ହଲିଉଡ ଗାୟିକା ସେଲିନା ଗୋମେଜଙ୍କୁ ମିଳିଲା ସ୍ବପ୍ନର ରାଜକୁମାର, ଜାଣନ୍ତୁ ଧରିଲେ କାହା ହାତ?

ଲଣ୍ଡନ: ହଲିଉଡର ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କୁ ଶେଷରେ ତାଙ୍କ ସ୍ବପ୍ନର ରାଜକୁମାର ମିଳିଛି। ସେଲିନା ତାଙ୍କ ଦୀର୍ଘ ଦିନର ପ୍ରେମିକ ବେନୀ ବ୍ଲାଙ୍କୋଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେଲେନା ଓ ବେନୀଙ୍କ ବିବାହ ଖବର ପ୍ରଶଂସକମାନଙ୍କୁ ଭାବୁକ କରିଦେଇଛି। ୩୩ ବର୍ଷୀୟ ସେଲିନା ଜୀବନରେ ବାସ୍ତବ ପ୍ରେମକୁ ଭେଟିବା ପରେ ବିଳମ୍ବ ନକରି ସେ ତାଙ୍କ ସହ ବିବାହ କରିଛନ୍ତି। ସେଲିନା ଓ ବେନୀ ଦୁହେଁ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିବାହର ଫଟୋଗୁଡ଼ିକ ଅତ୍ୟନ୍ତ ସୁନ୍ଦର ହୋଇଛି।

୨୭ ସେପ୍ଟେମ୍ବରରେ ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋ ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଏକାନ୍ତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଖ୍ରୀଷ୍ଟିୟାନ ଧର୍ମର ରୀତିନୀତି ଅନୁସାରେ ସେଲେନା ଓ ବେନୀ ସାରା ଜୀବନ ଏକାଠି ରହିବାର ଶପଥ ନେଇଛନ୍ତି। ଏବେ ସେଲେନା ମିସ୍‌ରୁ ମିସେସ ବ୍ଲାଙ୍କୋ ହୋଇଛନ୍ତି, ଯାହାର ଅପେକ୍ଷା ପ୍ରଶଂସକମାନେ ବେଶ ଉତ୍ସାହର ସହ କରିଥିଲେ।

ବେନୀ ଜଣେ ଆମେରିକୀୟ ରେକର୍ଡ ପ୍ରଯୋଜକ ଏବଂ ଗୀତିକାର। ଦମ୍ପତି ବିବାହର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେଲିନା ଏକ ଅତ୍ୟନ୍ତ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧିଛନ୍ତି। ସେଲିନାଙ୍କ ଖୁସି ଦେଖି ପ୍ରଶଂସକମାନେ ମଧ୍ୟ ଭାବୁକ ହୋଇଛନ୍ତି ଯେ ଅଭିନେତ୍ରୀଙ୍କୁ ଶେଷରେ ତାଙ୍କର ପ୍ରେମ ମିଳିଛି, ଯାହାର ସେ ଯୋଗ୍ୟ ଥିଲେ।

 

View this post on Instagram

 

A post shared by Selena Gomez (@selenagomez)

ହଲିଉଡର ଅନେକ ତାରକା ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। ସେଲିନାଙ୍କ ପୋଷ୍ଟରେ ବେନୀ ମନ୍ତବ୍ୟ କରି ଲେଖିଛନ୍ତି, ’ବାସ୍ତବ ଜୀବନରେ ମୋର ସ୍ତ୍ରୀ।’ ଗତ ବର୍ଷ ସେଲେନା ଓ ବେନୀଙ୍କର ନିର୍ବନ୍ଧ ହୋଇଥିଲା। କହିରଖୁଛୁ ଯେ ସେଲିନା ବେନୀଙ୍କ ପୂର୍ବରୁ ଜଷ୍ଟିନ ବିବର, ଟେଲର ଲଟନର ଓ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ ଜୋନାସଙ୍କୁ ଡେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବିକୁ ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଶ୍‌ଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri