ସେନ୍‌କୋର ନୂଆ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୨୯।୮: ପୂର୍ବ ଭାରତର ସର୍ବବୃହତ ସଂଗଠିତ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଅନ୍‌ଲାଇନ୍‌ ସୁନା କାରବାର ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡ ପାଇଁ ସୌରଭ ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ନୂଆ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୧୫ପରଠାରୁ ସେନ୍‌କୋର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସୌରଭ ସାମିଲ ହୋଇଛନ୍ତି। କମ୍ପାନୀର ଉକ୍ତ ଅଭିଯାନରେ ସୌରଭଙ୍କ ଅଭିନୀତ ୩ଟି କୌତୁକିଆ ସିନେମା ପ୍ରସ୍ତୁତ କରାଯାଇଛି। ଏପରିକି ତାଙ୍କୁ ତିନିଟି ଚରିତ୍ରରେ ମଧ୍ୟ ଦେଖିବାକୁ ମିଳିବ। ସୁନା ପାଇଁ ତାଙ୍କ ମୋହ ଓ ସେ ଶେଷରେ କିଭଳି ପରିସ୍ଥିତି ସାମ୍ନା କରୁଛନ୍ତି ପ୍ରତିଟି ଫିଲ୍ମରେ ତାହା ପ୍ରଦର୍ଶିତ କରାଯାଇଛି।
ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି,ଡିଜିଟାଲ୍‌ ପ୍ଲାଟଫର୍ମରେ ଗ୍ରାହକମାନେ ସୁନା କିଣିବା, ରିଡିମ୍‌ କରିବା ଏବଂ ବିକ୍ରି କରିବା ଲାଗି ବର୍ଷକ ପୂର୍ବେ ମାଇଁ ଡିଜି ଗୋଲ୍ଡ ଡଟ କମ ୱେବ୍‌ସାଇଟ୍‌ ଜରିଆରେ ଆମେ ଡିଜି ଗୋଲ୍ଡର ଶୁଭାରମ୍ଭ କରିଥିଲୁ। କେବଳ ବିଭିନ୍ନ ସମ୍ପତି ବର୍ଗରେ ନିବେଶ ନୁହେଁ ବରଂ ଆଗୁଆ ସଂଚୟ ବିଷୟରେ ବହୁତ ଭଲ ଭାବେ ଅବଗତ ଥିବା ନୂଆ ପିଢ଼ିର ଭାରତୀୟଙ୍କୁ ନଜରରେ ରଖି ଏହି ନୂଆ ପିଢ଼ିର ଉପତ୍ାଦ ବିକଶିତ କରାଯାଇଥିଲା। ଏହି ଅଭିଯାନରେ ଆମର ଜାତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ସୌରଭ ଗାଙ୍ଗୁଲିଙ୍କୁ ଭିନ୍ନ ଅବତାରରେ ଡିଜିଗୋଲ୍ଡର ତତ୍‌କାଳ ନିରବଚ୍ଛିନ୍ନ କାରବାର,ବିଶୁଦ୍ଧ ୨୪କ୍ୟାରେଟ୍‌ ସୁନା, ସମ୍ପୂର୍ଣ୍ଣ ସୁରକ୍ଷା ଓ ବୀମା ଆଦିର ଲାଭ ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିବ। ଆମର ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଏହି ଅଭିଯାନକୁ ପସନ୍ଦ କରିବେ ଏବଂ ଆମର ପସନ୍ଦର ଦାଦାଙ୍କ କୌତୁକ ପାର୍ଶ୍ୱକୁ ଦେଖି ସେମାନଙ୍କ ମୁହଁରେ ହସ ଫୁଟିବ। ସେହିଭଳି ସୌରଭ କହିଛନ୍ତି, ଏହି ନୂଆ ଅଭିଯାନକୁ ନେଇ ମୁଁ ମଧ୍ୟ ବହୁତ ଉତ୍ସାହିତ ରହିଛି। ଅନ୍‌ଲାଇନ୍‌ରେ ସୁନା କାରବାର କରିବାକୁ ଚାହଁୁଥିବା ଲୋକଙ୍କ ପାଇଁ ଏହା ବେଶ କୌତୁକିଆ ଓ ସୂଚନାଧର୍ମୀ।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri