ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ ରିଲିଜ୍ ମୁଭି ‘ସେଲଫି’କୁ ନେଇ ଅଛନ୍ତି ଲାଇମ ଲାଇଟରେ । ଏସବୁ ଭିତରେ ଅଭିନେତା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ଜଣେ ହାଇଏଷ୍ଟ ଟାକ୍ସ ପେୟର ହୋଇଥିବାରୁ ଗର୍ବ କରନ୍ତି ।
ସୂଚନାଯୋଗ୍ୟ, କିଛି ଫ୍ଲପ ମୁଭି ଭେଟି ଦେଇଥିବା ଅକ୍ଷୟ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଟାକ୍ସ ଦେଉଥିବା ଅଭିନେତା । ଗତବର୍ଷ ଅକ୍ଷୟଙ୍କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ଏଥିପାଇଁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ତେବେ ଠିକ୍ ସମୟରେ ଟାକ୍ସ ଭରୁ ଥିବାକୁ ନେଇ ସେ କୁହନ୍ତି, ଜଣେ ଆକାଉଣ୍ଟାଟଙ୍କ ପୁଅ ହେବା ଓ ସମୟରେ କର ପଇଠ କରିବାକୁ ନେଇ ମୁଁ ଗର୍ବ କରେ । ‘ସେଲଫି’ ଆକ୍ଟର ଇଣ୍ଡିଆ ଟୁଡେକୁ କହିଛନ୍ତି, ପିତା ମୋତେ ଏହା ଶିଖାଇଛନ୍ତି, ଠିକ ସମୟରେ କର ପଇଠ କର । କାରଣ ସେ ଚାହୁଁଥିଲେ କେହି ଯେମିତି ଆମ ଘରକୁ ଆସି ନ କୁହନ୍ତୁ ଆପଣ ଟଙ୍କା କୋଉଠି ଲୁଚାଇ ରଖଛନ୍ତି ।
ଏହି ସାକ୍ଷାତକାର ସମୟରେ ଅକ୍ଷୟ ଆଉ ଏକ କଥା ବି କହିଛନ୍ତି । ସେ କହିଛନ୍ତି ମୁଁ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଛି । ଆଉ ଦେଶପ୍ରେମ ପାଇଁ ସେ ତାଙ୍କ କାନାଡା ପାସପୋର୍ଟ ଛାଡିଦେବେ । ସେ କହିଛନ୍ତି ଭାରତ ମୋତେ ସବୁକିଛି ଦେଇଛି । ମୋତେ ସେତେବେଳେ ଖରାପ ଲାଗିଥାଏ ଯେତେବେଳେ ଲୋକେ କିଛି ନ ବୁଝି ଓଲଟା ସିଧା କଥା କହିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri