Posted inଖେଳ

ମାର୍ଗାଓରେ ଆଜି ସେମିଫାଇନାଲ ମୁକାବିଲା

ମାର୍ଗାଓ,୨୬ା୧୦: ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଶେଷ ପର୍ଯ୍ୟାୟରେ ଉପନୀତ। ସ୍ଥାନୀୟ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହେବ ସେମିଫାଇନାଲ ମ୍ୟାଚ। ପ୍ରଥମ ସେମିରେ କଲମ୍ବିଆକୁ ଭେଟିବ ନାଇଜେରିଆ। ଦକ୍ଷିଣ ଆମେରିକା ଓ ଆଫ୍ରିକାର ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ସେମିରେ ଟାଇଟଲ ଫେଭରାଇଟ ଜର୍ମାନୀ ଓ ସ୍ପେନ୍‌ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ୟୁରୋପ ଦଳ ହୋଇଥିବାରୁ ପରସ୍ପରର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଭଲଭାବେ ଅବଗତ ଅଛନ୍ତି। ତେଣୁ କଡ଼ା ଟକ୍କର ଅପେକ୍ଷାରେ ରହିଛି ମାର୍ଗାଓର ଏହି ଐତିହାସିକ ଷ୍ଟାଡିୟମ। ପ୍ରଥମ ମ୍ୟାଚଟି ଅପରାହ୍ନ ୪ଟା ୩୦ ଓ ଦ୍ୱିତୀୟ ସେମିଫାଇନାଲ ରାତି ୮ଟାରେ ଆରମ୍ଭ ହେବ।
ୟୁରୋ ଫାଇନାଲ ରିପ୍ଲେ
ଜର୍ମାନୀ-ସ୍ପେନ୍‌ ସେମିଫାଇନାଲ ୧୭ ବର୍ଷରୁ କମ୍‌ ୟୁରୋ ଚାମ୍ପିୟନଶିପ୍‌ ଫାଇନାଲର ରିପ୍ଲେ ସଦୃଶ ହେବ। ସେତେବେଳେ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟରେ ହାରି ଯାଇଥିଲା। ତେଣୁ ଏଠାରେ ଜର୍ମାନୀଠାରୁ ମଧୁର ପ୍ରତିଶୋଧ ନେବା ସୁଯୋଗ ଅପେକ୍ଷାରେ ରହିଛି ସ୍ପାନିଶ୍‌ ଟିମ୍‌। ‘ଫୁଟବଲ ହେଉଛି ପ୍ରତିଶୋଧ ନେବାର ଖେଳ’ ବୋଲି ସ୍ପେନ କୋଚ୍‌ କେନିଓ ଗୋଞ୍ଜାଲୋ ପ୍ରକାଶ କରିଛନ୍ତି। ୟୁରୋ ଚାମ୍ପିୟନଶିପ୍‌ ଖେଳିଥିବା ଜର୍ମାନୀ ଓ ସ୍ପେନ୍‌ ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସ୍ପେନ୍‌ ଦଳରେ ୩ଟି ଏବଂ ଜର୍ମାନୀ ଦଳରେ ମାତ୍ର ୨ଟି ପରିବର୍ତ୍ତନ କରାଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇଥିବାରୁ ଜର୍ମାନୀ ମୁଖ୍ୟ କୋଚ୍‌ ଫ୍ରେଡ୍‌ରିକ୍‌ କ୍ରୋମ୍ପ ଦଳ ସହ ରହିପାରି ନାହାନ୍ତି। ତାଙ୍କ ଅନୁପସ୍ଥିତରେ ଏହି ମ୍ୟାଚ ଖେଳିବ ଜର୍ମାନୀ। କ୍ୱାର୍ଟର ଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଥିଲା ଜର୍ମାନୀ। ସ୍ପେନ୍‌ ବିପକ୍ଷରେ ମଧ୍ୟ ଦଳ ସେପରିି ପ୍ରଦର୍ଶନ ଦୋହରାଇବ ବୋଲି ଆଶା ପ୍ରକାଶ କରିଛନ୍ତି ସହକାରୀ କୋଚ୍‌ ଜୁଲିଆ ସିମିକ୍‌। ”ଆମେ ନିକଟରେ ସ୍ପେନ୍‌କୁ ୨ ଥର ଭେଟି ସାରିଛୁ। ଥରେ ୟୁରୋ କପ୍‌ରେ ଏବଂ ଆଉ ଥରେ ବନ୍ଧୁତ୍ୱମୂଳକ ମ୍ୟାଚରେ। ସ୍ପେନ୍‌ ଏକ ଶକ୍ତିଶାଳୀ ଦଳ। ଏହାକୁ କୌଣସି ଭାବେ ହାଲୁକାରେ ନେଇ ହେବନାହିଁ। ତେବେ ଆମେ ବିଜୟ ଲକ୍ଷ୍ୟରେ ଖେଳିବୁ“ ବୋଲି ସିମିକ୍‌ କହିଛନ୍ତି। ତେବେ ମନେ ରଖିବାକୁୁ ହେବ ଯେ ସ୍ପେନ୍‌ ହେଉଛି ଗତଥରର ଚାମ୍ପିୟନ। ଚଳିତ ଟୁର୍ନାମେଣ୍ଟରେ ଏହି ଦଳ ବର୍ତ୍ତମାନ ସୁଦ୍ଧା ୬୮ ପ୍ରତିଶତ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି। ଆକ୍ରମଣାତ୍ମକ ରଣନୀତିରେ ଏହି ଦଳ ୭୫ଟି ଶଟ୍‌ ଟାର୍ଗେଟ କରି ସାରିଛି। ତେବେ ଚଳିତ ବିଶ୍ୱକପରେ ଏହି ଦଳର ଏକମାତ୍ର ଚିନ୍ତା ହେଉଛି ଖେଳାଳିମାନେ ଅଧିକ ଗୋଲ ସ୍କୋର କରିପାରି ନାହାନ୍ତି। ୬୦ ମିନିଟର ଖେଳ ପରେ ଯାଇ ଦଳ ଗୋଲ ଦେବାରେ ସକ୍ଷମ ହୋଇଛି। ସେମିିଫାଇନାଲରେ ମିଡ୍‌ଫିଲ୍ଡର ମିକି ଲୋପେଜ ୨ଟି ଗୋଲ ଦେଇ ନ ଥିଲେ ହୁଏତ ଦଳ ଜାପାନକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ ପାରି ନ ଥାନ୍ତା। ଏହି ଗୋଲ ୨ଟି ପୁଣି ୮୭ ଓ ୯୦+୩ ମିନିଟରେ ଆସିଥିଲା। ଆଗାମୀ ମ୍ୟାଚରେ ଏଥିପ୍ରତି ଦଳକୁ ସଜାଗ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ ଜର୍ମାନୀ ଗତ ୪ ମ୍ୟାଚରେ ୧୩ଟି ଗୋଲ ଦେଇ ସାରିଛି। ଏହା ପୁଣି ଭିନ୍ନଭିନ୍ନ ଗୋଲ ସ୍କୋରରଙ୍କ ଦ୍ୱାରା। ୨୦୧୨ ପରେ ଜର୍ମାନୀ ପ୍ରଥମଥର ପାଇଁ ସେମିଫାଇନାଲରେ ପହଞ୍ଚତ୍ଛି। ତେଣୁ ଦଳ ସହଜରେ ବାଟ ଛାଡ଼ିବାକୁ ଚାହିଁବ ନାହିଁ ନିଶ୍ଚିତ। ବ୍ରାଜିଲ ବିପକ୍ଷରେ ଖେଳି ନ ଥିବା ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଆଲାରା ଶିଟଲର ଆଗାମୀ ମ୍ୟାଚ ଖେଳିବେ। ତେଣୁ ଜର୍ମାନୀର ଶକ୍ତି ବୃଦ୍ଧି ହୋଇଛି।
ନାଇଜେରିଆ, କଲମ୍ବିଆ ପାଇଁ ପ୍ରଥମ ସୁଯୋଗ
ନାଇଜେରିଆ ଓ କଲମ୍ବିଆ ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ସେମିଫାଇନାଲ ଖେଳିବାକୁୁ ଯାଉଛନ୍ତି। ତେଣୁ ଯେଉଁ ଦଳ ବିଜୟ ହାସଲ କରିବ ଇତିହାସ ରଚିବ। କ୍ୱାର୍ଟର ଫାଇନାଲରେ ଟାଇଟଲ ଫେଭରାଇଟ ଆମେରିକାକୁ ହରାଇ ନାଇଜେରିଆ ନିଜ ଫୁଟବଲ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଅନ୍ୟପକ୍ଷରେ ଉତ୍ସାହୀ ପ୍ରଦର୍ଶନ ଦେଇ ଡେବ୍ୟୁ ସିଜନରେ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିବା ତାଞ୍ଜାନିଆକୁ ହରାଇ ଆଗକୁ ବଢ଼ିଛି କଲମ୍ବିଆ। ‘ନାଇଜେରିଆ ନିଜ ଦେଶରୁ ଭରପୂର ସମର୍ଥନ ପାଉଛି। ଆମେରିକାକୁ ହରାଇବା ପରେ ଦଳର ମନୋବଳ ବହୁ ପରିମାଣରେ ବଢ଼ି ଯାଇଛି’ ବୋଲିି ମିଡ୍‌ଫିଲ୍ଡର ଇମାନୁଏଲ ବ୍ଲେସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri