ଆତ୍ମନିର୍ଭର ଓଡ଼ିଶା

ଶ୍ୱେତପଦ୍ମାସିନୀ ମହାନ୍ତି

 

ଓଡ଼ିଶା ‘ଆତ୍ମନିର୍ଭର’ ହେବା ଦରକାର। କିନ୍ତୁ ଏହା ରୋଜଗାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିନି। ପାଠୁଆ, ଅପାଠୁଆ ଓଡ଼ିଆ ପୁଅଙ୍କ ପାଇଁ ଓଡ଼ିଶାରେ ରୋଜଗାର ନାହିଁ। କାହିଁକି ନାହିଁ? ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ଅଭାବ ରହିଛି କେଉଁଠି। କ’ଣ ନ ଥିଲା ଆମର, କୁଆଡ଼େ ଗଲା ସେ ସବୁ? ବହୁ କଳ କାରଖାନା ପରି ଏବେର ପ୍ରକଳ୍ପ ସବୁ ସାଧାରଣ ଲୋକଙ୍କ ଶ୍ରମ ଓ ଜ୍ଞାନ କୌଶଳରେ ପରିଚାଳିତ ହେଉଥିବା ଅନେକ ଯୋଜନାର ଅବସ୍ଥା ବର୍ତ୍ତମାନ କ’ଣ? ଏଥିରୁ କେତେ ଜୀବିତ, କେତେ ମୃତ, ତାହା କେହି ଭଲ ଭାବେ ଜାଣନ୍ତି ନାହିଁ। ତଥାପି ମୋ ଜାଣିବାରେ ଏସବୁ ପ୍ରକଳ୍ପ ‘ତାଲାବନ୍ଦ’ର ଶିକାର ଯେ ହୋଇସାରିଛି ଏଥିରେ ସନ୍ଦେହ ନାହିଁ। ନିଜ ଘର ଭାଙ୍ଗିଗଲେ ତାକୁ ମରାମତି ନ କରି ପର ଦୁଆରେ ମୁଣ୍ଡ ଗୁଞ୍ଜିବା ଭଳି ଏବେ ଆମ ଅବସ୍ଥା। କହିଲେ ଦେଖି, ଓଡ଼ିଶା ଲୋକେ ସୁରଟ, ବମ୍ବେ ଯାଇ ସୂତାକଳ, କପଡ଼ା କଳଗୁଡ଼ିକରେ କାମ କରିବେ। ନିଜ ଝାଳ, ରକ୍ତ ଦେଇ ସେମାନଙ୍କର ଉନ୍ନତି କରାଇବେ। କିନ୍ତୁ ପ୍ରତିଦାନରେ କିଛି ଟଙ୍କା ଛଡ଼ା ପାଇବେ ଆଉ କ’ଣ? କରୋନା ମହାମାରୀ ସମୟରେ ଓଡ଼ିଆ ଲୋକଙ୍କୁ ସେଠା ମାଲିକମାନେ ଅସହାୟ କରି ତଡ଼ିଦେଲେ। ନିଜ ରାଜ୍ୟକୁ ଆସି କ୍ୱାରାଣ୍ଟାଇନ୍‌ ସାରି ଦିନାକେତେ ଘରେ ରହୁ ରହୁ ପୁଣି ଆସିଲା ସୁରଟରୁ ଡାକରା। ସେମାନେ ଗାଡ଼ିି ପଠେଇ ନିଜ ଦରକାର ପାଇଁ ଆମ ଲୋକଙ୍କୁ ନେଲେ। ଏମିତି ହେଲେ ଓଡ଼ିଶାର ସ୍ବାଭିମାନକୁ କ’ଣ ବାଧେ ନାହିଁ।
ପ୍ରକୃତରେ ଓଡ଼ିଶାର ଆତ୍ମା ତା’ ଗଁାରେ ହିଁ ବସେ। ଦୁଃଖ, ସୁଖ ସହି ସେଇ ଅପନ୍ତରା ଇଲାକାର ପାଣି ପବନରେ ସେ ଶାନ୍ତି ପାଏ, ବ୍ୟବସ୍ଥା ସହ ଯୁଝୁଥାଏ। ନାହିଁ ନାହିଁର ଦୁର୍ଦ୍ଦଶା ଲହାର ପଛ ଗୋଡ଼େଇ ଥାଏ। ପିଇବାକୁ ପାଣି ନାହିଁ, ଡାକ୍ତରଖାନା ଥିଲେ ଡାକ୍ତର ନାହାନ୍ତି, ସ୍କୁଲ ଥିଲେ ଶିକ୍ଷକ ନାହାନ୍ତି, ଘର ଅଛି ଛପର ମେଲା, ଜମିବାଡ଼ିରେ ଖଟି ଫସଲ କଲେ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାରଟିଏ ନାହିଁ, ଧାନ ବିକିବାକୁ ହେଲେ ମିଲରଙ୍କୁ କାଟ୍‌ଛାଣ୍ଟ ଦରରେ ଦେବାକୁ ହୁଏ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାୟ ଦେଢ଼ ବର୍ଷ ହେଲା ତାଣ୍ଡବ ରଚି ‘କରୋନା’ ଆମକୁ ଚେତେଇ ଦେଇଛି ଘର ଛାଡ଼ି ଯିବା-ଆସିବାର ଖେଳ ଭିତରେ କାଳ ବଳବାନ୍‌ ହୋଇଛି। ଆଉ ରକ୍ଷା ନାହିଁ। ଘରୁ ଗୋଡ଼ କାଢ଼ିବ ତ କରୋନାରେ ମରିବ, ଘରେ ରହିବ ତ ଅନାହାରରେ ମରିବ। ଗଁା ଲୋକଙ୍କ ପାଖରେ ତ ସହରବାସୀଙ୍କ ପରି ସମ୍ବଳ ନାହିଁ ଯେ, ମାସ ମାସ ଧରି ଘରେ ସୁସ୍ବାଦୁ ଭୋଜନ ଖାଇ ବସି ରହିବେ। ପଦାକୁ ନ ଗଲେ, ନ ଖଟିଲେ ନିଜେ ଉପାସ, ପରିବାର ବି ଉପାସ।
ଆତ୍ମନିର୍ଭର ଓଡ଼ିଶା ଗଠନ କରିବା ପାଇଁ ସରକାରଙ୍କୁ ପୂର୍ଣ୍ଣପ୍ରାଣରେ ଲାଗିିବାକୁ ହେବ। ଇଏତ କେତୋଟି ସମୃଦ୍ଧ ସହରର କଥା ନୁହେଁ, ଲକ୍ଷ ଲକ୍ଷ ଗଁାର କଥା। ଓଡ଼ିଶାର ଅଧେରୁ ଅଧିକ ଲୋକଙ୍କ ହାତକୁ ରୋଜଗାର ଦେବାକୁ ହେଲେ, ପୁଣିଥରେ ଚାଲୁ କରିବାକୁ ହେବ ଆମର ମରିପଡ଼ିଥିବା ଶିଳ୍ପଗୁଡ଼ିକୁ। ଭିତ୍ତିଭୂମି ତ ଅଛି, କେବଳ ପ୍ରକଳ୍ପକୁ ପୁନଃ ଜୀବନ୍ୟାସ ଦେବାକୁ ହେବ। ପୁଣି ଖୋଲୁ କପଡାମିଲ୍‌, ଚିନିକଳ, ସୂତାକଳ ପରି ଶହ ଶହ ଶିଳ୍ପ, ଯେଉଁଥିରେ ଆମ କୁଶଳୀ, ଅଣକୁଶଳୀ ଯୁବତୀଯୁବକମାନେ ନିଯୁକ୍ତି ପାଇପାରିବେ। ଓଡ଼ିଶାରେ କ’ଣ ଟେକ୍ସଟାଇଲ ଇଞ୍ଜିନିୟରଙ୍କ ଅଭାବ ଅଛି? ଏମାନେ ପରା ଆମ ରାଜ୍ୟ ଛାଡ଼ି ବମ୍ବେ, ଗୁଜରାଟ, ସୁରଟରେ ନିଜ ଦକ୍ଷତା ବିକି, ସେଠା ମିଲ୍‌ମାଲିକଙ୍କୁ କୋଟିପତି କରୁଛନ୍ତି। ସେମାନେ ନିଜ ରାଜ୍ୟର ଉନ୍ନତିରେ ଯୋଗଦାନ କରିବେ। ଏଥିସହ କୃଷିର ଉନ୍ନତି କରାଗଲେ, ନିରାଶୀ ଓଡ଼ିଶାବାସୀ ଉତ୍ସାହିତ ହେବେ। ଯଦି ସଘନ ଚାଷବାସର ଉନ୍ନତି ହେବ, ଅଧିକ ଅମଳ ହେବ, ତା’ର ସଂରକ୍ଷଣ ହେବ କେମିତି, ବିପଣନ ହେବ କେମିତି? ଶସ୍ୟ, ପନିପରିବା ସଂରକ୍ଷଣ ପାଇଁ ଆମ ରାଜ୍ୟରେ କେତୋଟି ଶୀତଳଭଣ୍ଡାର ଅଛି, ଆଉ ସେଥିରୁ କେତୋଟି କାର୍ଯ୍ୟକ୍ଷମ? ଏହା ଭାବିଲେ ସମସ୍ତଙ୍କ ମୁଣ୍ଡ ଲଜ୍ଜାରେ ନଇଁ ପଡ଼ିବ।
ତେଣୁ ସରକାର ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ଖୋଲନ୍ତୁ। ଗଁା ଗଁାରେ ପାଣି ଓ ଜଳସେଚନର ସୁବିଧା ପାଇଁ ଆହୁରି ପୋଖରୀ ଖୋଳାଯାଉ। ଏତେ ବର୍ଷାପାଣି ଆକାଶରୁ ଖସି ବନ୍ୟା କରି ଗଁା ଗଣ୍ଡା ବୁଡାଇ ଦେଉଛି, ତାକୁ ସଂରକ୍ଷଣ କରିବା ପାଇଁ ପୋଖରୀର ଆବଶ୍ୟକତା ବହୁତ ବେଶି। ପୁଣି ଆମର ପୋଖରୀରେ ମାଛଚାଷ ହେବ, ଆନ୍ଧ୍ରରୁ ବରଫଦିଆ ମାଛ ଆମଦାନୀ କରିବାକୁ ପଡ଼ିବନି। ସଜ ମାଛ, ପନିପରିବା ଆମକୁ ବାରମାସ ମିଳିପାରିବ। ବିଦ୍ୟୁତ୍‌ ଯୋଗାଇ ନ ହେଲେ, ଗଁାଗୁଡ଼ିକରେ ସୋଲାର ସିଷ୍ଟମ କରାଇଦେଲେ ଗ୍ରାମୀଣ ଲୋକଙ୍କ ଦୁଃଖ ଦୂର ହେବ। ଦଲାଲମାନଙ୍କୁ ହଟାଇ ସରକାର ନିଜ ତତ୍ତ୍ୱାବଧାନରେ ଧାନ ପରି ଫସଲ କିଣିବା ପାଇଁ ଆଗେଇ ଆସିଲେ, ଚାଷୀ ଅଣ୍ଟାରେ ଦି’ ପଇସା ଖୁସିରେ ଖୋସିପାରିବ। କିନ୍ତୁ ଖାଲି ଯୋଜନା ପରେ ଯୋଜନା, ତା’ ପରେ ଶୋଷଣ ପରେ ଶୋଷଣ। ‘ ଶାଗୁଣା, ବିଲୁଆ ଚିକିତ୍ସକ ହେଲେ, ଶବ କି ପାଇବ ପ୍ରାଣ’। ତୃଣମୂଳ ସ୍ତରରେ ସ୍ବଚ୍ଛତା ନ ରହିଲେ, ଓଡ଼ିଶା କସ୍ମିନ୍‌ କାଳେ ଆତ୍ମନିର୍ଭର ହୋଇପାରିବ ନାହିଁ।
ଘରେ ରହି, ନିଜ ରାଜ୍ୟରେ ଥାଇ, ଯଦି ଭଲ ରୋଜଗାର କରିବାର ସୁଯୋଗ ଲୋକଙ୍କୁ ମିଳିବ, ସେମାନେ ତ ଅନ୍ୟ ସବୁ ଦାୟିତ୍ୱ ଆପେ ଆପେ ବହନ କରିବାକୁ ଉତ୍ସାହିତ ହେବେ। ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପ୍ରାକୃତିକ ସମ୍ପଦର ଯତ୍ନ, ସବୁ କରିପାରିବେ। ସରକାରଙ୍କ ପାଖେ ବି ହାତ ନ ପତାଇ ନିଜ ଶିଙ୍ଗରେ ମାଟି ତାଡ଼ିବେ। କେବଳ ଅର୍ଥ ଅଭାବ ହିଁ ଓଡ଼ିଶାକୁ ସମସ୍ୟାର ଗନ୍ତାଘର କରିଛି। ଲୋକଙ୍କୁ ଦେଶାନ୍ତର କରୁଛି। ଅକାଳ କଷଣରେ ଜର୍ଜରିତ କରୁଛି।
ବଡ଼ ବଡ଼ ଯୋଜନା, ବଡ଼ ବଡ଼ ପୁଞ୍ଜିରେ ସହରରେ ହେଉ, ମାତ୍ର ଛୋଟ ଛୋଟ ଯୋଜନା ଅଳ୍ପ ଅଳ୍ପ ବ୍ୟୟରେ ଗ୍ରାମାଞ୍ଚଳରେ କରିବାକୁ ସରକାର ଦୃଷ୍ଟି ଦିଅନ୍ତୁ। ମହିଳାମାନଙ୍କ ସଶକ୍ତୀକରଣରେ ସରକାର ସଫଳ ହୋଇଛନ୍ତି। ବର୍ତ୍ତମାନ ଗ୍ରାମର ଗ୍ରାମ୍ୟ ଯୁବକଙ୍କର ସଶକ୍ତୀକରଣ ପାଇଁ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ସେଇ ଯୁବକମାନଙ୍କ ପ୍ରଚେଷ୍ଟାରେ ପୁଣି ଥରେ ଓଡ଼ିଶା ହୋଇଯାଉ ‘ସୁଜଳା, ସୁଫଳା, ଶସ୍ୟଶ୍ୟାମଳା’, ‘ଜୟ ଯବାନ୍‌’ ନାରା ଫଳବତୀ ହେଉ।
ଏଇଠି ମୁଠାଏ ଖାଇବାକୁ ମିଳିଲେ, ହାତକୁ କିଛି ଟଙ୍କା ଆସିଲେ, ଘର ଛାଡ଼ି କିଏ ବିଦେଶ ଯିବ? ଆମ ଓଡ଼ିଆ ପୁଅ, ଝିଅଙ୍କ ହାତକୁ କାମ ଦରକାର। ଆମର ଏତେ ଥାଇ, ଆମେ ପରଦୁଆରେ ହାତ ପତେଇବା କ’ଣ ଓଡ଼ିଶାର ଅସ୍ମିତାକୁ ଲଜ୍ଜା ଦେଉନାହିଁ କି? ଆଉ ଡେରି ନ କରି, ସରକାର ଏ ସମସ୍ୟାର ସମାଧାନ ଲାଗି ଯେତେ ଶୀଘ୍ର ପଦକ୍ଷେପ ନେବେ, ସେତେଶୀଘ୍ର ଆମ ଓଡ଼ିଶାର ଉନ୍ନତି ଘଟିବ। ଆମ ରାଜ୍ୟ ହେବ ‘ଆତ୍ମନିର୍ଭର ଓଡ଼ିଶା’।
ଗୁରୁଜଙ୍ଗ, ଖୋର୍ଦ୍ଧା, ମୋ: ୯୪୩୯୬୧୮୬୨୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri