୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଆସିଛନ୍ତି । ହେଲେ ଏହି ମୁଭିକୁ ଦର୍ଶକେ ଏତେଟା ପସନ୍ଦ କରି ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଭିନେତା ଇମରାନ ହାସମି ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ହିଟ ଫିଲ୍ମ ଦେଇ ପାରି ନାହାନ୍ତି ।
ଇମରାନ ତାଙ୍କ କ୍ୟାରିୟରର ଆରମ୍ଭ କେବଳ ଚକୋଲେଟ ଲଭୟ ବୟ ଭାବରେ କରି ନ ଥିଲେ ବରଂ କିଛି ସୁପରହିଟ୍ ଫିଲ୍ମ ବି ଭେଟି ଦେଇଥିଲେ ଦର୍ଶକଙ୍କୁ । ଏମିତି ସମୟ ଥିଲା ଯେତେବେଳେ ଇମରାନ ବଲିଉଡର ଜଣେ କାମୟାବ ଅଭିନେତା ଭାବେ ପରିଚିତ ଥିଲେ । ହେଲ ଏମିତି ଏକ ସମୟ ଆସିଲା ଯେତେବେଳେ ଇମରାନଙ୍କ ଅଭିନୀତ ପ୍ରାୟ ସବୁ ଫିଲ୍ମ ଫ୍ଲପ ହେବାରେ ଲାଗିଲା ଆଉ ଏହି ଅଭିନେତା ସଫଳ ଅଭିନେତା ତାଲିକାରୁ ବାହାରି ଗଲେ ।
ଏବେ ପୁଣିଥରେ ଇମରାନ ‘ସେଲଫି’ ମାଧ୍ୟମରେ କମବ୍ୟାକ କଲେ ସତ ହେଲେ ଏଥର ବି ସେ ସଫଳ ହେବାଭଳି କୌଣସି ସୂଚନା ଦେଖାଯାଉ ନାହିଁ । ଅକ୍ଷୟ କୁମାର ଓ ଇମରାନ ହାସମିଙ୍କ ଅଭିନୀତ ମୁଭି ‘ସେଲଫି’କୁ ଆରମ୍ଭରୁ ସେମିତି କୌଣସି ଆଟେଂନଶନ ମିଳି ନାହିଁ । ପ୍ରଥମ ଦିନ ମୁଭି ୬ କୋଟିରୁ କମ ବ୍ୟବସାୟ କରିଛି । ଦୁଇ ପପୁଲାର ଷ୍ଟାର ଥାଇ ବି ମୁଭିକୁ ଖାସ୍ ବୁଷ୍ଟ ଦେଇପାରି ନାହାନ୍ତି ।
ଇମରାନଙ୍କ କ୍ୟାରିୟରକୁ ଦେଖିଲେ ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ହିଟ ମୁଭି ଦେଇ ନାହାନ୍ତି ଅଭିନେତା । ଫଳରେ ଏବେ ତାଙ୍କ କ୍ୟାରିୟର ସଙ୍କଟରେ । ୨୦୧୩ରୁ ଆଜି ପର୍ଯ୍ୟନ୍ତ ଏକ ଥି ଡାୟନ, ଧନଚକ୍କର, ନଟୱରଲାଲ, ମିଷ୍ଟର ଏକ୍ସ ଭଳି ପ୍ରାୟ ୧୧ଟି ମୁଭିରେ ଲିଡ ରୋଲରେ ନଜର ଆସିଥିଲେ । ହେଲେ ସମସ୍ତ ମୁଭି ବକ୍ସ ଅଫିସରେ ଫ୍ଲପ ହୋଇଛି ।
ଇମରାନ ୨୦୦୩ରେ ଫିଲ୍ମ ‘ଫୁଟପାଥ‘ ଜରିଆରେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ପ୍ରତିବର୍ଷ ପ୍ରାୟ ୨ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଥିଲେ । ହେଲେ ୨୦୧୮ପରେ ଅର୍ଥାତ୍ କରୋନା ସମୟରେ ୨୦୨୦ରେ ତାଙ୍କର ଗୋଟିଏ ବି ମୁଭି ଥିଏଟରରେ ଦେଖିବାକୁ ମିଳି ନ ଥିଲା । ଏବେ ତାଙ୍କର ସବୁ ଆଶା ସଲମାନଙ୍କ ମୁଭି ‘ଟାଇଗର ୩’ ସହ ଯୋଡି ହୋଇ ରହିଛି । ଏହା ଅଭିନେତାଙ୍କୁ ଏକ ନୂଆ ଲୁକରେ ଉପସ୍ଥାପନ କରିବ । ଏବେ ଦେଖିବାକୁ ରହିଲା ଯେ ଏହା ଇମରାନଙ୍କ କ୍ୟାରିୟରକୁ କେଉଁ ମୋଡ ଦେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?