ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର,୬।୭(ବ୍ୟୁରୋ)-ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ୬୬ ବର୍ଷ ବୟସରେ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାୟ ୧୨ ଦିନ ହେଲା ଚିକିତ୍ସାଧୀନ ଥିଲେ। ଦାସ ରାଜ୍ୟ ରାଜନୀତିର ଜଣେ ଆଗଧାଡିର ନେତା ଥିଲେ। ବିଶେଷକରି ଜନତା ଦଳରୁ ରାଜନୀତି କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜେଡିରେ ନିଜର ସ୍ବତନ୍ତ୍ରତା ବଜାୟ ରଖି ପାରିଥିଲେ। ୩୫ ବର୍ଷର ରାଜନୀତି କ୍ୟାରିୟରରେ ସେ ୬ଥର ବିଧାୟକ ହୋଇଥିଲେ। ୨୦୦୭ରେ ମନ୍ତ୍ରୀ ହେବା ସହ ପରବର୍ତ୍ତୀ ସମୟରେ ରାଜ୍ୟ ସଭା ସଦସ୍ୟ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ। ୧୯୮୫ରେ ସେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ହୋଇ ହାରିଥିଲେ ସୁଦ୍ଧା ୧୯୯୦ରୁ ୨୦୦୯ ନିର୍ବାଚନ ପର୍ଯ୍ୟନ୍ତ ୫ଥର କ୍ରମାଗତ ବିଜୟୀ ହୋଇଥିଲେ। ୨୦୧୪ରେ ଜଗତ୍‌ସିଂହପୁର ଆସନରୁ ସେ ହାରିଯାଇଥିବାବେଳେ ୨୦୧୯ରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। କେବଳ ଏତିକି ନୁହେଁ, ବିଜେଡି ଜିଲା ସଭାପତି ଭାବେ ଦଳ ପ୍ରତିଷ୍ଠାଠାରୁ ଅର୍ଥାତ୍‌ ୧୯୯୭ରୁ ୨୦୧୯ ପର୍ଯ୍ୟନ୍ତ ସେ ସୁଚାରୁରୂପେ ଦାୟିତ୍ୱ ସମ୍ପାଦନ କରି ଆସିଛନ୍ତି। ତାଙ୍କ ସାଙ୍ଗଠନିକ ଦକ୍ଷତା, ଶୃଙ୍ଖଳା, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ବଜାୟ ରହିଥିଲା। ଜଗତ୍‌ସିଂହପୁର ଜିଲା ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଜଣେ ମେଳାପୀ ରାଜନେତା ଭାବେ ତାଙ୍କର ସ୍ବତନ୍ତ୍ରତା ଥିଲା। ତାଙ୍କ ବିୟୋଗରେ ସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି। ମଙ୍ଗଳବାର ଦାସଙ୍କ ମରଶରୀର ଜଗତ୍‌ସିଂହପୁର ସିପି-ମକୁନ୍ଦପୁରସ୍ଥିତ ବାସଭବନକୁ ଅଣାଯିବ ବୋଲି ତାଙ୍କ ପୁଅ ବିଜୟ ଶଙ୍କର ଦାସ କହିଛନ୍ତି।
ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ବିଷ୍ଣୁ ଦାସ ଜଣେ ଲୋକପ୍ରିୟ ରାଜନେତା ଓ ଦକ୍ଷ ସଙ୍ଗଠକ ଥିଲେ। ମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକ ଭାବେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ରଖିଯାଇଛନ୍ତି। ବିଶେଷଭାବେ ଜଗତ୍‌ସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅମାୟିକ ସ୍ବଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କୃଷିମନ୍ତ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri