Posted inଜାତୀୟ

‘ସେଂଗୋଲ ହଟାଇ ସଂସଦରେ ସ୍ଥାପନ ହେଉ ସମ୍ବିଧାନ ପୁସ୍ତକ’, ପୁଣି ସଂସଦରେ ତେଜିଲା ଦାବି

ନୂଆଦିଲ୍ଲୀ,୨୭।୬: ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ବିରୋଧୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନ ଦେବାକୁ ଦାବି କରିଛନ୍ତି। ଯାହାକୁ ନେଇ ନୂଆ ସଂସଦରେ ପୁଣି ସେଂଗୋଲ ବିବାଦ ଘନେଇଛି।

ଆଜି ଅଧିବେଶନରେ ସମାଜବାଦୀ ଲୋକ ସଭା ଏମପି ଆର କେ ଚୌଧୁରୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାନ ଦେବାକୁ ଦାବି କରିଛନ୍ତି। ଶପଥ ନେବା ପରେ ସେ ଏ ସମ୍ପର୍କରେ ପ୍ରୋ ଟେମ୍‌ ସ୍ପିକରଙ୍କୁ ଚିଠି ଲେଖି ଜଣାଇଥିଲେ। ସେ କହିଥିଲେ, ସେଂଗୋଲ ରାଜା-ରାଜୁଡାଙ୍କର ପ୍ରତୀକ ଅଟେ। ଏଥିପାଇଁ ଏହାକୁ ହଟାଇବା ଆବଶ୍ୟକ। ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଂଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଡ଼ାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶଫଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ମୋ ଏମପି ତାଙ୍କୁ ମନେ ପକାଇ ଦେଇଛନ୍ତି।

ସେଂଗୋଲର ଇତିହାସ ଶତାଦ୍ଦୀ ଶତାଦ୍ଦୀ ପୁରୁଣା। ଏହା ଚୋଳ ସାମ୍ରାଜ୍ୟରୁ ଆସିଛି। ଚୋଳ ସାମ୍ରାଜ୍ୟରେ ରାଜଦଣ୍ଡ ସେଂଗୋଲର ବ୍ୟବହାର କ୍ଷମତା ହସ୍ତାନ୍ତରଣବେଳେ ବ୍ୟବହାର କରାଯାଏ। ଏହି ରାଜଦଣ୍ଡ ଭାରତର ସ୍ବତନ୍ତ୍ରତା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ପ୍ରତୀକ ଅଟେ। ସେତେବେଳେ ବ୍ରିଟିଶଙ୍କ ଠାରୁ ସେଂଗୋଲ ରାଜଦଣ୍ଡ ଦ୍ୱାରା ହିଁ କ୍ଷମତା ହସ୍ତାନ୍ତର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri