ନନା-ଜେନାଙ୍କ ପତିଆରା ଲଢ଼େଇ: ଭାଜପାରେ ଶୀତଳ ଯୁଦ୍ଧ

ବାଲେଶ୍ୱର,୩୦ା୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ):ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା କିଛି ମାସ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ବାଲେଶ୍ୱର ଭାଜପାରେ ଶୀତଳ ଯୁଦ୍ଧ ତୀବ୍ର ହୋଇଛି। ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ନନା) ଏବଂ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ସାଙ୍ଗଠନିକ ପତିଆରାକୁ ନେଇ ପ୍ରତି ନିର୍ବାଚନମଣ୍ଡଳୀରେ ଟକ୍କର ଚାଲିଛି। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ନନାଙ୍କ ସମର୍ଥକ ଭାବେ ଗତ ନିର୍ବାଚନରେ ଭାଜପା ଟିକେଟରୁ ବିଜୟୀ ହୋଇଥିଲେ। ମାତ୍ର ରବୀନ୍ଦ୍ର ମିଶିବା ପରେ ତାଙ୍କ ସମର୍ଥକ ବିଜେଡିର ପୂର୍ବତନ ନେତା ଶଶୀ ସାହୁ ଓ ତାଙ୍କ ସ୍ତ୍ରୀ ସୁବାସିନୀ ସାହୁ ଭାଜପାରେ ମିଶିଛନ୍ତି। ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଶଶୀ ସାହୁଙ୍କ ସମର୍ଥକ ଅଧିକ ସକ୍ରିୟ ଦେଖାଯାଉଛନ୍ତି।
ସେହିପରି ନୀଳଗିରିରେ ସନ୍ତୋଷ ଖଟୁଆ ରବୀନ୍ଦ୍ରଙ୍କ ପରୋକ୍ଷ ଇଙ୍ଗିତରେ ବିଜେଡିରୁ ଭାଜପାକୁ ଯାଇ ଟିକେଟ ପାଇ ବିଧାୟକ ହୋଇଥିଲେ ବୋଲି ଚର୍ଚ୍ଚା ହେଉଥିଲା। ନିର୍ବାଚନ ସମୟରେ ବିକଳ୍ପ ନ ଥିବାରୁ ନନା ତାଙ୍କୁ ସମର୍ଥନ କରିଥିଲେ। ଏବେ ନନା ନିଜ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ବିଭିନ୍ନ ସଭାକୁ ପଠାଇ ନିଜ ପତିଆରା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ଅପରପକ୍ଷରେ ରବୀନ୍ଦ୍ର ଆସିବା ପରେ ବିଧାୟକ ଖଟୁଆଙ୍କ ଗୋଷ୍ଠୀ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ରେମୁଣାରେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉଭୟ ନେତାଙ୍କଠାରୁ ସମଦୂରତା ରକ୍ଷା କରୁଥିବା ଭଳି ସାଧାରଣରେ ମତ ଉଠୁଛି। ଏହା ମଧ୍ୟ କୁହାଯାଉଛି, ରବୀନ୍ଦ୍ର ଭାଜପାର କେତେଜଣ ଅସନ୍ତୁଷ୍ଟ ନେତାଙ୍କୁ ନିଜ ସପକ୍ଷରେ ନେଇ ସମର୍ଥନ ବଢ଼ାଉଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଧାୟକ ମାନସ ଦତ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଭାବେ ଜଣାଶୁଣା। ଭାଜପା ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ର ଏବଂ ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସ୍ଥାନୀୟ ରାଜନୈତିକ ଲୋକେ ଚର୍ଚ୍ଚା କରନ୍ତି। ବିଧାୟକ ଦତ୍ତ ଏବଂ ଏମ୍‌ପି ଷଡ଼ଙ୍ଗୀଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିବ ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ରବୀନ୍ଦ୍ରଙ୍କ ଭାଜପାରେ ମିଶିବା ଘଟଣା ବିଧାୟକ ଦତ୍ତଙ୍କ ପାଇଁ ଆଗାମୀ ଦିନରେ ଅନେକ ନୂଆ ରାଜନୈତିକ ସମ୍ଭାବନା ସୃଷ୍ଟି କରୁଥିବା କୁହାଯାଉଛି। ରବୀନ୍ଦ୍ର ପରିସ୍ଥିତିକୁ ଦେଖି ଏଠାରେ ନିଜ ଗୋଷ୍ଠୀକୁ ମଜଭୁତ କରୁଛନ୍ତି। ବସ୍ତାରେ ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନା ବିଧାୟିକା ଅଛନ୍ତି। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ଭୋଟିଂ ପାଇଁ ସେ ବିଜେଡିରୁ ନିଲମ୍ବିତ ହେବା ପରେ ଏବେ ଭାଜପା ଟିକେଟ ଆଶାରେ ଅଛନ୍ତି ବୋଲି ଶାସକ ଦଳର ଗୋଟିଏ ଗୋଷ୍ଠୀ କହୁଛନ୍ତି। ଏହା ସଫଳ ହେଲେ ନନାଙ୍କ ସମର୍ଥକ ରବୀନ୍ଦ୍ର ଅଣ୍ଡିଆଙ୍କୁ ନିରାଶ ହେବାକୁ ପଡିପାରେ। ସେ ଏବେ ବନ୍ୟା ରିଲିଫ କାର୍ଯ୍ୟକ୍ରମରେ ନନାଙ୍କୁ ନେଇ ସମର୍ଥନ ଜୁଟାଉଥିବା ଦେଖାଯାଉଛି। ଜଳେଶ୍ୱରରେ ଭାଜପା ବିଧାୟକ ପ୍ରାର୍ଥୀ ବ୍ରଜ ପ୍ରଧାନ ରବୀନ୍ଦ୍ରଙ୍କ ଜଣେ ଦୃଢ ସମର୍ଥକ ଥିଲେ। ଟିକେଟ ନ ମିଳିବାରୁ ଭାଜପାରେ ଯୋଗଦେଇ ଅଳ୍ପ ଭୋଟରେ ହାରିଥିଲେ। ରବୀନ୍ଦ୍ର ଭାଜପାରେ ଯୋଗଦେବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ଏଭଳି ଏପଟସେପଟ ବେଳେ ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ସିପ୍ରା ବାଜପେୟୀ ନନାଙ୍କ ସହ ରହି ଭାବମୂର୍ତ୍ତି ବଢ଼ାଇବାକୁ ଉଦ୍ୟମ କରୁଛନ୍ତି। ଏମ୍‌ପି ଥିବା ବେଳେ ଭୋଗରାଇରେ ରବୀନ୍ଦ୍ରଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ଗତ ନିର୍ବାଚନରେ ତାଙ୍କ ସମର୍ଥକ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ଭୂମିକା ନେଇଥିଲେ। ଏବେ ସେମାନେ ଭାଜପାରେ ମିଶିଛନ୍ତି। ଏଠାରେ ଆଶିଷ ପାତ୍ର ଓ ଅଂଶୁମାନ ମହାନ୍ତିଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଜିଲା ସଭାପତି ଈଶ୍ୱର ବେହେରାଙ୍କ ଘର ସୋର ନିର୍ବାଚନ ମଣ୍ଡଳୀରେ। ସେ ନନାଙ୍କ ଅନୁଗତ ବୋଲି କୁହାଯାଏ। ହେଲେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରେ ଥିବା ବେଳେ ଜେନାଙ୍କ ନିକଟତର ଥିଲେ ଏବଂ ଏବେ ୨୦୨୯ ପାଇଁ ଜେନାଙ୍କ ସମର୍ଥନରେ ଟିକେଟ ଆଶା ରଖିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ୨୦୨୯ ଏମ୍‌ପି ଟିକେଟ ପାଇଁ ଉଭୟ ନେତା ଦିଲ୍ଲୀ ଦୌଡ ଆରମ୍ଭ କରିଛନ୍ତି। ରବୀନ୍ଦ୍ର ଦିଲୀପ ରାୟଙ୍କ ସହ ଅଗଷ୍ଟ ୬ରେ ଅମିତ ଶାହାଙ୍କୁ ଭେଟିବା ପରେ ନନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ୩ କୋଟି ୧୦ଲକ୍ଷ ସ୍ବାସ୍ଥ୍ୟ ଅନୁଦାନ ଆଣି ଜବାବ ଦେଇଛନ୍ତି। ତେବେ ଭାଜପାରେ ନନା ଓ ଜେନାଙ୍କ ଏହି ଛକାପଞ୍ଝା ଖେଳ ଆଗାମୀ ଦିନରେ କାହାକୁ ଅଧିକ ଆଗୁଆ ରଖିବ ଏବଂ ନିର୍ବାଚନ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ନେତୃମଣ୍ଡଳ ଜିଲାର ନେତୃତ୍ୱ କାହା ହାତକୁ ଦେବେ ତାହା ସମ୍ପର୍କରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ଦିନରେ ଗ୍ରୁପ-ସି’ର…

ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ସମ୍ପର୍କୀୟ ନାବାଳକ: ଅବସ୍ଥା ଗୁରୁତର

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୋଲିସ ଜିଲା ଅନ୍ତର୍ଗତ ଜାମଦା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ନାବାଳକ ବଳାତ୍କାର…

ଆଜି ବି ପ୍ରବଳ ବର୍ଷିବ: ୨ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୦ା୧୦ (ସୌମ୍ୟରଞ୍ଜନ ରାଉତ):ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ…

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?