବା ଲୋକଙ୍କ ପାଇଁ ଏହା ବେଶ କୌତୁକିଆ ଓ ସୂଚନାଧର୍ମୀ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri