Posted inଖେଳ

ମାର୍ଗାଓରେ ଆଜି ସେମିଫାଇନାଲ ମୁକାବିଲା

ମାର୍ଗାଓ,୨୬ା୧୦: ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଶେଷ ପର୍ଯ୍ୟାୟରେ ଉପନୀତ। ସ୍ଥାନୀୟ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହେବ ସେମିଫାଇନାଲ ମ୍ୟାଚ। ପ୍ରଥମ ସେମିରେ କଲମ୍ବିଆକୁ ଭେଟିବ ନାଇଜେରିଆ। ଦକ୍ଷିଣ ଆମେରିକା ଓ ଆଫ୍ରିକାର ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ସେମିରେ ଟାଇଟଲ ଫେଭରାଇଟ ଜର୍ମାନୀ ଓ ସ୍ପେନ୍‌ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ୟୁରୋପ ଦଳ ହୋଇଥିବାରୁ ପରସ୍ପରର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଭଲଭାବେ ଅବଗତ ଅଛନ୍ତି। ତେଣୁ କଡ଼ା ଟକ୍କର ଅପେକ୍ଷାରେ ରହିଛି ମାର୍ଗାଓର ଏହି ଐତିହାସିକ ଷ୍ଟାଡିୟମ। ପ୍ରଥମ ମ୍ୟାଚଟି ଅପରାହ୍ନ ୪ଟା ୩୦ ଓ ଦ୍ୱିତୀୟ ସେମିଫାଇନାଲ ରାତି ୮ଟାରେ ଆରମ୍ଭ ହେବ।
ୟୁରୋ ଫାଇନାଲ ରିପ୍ଲେ
ଜର୍ମାନୀ-ସ୍ପେନ୍‌ ସେମିଫାଇନାଲ ୧୭ ବର୍ଷରୁ କମ୍‌ ୟୁରୋ ଚାମ୍ପିୟନଶିପ୍‌ ଫାଇନାଲର ରିପ୍ଲେ ସଦୃଶ ହେବ। ସେତେବେଳେ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟରେ ହାରି ଯାଇଥିଲା। ତେଣୁ ଏଠାରେ ଜର୍ମାନୀଠାରୁ ମଧୁର ପ୍ରତିଶୋଧ ନେବା ସୁଯୋଗ ଅପେକ୍ଷାରେ ରହିଛି ସ୍ପାନିଶ୍‌ ଟିମ୍‌। ‘ଫୁଟବଲ ହେଉଛି ପ୍ରତିଶୋଧ ନେବାର ଖେଳ’ ବୋଲି ସ୍ପେନ କୋଚ୍‌ କେନିଓ ଗୋଞ୍ଜାଲୋ ପ୍ରକାଶ କରିଛନ୍ତି। ୟୁରୋ ଚାମ୍ପିୟନଶିପ୍‌ ଖେଳିଥିବା ଜର୍ମାନୀ ଓ ସ୍ପେନ୍‌ ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସ୍ପେନ୍‌ ଦଳରେ ୩ଟି ଏବଂ ଜର୍ମାନୀ ଦଳରେ ମାତ୍ର ୨ଟି ପରିବର୍ତ୍ତନ କରାଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇଥିବାରୁ ଜର୍ମାନୀ ମୁଖ୍ୟ କୋଚ୍‌ ଫ୍ରେଡ୍‌ରିକ୍‌ କ୍ରୋମ୍ପ ଦଳ ସହ ରହିପାରି ନାହାନ୍ତି। ତାଙ୍କ ଅନୁପସ୍ଥିତରେ ଏହି ମ୍ୟାଚ ଖେଳିବ ଜର୍ମାନୀ। କ୍ୱାର୍ଟର ଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଥିଲା ଜର୍ମାନୀ। ସ୍ପେନ୍‌ ବିପକ୍ଷରେ ମଧ୍ୟ ଦଳ ସେପରିି ପ୍ରଦର୍ଶନ ଦୋହରାଇବ ବୋଲି ଆଶା ପ୍ରକାଶ କରିଛନ୍ତି ସହକାରୀ କୋଚ୍‌ ଜୁଲିଆ ସିମିକ୍‌। ”ଆମେ ନିକଟରେ ସ୍ପେନ୍‌କୁ ୨ ଥର ଭେଟି ସାରିଛୁ। ଥରେ ୟୁରୋ କପ୍‌ରେ ଏବଂ ଆଉ ଥରେ ବନ୍ଧୁତ୍ୱମୂଳକ ମ୍ୟାଚରେ। ସ୍ପେନ୍‌ ଏକ ଶକ୍ତିଶାଳୀ ଦଳ। ଏହାକୁ କୌଣସି ଭାବେ ହାଲୁକାରେ ନେଇ ହେବନାହିଁ। ତେବେ ଆମେ ବିଜୟ ଲକ୍ଷ୍ୟରେ ଖେଳିବୁ“ ବୋଲି ସିମିକ୍‌ କହିଛନ୍ତି। ତେବେ ମନେ ରଖିବାକୁୁ ହେବ ଯେ ସ୍ପେନ୍‌ ହେଉଛି ଗତଥରର ଚାମ୍ପିୟନ। ଚଳିତ ଟୁର୍ନାମେଣ୍ଟରେ ଏହି ଦଳ ବର୍ତ୍ତମାନ ସୁଦ୍ଧା ୬୮ ପ୍ରତିଶତ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି। ଆକ୍ରମଣାତ୍ମକ ରଣନୀତିରେ ଏହି ଦଳ ୭୫ଟି ଶଟ୍‌ ଟାର୍ଗେଟ କରି ସାରିଛି। ତେବେ ଚଳିତ ବିଶ୍ୱକପରେ ଏହି ଦଳର ଏକମାତ୍ର ଚିନ୍ତା ହେଉଛି ଖେଳାଳିମାନେ ଅଧିକ ଗୋଲ ସ୍କୋର କରିପାରି ନାହାନ୍ତି। ୬୦ ମିନିଟର ଖେଳ ପରେ ଯାଇ ଦଳ ଗୋଲ ଦେବାରେ ସକ୍ଷମ ହୋଇଛି। ସେମିିଫାଇନାଲରେ ମିଡ୍‌ଫିଲ୍ଡର ମିକି ଲୋପେଜ ୨ଟି ଗୋଲ ଦେଇ ନ ଥିଲେ ହୁଏତ ଦଳ ଜାପାନକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ ପାରି ନ ଥାନ୍ତା। ଏହି ଗୋଲ ୨ଟି ପୁଣି ୮୭ ଓ ୯୦+୩ ମିନିଟରେ ଆସିଥିଲା। ଆଗାମୀ ମ୍ୟାଚରେ ଏଥିପ୍ରତି ଦଳକୁ ସଜାଗ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ ଜର୍ମାନୀ ଗତ ୪ ମ୍ୟାଚରେ ୧୩ଟି ଗୋଲ ଦେଇ ସାରିଛି। ଏହା ପୁଣି ଭିନ୍ନଭିନ୍ନ ଗୋଲ ସ୍କୋରରଙ୍କ ଦ୍ୱାରା। ୨୦୧୨ ପରେ ଜର୍ମାନୀ ପ୍ରଥମଥର ପାଇଁ ସେମିଫାଇନାଲରେ ପହଞ୍ଚତ୍ଛି। ତେଣୁ ଦଳ ସହଜରେ ବାଟ ଛାଡ଼ିବାକୁ ଚାହିଁବ ନାହିଁ ନିଶ୍ଚିତ। ବ୍ରାଜିଲ ବିପକ୍ଷରେ ଖେଳି ନ ଥିବା ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଆଲାରା ଶିଟଲର ଆଗାମୀ ମ୍ୟାଚ ଖେଳିବେ। ତେଣୁ ଜର୍ମାନୀର ଶକ୍ତି ବୃଦ୍ଧି ହୋଇଛି।
ନାଇଜେରିଆ, କଲମ୍ବିଆ ପାଇଁ ପ୍ରଥମ ସୁଯୋଗ
ନାଇଜେରିଆ ଓ କଲମ୍ବିଆ ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ସେମିଫାଇନାଲ ଖେଳିବାକୁୁ ଯାଉଛନ୍ତି। ତେଣୁ ଯେଉଁ ଦଳ ବିଜୟ ହାସଲ କରିବ ଇତିହାସ ରଚିବ। କ୍ୱାର୍ଟର ଫାଇନାଲରେ ଟାଇଟଲ ଫେଭରାଇଟ ଆମେରିକାକୁ ହରାଇ ନାଇଜେରିଆ ନିଜ ଫୁଟବଲ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଅନ୍ୟପକ୍ଷରେ ଉତ୍ସାହୀ ପ୍ରଦର୍ଶନ ଦେଇ ଡେବ୍ୟୁ ସିଜନରେ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିବା ତାଞ୍ଜାନିଆକୁ ହରାଇ ଆଗକୁ ବଢ଼ିଛି କଲମ୍ବିଆ। ‘ନାଇଜେରିଆ ନିଜ ଦେଶରୁ ଭରପୂର ସମର୍ଥନ ପାଉଛି। ଆମେରିକାକୁ ହରାଇବା ପରେ ଦଳର ମନୋବଳ ବହୁ ପରିମାଣରେ ବଢ଼ି ଯାଇଛି’ ବୋଲିି ମିଡ୍‌ଫିଲ୍ଡର ଇମାନୁଏଲ ବ୍ଲେସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?