Posted inଫୁରସତ

ସୋସିଆଲ ମିଡିଆରେ କେବଳ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଏହି ମଡେଲ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀ ସମୟରେ ଇଣ୍ଟରନେଟ୍‌ର ବ୍ୟବହାର ବେଶ୍‌ ବୃଦ୍ଧି ପାଇଛି। ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟ ବ୍ଲଗର୍‌, ଶିକ୍ଷକ, ଜିମ୍‌ ବିଶେଷଜ୍ଞ ଆଦି ହୋଇ ଟଙ୍କା ରୋଜଗାର କରୁଛନ୍ତି। ଜର୍ଜିଆ ନାମକ ଜଣେ ଯୁବତୀ ଟଙ୍କା ରୋଜଗାର କରିବା ପାଇଁ ଇଣ୍ଟରନେଟ୍‌କୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିନେଇଛନ୍ତି। ଏଥିରେ ତାଙ୍କର ତରିକା ସମ୍ପୂର୍ଣ୍ଣ ଭିନ୍ନ। ସେ ସୋସିଆଲ ମିଡିଆ ଅନ୍ୟ କିଛି ନୁହଁ କେବଳ ତାଙ୍କ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

୨୩ ବର୍ଷୀୟା ଜର୍ଜିଆ ଟଙ୍କା ରୋଜଗାର ପାଇଁ ସୋସିଆଲ ମିଡିଆକୁ ଏକ ମାଧ୍ୟମ ଭାବେ ବାଛି ନେଇଛନ୍ତି। ସେ ଜଣେ ମଡେଲ ଏବଂ ରିସେପ୍ସନିଷ୍ଟ। ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ଜରିଆରେ ଜର୍ଜିଆ ଟଙ୍କା ରୋଜଗାରର ଉପାୟ ଜାଣୁଥିଲେ। ପରେ ତାଙ୍କ ପାଦର ଫଟୋ ଲଗାଇ ଟଙ୍କା ରୋଜଗାର କରିବାର ପଥ ବାଛିଲେ।

ଏହି ମଡେଲ ଜୁନ୍‌ରେ ବ୍ୟକ୍ତିଗତ ଏକ ପେଜ୍‌ ସୃଷ୍ଟି କରିଥିଲେ। ଯେଉଁଥିରେ ବର୍ତ୍ତମାନ ୪୫,୦୦୦ରୁ ଅଧିକ ଫଲୋଅର୍ସ ରହିଛନ୍ତି। ଏହି ଆକାଉଣ୍ଟରେ ପାଦର ଫଟୋ ବିକ୍ରି କରି ପ୍ରତି ସପ୍ତାହରେ ୪୩୦୦୦ରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କର ମାସିକ ଆୟ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଅଧିକ।

ଜର୍ଜିଆ ତାଙ୍କ ନୂତନ ଚାକିରି ବିଷୟରେ କୁହନ୍ତି, ମୁଁ ସ୍ଥିର କଲି ଏହା ମୋ ପାଇଁ ଏକ ମଜାଦାର ହବି ଏବଂ ଆୟର ଉତ୍ସ ହେବ। ମୁଁ ମଧ୍ୟ ଆଶା କରିଥିଲି ଯେ, ଏହା ମୋତେ କିଛି ରୋଜଗାର ଦେବ। ମୁଁ ସବବେଳେ ଜଣେ ମଡେଲ ହେବାକୁ ଚାହୁଁଥିଲି କିନ୍ତୁ ବାହାରକୁ ଯିବାକୁ ଭୟ କରୁଥିଲି। ଅନ୍ୟପକ୍ଷରେ ନଗ୍ନ ଫଟୋ କିମ୍ବା ଅଶ୍ଳୀଳ ବିଷୟବସ୍ତୁ ବଦଳରେ କେବଳ ମୋର ପାଦର ଫଟୋ ପୋଷ୍ଟ କରିବା ଆରମ୍ଭ କଲି। ଏହା ପରେ ଦେଖିଲି ଲୋକମାନେ ଏହାକୁ ପସନ୍ଦ କରିବାକୁ ଲାଗିଲେ। ଯାହା ମୋତେ ରୋଜଗାର କରିବାରେ ସହାୟକ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri