ଆତ୍ମନିର୍ଭର ବନାମ ବିଶ୍ୱନିର୍ଭର ଭାରତ

ଡ. ଷ୍ଟାଲିନ୍‌ ମିଶ୍ର

ଦେଶରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। କରୋନାର କରାଳଛାୟାରେ ପରିବାର, ସମାଜ ତଥା ଦେଶର ଅର୍ଥନୀତି ଆଜି ଧ୍ୱସ୍ତ। ମହାମାରୀକୁ ରୋକିବା ପାଇଁ ଓ ଅର୍ଥନୀତିକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ସମସ୍ତ ପ୍ରୟାସ ମଧ୍ୟ ବିଫଳ ହୋଇଛି। କରୋନା ବହୁ ବିଳମ୍ବରେ ଭାରତକୁ ପ୍ରବେଶ କରିଥିଲେ ବି ସଂକ୍ରମଣରେ ଏହା ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇ ସାରିଲାଣି। କେତେକ ଦେଶ ଏହି ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ରୋକିବାରେ ସଫଳ ମଧ୍ୟ ହେଲେଣି। କିନ୍ତୁ ଆମ ଦେଶରେ ଏହା ବର୍ତ୍ତମାନ ଶିଖରରେ ଉପନୀତ। ଜଣା ନାହିଁ ଆଉ କେତେଦିନ ଲାଗିବ ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ। ସେପଟେ ରୋଗୀ ଔଷଧ, ଅମ୍ଳଜାନ ତଥା ଜରୁରିକାଳୀନ ଚିକିତ୍ସା ସେବା ବିନା ଡହଳବିକଳ ହୋଇ ମୃତ୍ୟୁକୁ ବରଣ କରିଚାଲିଛନ୍ତି। ଦେଢ଼ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସଂକ୍ରମଣରେ ତଥା ରୋଗୀ ଚିକିତ୍ସାର ପ୍ରାଥମିକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଆମେ ବିଫଳ। ଦେଶ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚକରି ଚାଲିଥିଲେ ମଧ୍ୟ ବାଟମାରଣାରେ ସବୁ ସ୍ବାହା ହୋଇଯାଇଛି। ସରକାରଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ଛତ୍ରଛାୟାରେ ଘରୋଇ ଡାକ୍ତରଖାନା, ଔଷଧ ବ୍ୟବସାୟୀ, ଟିକା ସଂସ୍ଥାମାନେ ଏପରି ଦୁର୍ଦ୍ଦିିନରେ ଜନତାଙ୍କୁ ସାହାଯ୍ୟ କରିିବା ବଦଳରେ ଚିଲ ଶାଗୁଣା ପରି ନିଃସ୍ବ କରିଚାଲିଛନ୍ତି। ଦେଶ ବର୍ତ୍ତମାନ ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି।
କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହଜାର ହଜାର ଲୋକଙ୍କ ଜୀବନଜୀବିକା ଉଜାଡି ଦେଲାଣି।
ଏପରି ଭୟଙ୍କର ପରିସ୍ଥିତିରେ ଏହି ମହାମାରୀରୁ ଦେଶ ତଥା ଜନତାଙ୍କୁ ଯଥାଶୀଘ୍ର କିପରି ଉଦ୍ଧାର କରାଯାଇପାରିବ ସେ ବିଷୟରେ ଚିନ୍ତା ନ କରି କେତେକ ନେତା ନିଜର ଆତ୍ମବଡ଼ିମା ଓ ଆତ୍ମପ୍ରଚାର ପାଇଁ ସଦାତତ୍ପର ରହିବା, ନିର୍ବାଚନୀ ସଭା, ଧାର୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଅସଂଖ୍ୟ ଲୋକଙ୍କୁ ଠୁଳକରି ଜନତାଙ୍କୁ ନିଶ୍ଚିତ ମୃତ୍ୟୁମୁଖକୁ ଠେଲିଦେବାକୁ ଶ୍ରେୟସ୍କର ମନେକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଜନତାଙ୍କ ଜୀବନଠାରୁ କୌଣସି ନିର୍ବାଚନ ଅବା ଧାର୍ମିକ ଅନୁଷ୍ଠାନ ଅଧିକ ମୂଲ୍ୟବାନ ନୁହେଁ। ଯେଉଁ ସରକାର ଆତ୍ମନିର୍ଭର ଭାରତର ସ୍ଲୋଗାନ ଦେଉଥିଲେ ସେମାନେ ଆଜି ଦେଶକୁ ବିଶ୍ୱନିର୍ଭର ଭାରତ କରିବାକୁ ବାଧ୍ୟ କରି ଦେଇଛନ୍ତି। ଆଜି ଆମ ଦୁର୍ଦ୍ଦିନରେ ବିଶ୍ୱର ଅନେକ ରାଷ୍ଟ୍ର ଆମକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ବିପଦ ବେଳେ ଆମ ସହ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛନ୍ତି। ଏହା ନିଶ୍ଚିତ ଭଲକଥା, କିନ୍ତୁ ୧୩୦କୋଟି ଜନତାଙ୍କ ବିଶାଳ ଗଣତାନ୍ତ୍ରିକ ଦେଶ, ଚନ୍ଦ୍ରଜାନ- ମଙ୍ଗଳଜାନ ପଠାଉଥିବା ଦେଶ, ବିଶ୍ୱଗୁରୁ ହେବାକୁ ସ୍ବପ୍ନ ଦେଖୁଥିବା ଦେଶ ଭାରତ ନିଜ ନାଗରିକମାନଙ୍କୁ ଡାକ୍ତରଖାନାରେ ଶଯ୍ୟାଟିଏ ଯୋଗାଇ ନ ପାରିବା, ଜରୁରିକାଳୀନ ଚିକିତ୍ସା ତଥା ଔଷଧୀୟ ଉପକରଣ ବିନା ମୃତ୍ୟୁମୁଖକୁ ଠେଲିବା ଗ୍ରହଣୀୟ ହେବ କି ?
ଭାରତ ଯୁଗେଯୁଗେ ଆତ୍ମନିର୍ଭର , ସମୃଦ୍ଧ ଓ ଶିକ୍ଷିତ ଥିଲା। ଇତିହାସକୁ ଲକ୍ଷ୍ୟ କଲେ ଜାଣିପାରିବା ଯେ ଭାରତ ପ୍ରାଚୀନକାଳରୁ ନିଜର ଆବଶ୍ୟକତା ନିଜେ ପୂରଣ କରିଆସିଛି। ଅନ୍ୟ ଦେଶଗୁଡ଼ିକୁୁ ନାନାଦି ଦ୍ରବ୍ୟ ରପ୍ତାନି କରି ଭାରତୀୟମାନେ ଧନରତ୍ନରେ ଭରପୂର କରି ସୁନାର ଭାରତ ଗଢ଼ିବାରେ ସଫଳ ହୋଇଥିଲେ, କିନ୍ତୁ ଗତ କିଛି ଶତାବ୍ଦୀ ବାହ୍ୟ ଶାସକମାନଙ୍କ ଦ୍ୱାରା ଶାସିତ ହୋଇ ଦେଶ ନିଜର କାର୍ଯ୍ୟଦକ୍ଷତା, ଆତ୍ମବିଶ୍ୱାସ ହରାଇଥିଲା। ସ୍ବାଧୀନତା ପରେ ନିଜର ଆବଶ୍ୟକତା ପୂରଣ ପାଇଁ ସଂଗ୍ରାମ ଜାରି ରଖିଛି। ହେଲେ ଏବେ ସୁଦ୍ଧା ଆମତ୍ନିର୍ଭର ହୋଇପାରିନାହିଁ। ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ହୋଇପଡିଛି। ଦେଶ ତଥା ଜନତା ନିଜେ ନିଜର ଆବଶ୍ୟକତା ପୂରଣ କରିବା ଦିଗରେ ବହୁ ପଛରେ। ବିଦେଶୀ ସଂସ୍କୃତି, ରୀତିନୀତି ଏବଂ ଜୀବନଚର୍ଯ୍ୟା ଆମକୁ ଏତେ ପ୍ରଭାବିତ କରିଦେଇଛି ଯେ ଆମେ ଆଉ ଥରେ ଆତ୍ମବିଶ୍ୱାସ ଫେରିପାଇବାକୁ ଅସମ୍ଭବ ମନେକରୁଛନ୍ତି। ସରକାର ମଧ୍ୟ କୁଟୀରଶିଳ୍ପଠାରୁ ଆରମ୍ଭକରି ବଡ଼ବଡ଼ ଉଦ୍ୟୋଗ ପର୍ଯ୍ୟନ୍ତ ସବୁଥିରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରାଥମିକତା ଦେବା ଦୁର୍ଭାଗ୍ୟର ବିଷୟ। ଯେଉଁଠି ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଉଛି ସେଠି ଆତ୍ମନିର୍ଭର ଭାରତର ପରିକଳ୍ପନା କିପରି ସମ୍ଭବ? କୁଟୀରଶିଳ୍ପ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପାୟନ ଦେଶର ଅର୍ଥନୀତିର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ, କିନ୍ତୁ ଆଜି ସେହି ଶିଳ୍ପଗୁଡ଼ିକ କ୍ଷେତ୍ରରେ ମଧ୍ୟ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ବହୁଳ ପ୍ରବେଶ ଓ ନିୟନ୍ତ୍ରଣ ଜନତାଙ୍କୁ ସାମାନ୍ୟ ଜିନିଷ ପାଇଁ ବଜାର ଉପରେ ନିର୍ଭରଶୀଳ କରିଦେଇଛି। ସରକାର ପରିଚାଳନାଗତ ତ୍ରୁଟିକୁ ସୁଧାରିବା ବାହାନାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଗୋଟେ ପରେ ଗୋଟେ ଘରୋଇ ଲାଭଖୋର ସଂସ୍ଥାଗୁଡ଼ିକ ହାତକୁ ଟେକିଦେବାକୁ ଶ୍ରେୟସ୍କର ମନେକରୁଛନ୍ତି।
ଟିକା ଉତ୍ପାଦନକାରୀ ଦେଶ ପ୍ରଥମେ ନିଜ ଜନତାଙ୍କୁ ସୁରକ୍ଷା ପ୍ରଦାନ ନ କରି ବାହାବା ସାଉଣ୍ଟିବା ପାଇଁ ବିଦେଶକୁ ଟିକା ରପ୍ତାନିକରିବା ନୀତି ବି କେତେଦୂର ଗ୍ରହଣୀୟ । ବାଘ ନ ଆସିବା ଯାଏ ଆମେ ସାରାଦୁନିଆ ବାଘକୁ କିପରି ଆୟତ୍ତକରି ହେବ ତାହାର ଜ୍ଞାନ ବାଣ୍ଟି ଚାଲିଥିଲୁ କିନ୍ତୁ ସତରେ ଯେତେବେଳେ ବାଘ ଆସିଗଲା ଆମ ପିଳେହି ପାଣି। ମାନନ୍ତୁ କି ନ ମାନନ୍ତୁ ଆଜି ଦେଶରେ ଯେଉଁ ମୃତ୍ୟୁର ତାଣ୍ଡବ ଚାଲିଛି ସେଥିପାଇଁ ସରକାରଙ୍କ ଅଦୂରଦର୍ଶିତା, ପ୍ରଚାର ସର୍ବସ୍ବ ମାନସିକତା ତଥା କ୍ଷମତା ଦଖଲ ନିଶା ଦାୟୀ। କେତେକ ସ୍ବଘୋଷିତ ପଣ୍ଡିତ ସାମାଜିକ ଗଣମାଧ୍ୟମରେ ଭାରତର ଜନସଂଖ୍ୟାର ଦ୍ୱାହିଦେଇ କେନ୍ଦ୍ର ସରକାରଙ୍କର ବିଫଳତାକୁ ଯଥାସମ୍ଭବ ଘୋଡ଼ାଇବାକୁ ପ୍ରୟାସରତ । ଉଲ୍ଲେଖଯୋଗ୍ୟ ଯେ, ଭାରତର ଜନସଂଖ୍ୟା ଅନୁପାତରେ ପର୍ଯ୍ୟାପ୍ତ ସଂଖ୍ୟାରେ ସାଂସଦ, ବିଧାୟକ ତଥା ପ୍ରଶାସନିକ ଅଧିକାରୀମାନେ ଅଛନ୍ତି। ସଂସାଧନ ମଧ୍ୟ ସେହି ଅନୁପାତରେ ଉପଲବ୍ଧ। ତା’ହେଲେ ଅସୁବିଧା କୋଉଠି? ସରକାରଙ୍କ ଦୂରଦୃଷ୍ଟିର ଅଭାବ, ଜନତାଙ୍କ ଜୀବନ ପ୍ରତି ହେୟଜ୍ଞାନ, ସାମ୍ବିଧାନିକ ପଦପଦବୀଗୁଡ଼ିକ ବ୍ୟକ୍ତିଗତ ମାଲିକାନାରେ ଚାଲିବା ଏବଂ ମୁଖିଆଙ୍କ ଆତ୍ମବଡ଼ିମା ଆତ୍ମପ୍ରଚାରର ନିଶା ଏସବୁ ବିଫଳତାର ପ୍ରକୃତ କାରଣ।
‘ବାହାଘର ବେଳେ ବାଇଗଣ ରୁଆ’ ପରି ସଂକ୍ରମଣ ଓ ମୃତ୍ୟୁର ବିଭୀଷିକା ଚରମ ସ୍ତରରେ ପହଞ୍ଚିବା ବେଳେ ବିଭିନ୍ନ ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାର ଘୋଷଣା ହାସ୍ୟାସ୍ପଦ ମନେହୁଏ। କରୋନା ମହାମାରୀ ଆମକୁ ପର୍ଯ୍ୟାପ୍ତ ସମୟ ଦେଇଥିଲେ ମଧ୍ୟ ଆମେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ନିର୍ମାଣ ତଥା ବିକାଶ କରିବାରେ ସମର୍ଥ ହୋଇ ନ ପାରିବା ଆମ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ନିଶ୍ଚୟ।
ସମୟ ଥାଉ ଥାଉ ନିଜର ମୌଳିକ ଆବଶ୍ୟକତାଗୁଡ଼ିକର ଘରୋଇ ଉତ୍ପାଦନ ଉପରେ ଧ୍ୟାନଦେଲେ, ଅନ୍ୟଠୁ କିଣିବା ବଦଳରେ ଅନ୍ୟକୁ ବିକିବାର ପରମ୍ପରା ସୃଷ୍ଟିକଲେ ଦେଶ ଧୀରେ ଧୀରେ ସ୍ବାବଲମ୍ବୀ ହୋଇପାରିବ। ବିଦେଶ ତଥା ବଜାର ଉପରେ ନିର୍ଭରଶୀଳତା ହ୍ରାସ ଘଟିିବ। ରାଜନୈତିକ ହାନିଲାଭର ଅବାଞ୍ଛିତ ଗଣନାରୁ ବିରତ ରହି ଦୃଢ଼ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟିସମ୍ପନ୍ନ ଜନହିତୈଷୀ ଯୋଜନାଗୁଡ଼ିକରେ ସରକାରୀ ପ୍ରୋତ୍ସାହନ ଦ୍ୱାରା ଅସମ୍ଭବ ବି ସମ୍ଭବ ହେବ ଓ ଦେଶ ବିଶ୍ୱନିର୍ଭର ଭାରତରୁ ଆତ୍ମନିର୍ଭର ଭାରତରେ ରୂପାନ୍ତରିତ ହୋଇପାରିବ।
ସୂଚନାପ୍ରଯୁକ୍ତିବିତ୍‌, ମୋ: ୯୩୪୩୯୩୫୩୪୧
Twitter – @DSMOdisha


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri