କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ ଅଢେଇ ବର୍ଷରୁ ଊଦ୍ଧ୍ୱର୍ର୍ ହେଲା ଏହି କାର୍ଯ୍ୟାଳୟର କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ ଅଫିସ ପରିସରରେ ଥିବା ଥଇଥାନ ଅଧିକାରୀଙ୍କ ଅଫିସରେ ତାଲାପଡି ରହିଛି। ବାରମ୍ବାର ଅଭିଯୋଗ, ଦାବି ପରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତାଳଚେରରୁ ସର୍ବାଧିକ ରାଜସ୍ବ ପାଉଥିଲେ ହେଁ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବହୁ ଦାବି, ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ଠାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଏକ ଭଡା ଘରେ ଖୋଲାଯାଇଥିଲା। ଫଳରେ ଏଠାକାର ବ୍ୟବସାୟୀମାନଙ୍କୁ ଆଉ ଟ୍ୟାକ୍ସ ପ୍ରଦାନ ନିମନ୍ତେ ଅନୁଗୋଳ ଯିବାକୁ ପଡ଼ୁ ନ ଥିଲା। ତେବେ ୧୦ ବର୍ଷ ପରେ ଉକ୍ତ ଭଡ଼ା ଘରର ମରାମତି ନିମନ୍ତେ ମାଲିକ ଘର ଛାଡିବାକୁ ୩ ମାସିଆ ନୋଟିସ ଦେଇଥିଲେ। ୨୦୧୮ ଜୁଲାଇ ୫ ମଧ୍ୟରେ ଘର ଖାଲି କରିବାକୁ ନୋଟିସରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ୨୦୧୮ ମେ’ ୧୨ରେ ଅନୁଗୋଳର ଜଏଣ୍ଟ କମିଶନର ତାଳଚେର ଅଫିସକୁ ଅନୁଗୋଳ ସ୍ଥାନାନ୍ତର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ହେଲେ ତାଳଚେର ବିଧାୟକଙ୍କ ଆପତ୍ତି ପରେ ଅଫିସ ସ୍ଥାନାନ୍ତର ବନ୍ଦ ରହିଲା। ହଠାତ୍‌ ଜୁନ ୨୨ରେ ଅଫିସ ଅନୁଗୋଳ ଉଠାଇ ନେବାକୁ କମିଶନର ନିର୍ଦ୍ଦେଶ ଦେବାରୁ ଜୁନ ୨୪ରେ କମର୍ସିଆଲ ଟ୍ୟାକ୍ସ ଅଫିସର କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ପୂର୍ବତନ ନଗରପାଳ, ଭାଜପା କର୍ମୀ, ବ୍ୟବସାୟୀମାନେ ବିରୋଧ କରିବାରୁ ଉକ୍ତ କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଥଇଥାନ ଅଧିକାରୀଙ୍କ ଅଫିସରେ ରଖାଯାଇଥିଲା। ସେବେଠାରୁ ସେସବୁ ତାଲା ପଡି ରହିଛି। ଉକ୍ତ କାର୍ଯ୍ୟାଳୟ ପାଇଁ କମିଶନରଙ୍କ ଅନୁରୋଧ କ୍ରମେ ଏମ୍‌ସିଏଲ୍‌ର ଲିଙ୍ଗରାଜ ଖଣି କର୍ତ୍ତୃପକ୍ଷ ଦେଉଳବେଡା କଲୋନୀରେ ଏକ କ୍ୱାର୍ଟର୍ସ ଯୋଗାଇ ଦେଇଥିଲେ। ସେଠାରେ ଜଣେ ପିଅନ, ଚପରାସୀ ଅଛନ୍ତି। କିନ୍ତୁ କାର୍ଯ୍ୟାଳୟ ଖୋଲାଯିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀମାନେ ଅନୁଗୋଳରେ ରହି ଅଫିସ ଚଳାଉଛନ୍ତି।

କିଛି ରହସ୍ୟ ରହିଛି
ତାଳଚେରରୁ ସରକାର ସର୍ବାଧିକ ରାଜସ୍ବ ନେଉଛନ୍ତି। କିନ୍ତୁ ଏହି ଅଞ୍ଚଳର ବିକାଶ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଅଢ଼େଇ ବର୍ଷ ହେବ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲାଯିବା ତାହାର ଏକ ଉଦାହରଣ। ଅଫିସ ଚାବି ନେଇ କମିଶନରଙ୍କୁ ଦେବାପରେ ମଧ୍ୟ ଖୋଲିବୁ ଖୋଲିବୁ କହି ଖୋଲୁନାହାନ୍ତି। ଏହା ପଛରେ କିଛି ରହସ୍ୟ ରହିଛି।
-ସୁବାସ ଚନ୍ଦ୍ର ପ୍ରଧାନ, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସଭାପତି, ତାଳଚେର

ଅନୁଗୋଳ ଧାଇଁବାକୁ ପଡ଼ୁଛି
ଅଫିସ କାଗଜପତ୍ର ତାଳଚେରରେ ଅଟକାଇ ରଖାଯାଇଛି। କିନ୍ତୁ କର୍ମଚାରୀମାନେ ଅନୁଗୋଳରେ ରହି କାମ କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏଯାଏ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଗଲା ନାହିଁ। ତେଣୁ ଦୀର୍ଘଦିନ ହେଲା ତାଳଚେରର ବ୍ୟବସାୟୀମାନେ ବିଭିନ୍ନ କାର୍ଯ୍ୟରେ ଅନୁଗୋଳ ଧାଉଁଛନ୍ତି।
-ମନୋଜ ସାହୁ, ଏଡିସିସିଆଇ ଉପସଭାପତି, ତାଳଚେର

କାରଣ ବୁଝାପଡ଼ୁନି
ତାଳଚେରରେ ଥିବା ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ କେଉଁ କାରଣରୁ ଅନୁଗୋଳ ସ୍ଥାନାନ୍ତର କରାଗଲା, ଏହା ପଛରେ କିଏ ରହିଛନ୍ତି ଓ କାହିଁକି ଏପରି କାର୍ଯ୍ୟ କରାଯାଇଛି ତାହା ବୁଝାପଡ଼ୁନି। ଏହାଦ୍ୱାରା ତାଳଚେରର ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ଟିକସ ପ୍ରଦାନରେ ଆଗୁଆ ତାଳଚେରକୁ ଅଣଦେଖା କରାଯିବା କେତେଦୂର ଯଥାର୍ଥ।
– ଶ୍ୟାମସୁନ୍ଦର ଲାଖୋଟିଆ, ତାଳଚେର

ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ
ତାଳଚେରରେ ୧୦ ବର୍ଷ ଅଫିସ ରହିଲା। କିନ୍ତୁ ହଠାତ୍‌ ଏହାକୁ ଅନୁଗୋଳ ସ୍ଥାନାନ୍ତର କରାଗଲା। ତାଳଚେରବାସୀଙ୍କ ପ୍ରତି ଏପରି ଅବିଚାର କାହିଁକି କରାଗଲା। ରାଜ୍ୟ ସରକାର ଓ ବାଣିଜ୍ୟକର ବିଭାଗ ଅଧିକାରୀ, ତାଳଚେର ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ।
– ବୀରବର ସାହୁ, ବ୍ୟବସାୟୀ, ତାଳଚେର

ଜିଏସ୍‌ଟି ଯୋଗୁ ସ୍ଥାନାନ୍ତର
ଜିଏସ୍‌ଟି ଲାଗୁ ହେବା ପରେ ତାଳଚେର ଅଫିସର କିଛି ସ୍ଥିତି ନାହିଁ। ଭାଟ୍‌ ଆଦାୟ ବେଳେ ଯେହେତୁ ପୁରୁଣା ଅଫିସ ଥିଲା ତାହାର କାଗଜପତ୍ର ସେଠାରେ ରହିଛି। ଜଗାରଖା ପାଇଁ କର୍ମଚାରୀ ଅଛନ୍ତି। ସେଠିକାର ଅଧିକାରୀ ଓ କର୍ମଚାରୀମାନେ ଅନୁଗୋଳରେ କାମ କରୁଛନ୍ତି।
-ରାଜେଶ୍ୱର ନାୟକ, ବିଭାଗୀୟ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri