ନିଜ ଉପରେ ବିଶ୍ୱାସ ହିଁ ସଫଳତାର ଚାବିକାଠି

ପୁରୀ ଜିଲା ନିମାପଡ଼ା ବ୍ଲକ୍‌ ଗଡ଼ ଅମରପ୍ରସାଦ ଭଳି ଏକ ଛୋଟ ଗାଁରେ ଡିଅନ୍‌ ଗ୍ରୁପର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଇଂ ମନୋଜ କୁମାର ସାହୁଙ୍କ ଜନ୍ମ। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ମନୋଜ କିନ୍ତୁ ବ୍ୟବସାୟରେ ଭବିଷ୍ୟତ ଗଢ଼ିବାର ଉଚ୍ଚସ୍ବପ୍ନ ଦେଖିଥିଲେ। କଟକ ରେଭେନ୍ସା କଲିଜିଏଟ୍‌ ସ୍କୁଲ ଓ ପରେ ପରେ ଭୁବନେଶ୍ୱରରେ ସିଭିଲ୍‌ ଇଞ୍ଜିନିୟରିଂରେ ପାଠପଢ଼ା ସାରିଥିଲେ। ୧୯୮୦ରୁ ଜାରି ରହିଥିବା ପାରିବାରିକ ବ୍ୟବସାୟକୁ ଆଗକୁ ନେବାକୁ ଚିନ୍ତା କରିଥିଲେ। ଅଟୋମୋବାଇଲ୍‌, ନିର୍ମାଣ ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ। ୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଥିବା ମନୋଜଙ୍କ ସମଗ୍ର ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର-ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବା ପାଇଁ କେଉଁ ଘଟଣା ପ୍ରେରିତ କରିଥିଲା?
ଉ- ମୋ ଜେଜେବାପା ସବୁବେଳେ ଭଲପାଠପଢ଼ା ଓ ସ୍ଥାୟୀ ଚାକିରୀ ଉପରେ ବିଶ୍ୱାସ କରୁଥିଲେ। ଅନ୍ୟପକ୍ଷେ ମୋ ବାପା ସୁଯୋଗର ସଦୁପୋଯୋଗ କରି ନୂଆ ନୂଆ ଆହ୍ବାନ ସହ ଆଗକୁ ବଢ଼ିବାକୁ ଚାହୁଁଥିଲେ। ମୁଁ ଦେଖିଛି ମାତ୍ର କିଛି ହଜାର ଟଙ୍କା ପାଇଁ ବାପାଙ୍କୁ ମୋ’ ମା’ଙ୍କ ଗହଣା ବନ୍ଧା ପକାଇବାକୁ ପଡ଼ିଥିଲା। ଆମର ପାଠପଢ଼ା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ରାତି ରାତି ଶୋଉନଥିଲେ। ତାଙ୍କର ତ୍ୟାଗ ଓ ନିଷ୍ଠାପର ମନୋଭାବ ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। ମୁଁ ଖୁବ୍‌ କମ୍‌ ବୟସରୁ ମୁଁ ବ୍ୟବସାୟର ବିଭିନ୍ନ ଦିଗକୁଡ଼ିକୁ ବୁଝିପାରୁଥିଲି। ଗ୍ରାଜୁଏଶନ ପରେ କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରାପ୍ତ କରିଥିଲି ଓ ପାରିବାରିକ ବ୍ୟବସାୟକୁ ଆଗକୁ ନେଇଥିଲି। ଇଞ୍ଜିନିୟରିଂ ପଢ଼ିବା ସମୟରେ ପଟିଆ ସମେତ ବିଭିନ୍ନ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରୁଥିଲି। ଏହା ମୋତେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭବିଷ୍ୟତଗଢ଼ିବାରେ ସହାୟକ ହୋଇଥିଲା।

ପ୍ର- ଓଡ଼ିଶା ବଜାରରେ ହାଉସିଂ ପ୍ରୋଜେକ୍ଟର ଚାହିଦା କିପରି ରହିଛି? ଆପଣଙ୍କର ଆଗାମୀ ଯୋଜନା କ’ଣ ରହିଛି?
ଉ- ଓଡ଼ିଶାରେ ବିଶେଷକରି ଟ୍ବିନ୍‌ ସିଟି କଟକ-ଭୁବନେଶ୍ୱରରେ ହାଉସିଂ ପ୍ରୋଜେକ୍ଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିକାଶୋନ୍ମୋଖୀ ସହରାଞ୍ଚଳ ହୋଇଥିବାବେଳେ ଏଠାରେ ସମସ୍ତେ ସ୍ବପ୍ନର ଘରଟିଏ ତୋଳିବାକୁ ଚାହୁଁଛନ୍ତି । ମୁଣ୍ଡପିଛା ଆୟରେ ବୃଦ୍ଧି, ଅଷ୍ଟମ ବେତନ କମିଶନ ଲାଗୁ ହେବା, ଶିଳ୍ପାୟନ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ରିଅଲଇଷ୍ଟେଟ୍‌ ଶିଳ୍ପ ପାଇଁ ପଥ ଅନୁକୂଳ ହେଉଛି। ଆଗକୁ କଟକ ତ୍ରିଶୂଳିଆ ଅଞ୍ଚଳରେ ୧୦୦୦ ହଜାର ଆବାସ ବିଶିଷ୍ଟ ଇଣ୍ଟିଗ୍ରେଟେଡ୍‌ ଟାଉନଶିପ୍‌ର ଯୋଜନା ରହିଛି। ଏଠାରେ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ସହ ମଲ୍‌, ମଲ୍ଟିପ୍ଲେକ୍ସ, ସ୍କୁଲ ଓ ଷ୍ଟାର ହୋଟେଲ ସହ ଅତ୍ୟାଧୁନିକ ସେବା ମିଳିବ। ପ୍ରଥମ କରି ଏପରି ସେବା କୁଆଖାଇ ଓ କାଠଯୋଡ଼ି ନିକଟରେ ଏହି ପ୍ରୋଜେକ୍ଟ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ରିଭରଫ୍ରଣ୍ଟ ଡେଭେଲେପମେଣ୍ଟ ଯୋଜନାକୁ ତ୍ୱରାନ୍ବିତ କରିବ।

ପ୍ର- ଦରଦାମ୍‌ ବୃଦ୍ଧି ରିଅଲ ଇଷ୍ଟେଟ୍‌ କ୍ଷେତ୍ରକୁ କିରି ପ୍ରଭାବିତ କରୁଛି?
ଉ- ସାମ୍ପ୍ରତିକ ସରକାରୀ ତଥ୍ୟ ଅନୁଯାୟୀ କଟକ-ଭୁବନେଶ୍ୱର ଅଞ୍ଚଳରେ ପ୍ରାୟ ୧,୪୦,୦ ଘରର ଚାହିଦା ଓ ଯୋଗାଣ ବ୍ୟବଧାନ ରହିଛି। ଏହି ପାର୍ଥକ୍ୟ ଏହି ଅଞ୍ଚଳରେ ହାଉସିଂ ପ୍ରୋଜେକ୍ଟର ବଢୁଥିବା ଆବଶ୍ୟକତାକୁ ଦର୍ଶାଉଛି। ଏହାବ୍ୟତୀତ ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି (ଓରେରା) ଯୋଗୁଁ ଗ୍ରାହକଙ୍କ ବିଶ୍ୱାସ ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ଅଧିକ ଲୋକ ଓରେରା ପଞ୍ଜୀକୃତ ପ୍ରକଳ୍ପରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ଅଛନ୍ତି। ମୋଟାମୋଟି ଭାବେ ସକାରାତ୍ମକ ଅର୍ଥନୈତିକ ପରିବେଶ, ସରକାରୀ ପଦକ୍ଷେପ ଏବଂ ନିୟାମକ ସଂସ୍କାର ଓଡ଼ିଶାରେ ବିଶେଷକରି ଟ୍ବିନ ସିଟିରେ ରିଅଲ ଇଷ୍ଟେଟ ବଜାରର ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେଉଛି।

ପ୍ର- ଅଟୋମୋବାଇଲ କ୍ଷେତ୍ରରେ ଆପଣଙ୍କ ଯାତ୍ରା ସମ୍ପର୍କରେ କ’ଣ କହିବେ?
ଉ- ସାରା ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ବାଲୁଗାଁ, ଫୁଲବାଣୀ, ବ୍ରହ୍ମପୁର ଆଦି ୬ଟି ଶାଖା ସହିତ ଟାଟା ମୋଟର୍ସର ଯାତ୍ରୀବାହୀ ଯାନ ୟୁନିଟ ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ୟୁନିଟର ଅନୁମୋଦିତ ଡିଲର ଭାବେ ୨୦୧୯ରେ ଡିଓନ ଅଟୋମୋଟିଭ ବିଜନେଶ୍‌ ପ୍ରତିଷ୍ଠା ହୋଇଥିଲା। ଏହା ୭ ହଜାରରୁ ଅଧିକ ଯାତ୍ରୀବାହୀ ଯାନ ବିକ୍ରି କରିବା ସହ ୨୦ ହଜାରରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଇଲେକ୍ଟ୍ରିକ ଯାନକୁ ଡିଅନ ପ୍ରୋସତ୍ାହିତ କରୁଛି। ଓଡ଼ିଶା(ଭୁବନେଶ୍ୱର)ରେ ପ୍ରଥମଥର ପାଇଁ ଏକ୍ସକ୍ଲୁସିଭ୍‌ ଇଭି ଶୋ’ରୁମ୍‌ ଓ ଇଭି ଓ୍ବାର୍କଶପ୍‌ ଖୋଲିବାକୁ ଯାଉଛି।

ପ୍ର- ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ କେଉଁ ସବୁ ପନ୍ଥା ଆପଣେଇବା ଜରୁରୀ?
ଉ- କଠିନ ପରିଶ୍ରମ, ନିଷ୍ଠା, ଉତ୍ତମ ସେବା ଏବଂ ନିଜ ଉପରେ ବିଶ୍ୱାସ ହିଁ ସଫଳତାର ଚାବିକାଠି । ପ୍ରତ୍ୟେକ ବ୍ୟବସାୟରେ ୨ଟି ଦିଗ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ପ୍ରଥମରେ ଆପଣଙ୍କ ଟିମ୍‌ ଏବଂ ଦ୍ୱିତୀୟରେ ଆପଣଙ୍କ ଗ୍ରାହକ। ତେଣୁ ଆପଣଙ୍କ ଟିମ୍‌ ସହ ସମନ୍ବୟ ରକ୍ଷା କରିବା ଯେତିକି ଜରୁରୀ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

-ସାକ୍ଷାତ୍‌କାର:ଅନୁରାଧା ମହାରାଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?