Posted inଖେଳ

କାତାରକୁ ଏଲିମିନେଟ କଲା ସେନେଗାଲ

ଦୋହା, ୨୬।୧୧: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ ଆୟୋଜକ କାତାର ଏଲିମିନେଟ ହୋଇଛି। ଅଲ ଥୁମାମା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ସେନେଗାଲ ନିକଟରୁ ପରାଜିତ ହୋଇଛି। ୨ ମ୍ୟାଚରୁ କାତାରର ଏହା ଦ୍ୱିତୀୟ ପରାଜୟ। ପୂର୍ବ ମ୍ୟାଚରେ ଏହି ଦଳ ଇକ୍ୱେଡରଠାରୁ ୦-୨ ଗୋଲରେ ହାରି ଯାଇଥିଲା। ଅନ୍ୟପକ୍ଷରେ କାତାରକୁ ୩-୧ ଗୋଲରେ ହରାଇ ସେନେଗାଲ ପ୍ରଥମ ବିଜୟ ସ୍ବାଦ ଚାଖିଛି। ପ୍ରଥମ ଆଫ୍ରିକୀୟ ଦଳଭାବେ ସେନେଗାଲ ଏହି ବିଶ୍ୱକପରେ ବିଜୟୀ ହେବାରେ ସକ୍ଷମ ହୋଇଛି। ନିଜର ପ୍ରଥମ ମ୍ୟାଚରେ ଦଳ ନେଦରଲାଣ୍ଡ୍ସଠାରୁ ୦-୨ ଗୋଲରେ ହାରି ଯାଇଥିଲା। ଅନ୍ୟ ମ୍ୟାଚ ଗୁଡ଼ିକ ପରି ଏଠାରେ ମଧ୍ୟ ଆରମ୍ଭରେ ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ଖେଳ ଆଗେଇବା ସହିତ ସେନେଗାଲ ପ୍ରାଧାନ୍ୟ ବିସ୍ତାର କରିଥିଲା। ୪୧ତମ ମିନିଟରେ ବୌଲାୟେ ଡିଆ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ବେଳକୁ ସେନେଗାଲକୁ ୧-୦ରେ ଅଗ୍ରଣୀ କରିଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ସେନେଗାଲ ଆକ୍ରମଣ କରି ଫାଇଦାରେ ରହିଥିଲା। ୪୮ତମ ମିନିଟରେ ଫାମାରା ଡିଏଧିଉ ଗୋଲ ଦେଇ ସେନେଗାଲର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୭୮ତମ ମିନିଟରେ କାତାରର ମହମ୍ମଦ ମୁନତାରି ଗୋଟିଏ ଗୋଲ ପରିଶୋଧ କରିଥିଲେ ହେଁ ସେନେଗାଲର ବାମ୍ବା ଡିଙ୍ଗ୮୪ତମ ମିନିଟରେ ଗୋଲ ଦେଇ ଦଳର ବିଜୟ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ଏହାପରେ ଆଉ ଗୋଲ ହୋଇ ନ ଥିଲା। କାତାର ୨୯ ତାରିଖରେ ଏହାର ଶେଷ ଗ୍ରୁପ୍‌ ମ୍ୟାଚରେ ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ଭେଟିବ। ସେହିଦିନ ଇକ୍ୱେଡର ଓ ସେନେଗାଲ ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri