ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ପାରାଦୀପ,୨୮।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତରୁ ଏକ ଟ୍ରକ (ଓଡି-୨୭ଜେ-୩୭୪୭)ରେ ୩୧ ଟନ କୋକିଂ କୋଇଲା ବିନା କାଗଜପତ୍ରରେ ଯାଉଥିବା ବେଳେ ଶୁକ୍ରବାର ଲକଥାନା ପୋଲିସ ଜବତ କରିଛି। ଏଥିସହ ଟ୍ରକ ଚାଳକ ସର୍ବେଶ୍ୱର ସେଠୀଙ୍କୁ ଗିରଫ କରିଛି। ଏ ନେଇ (ନଂ. ୩୩/୨୩)ରେ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ପାରାଦୀପ ବନ୍ଦର ଭିତରେ ପଶି ଯାଞ୍ଚ କରିବା ପରେ ସେଠାରେ ଥିବା ସୁରକ୍ଷାବଳ ସିଆଇଏସ୍‌ଏଫ୍‌ର ଭୂମିକାକୁ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଆଇଏସ୍‌ଏଫ୍‌ର ଜଣ ଜବାନଙ୍କ ସମ୍ପୃକ୍ତି ନେଇ ସାରରେ ତାଙ୍କୁ ନିଲମ୍ବିତ (ସସପେଣ୍ଡ) କରାଯାଇଥିବା ସୂଚନା ମିଳିଛି। ଲକ୍‌ ଥାନାଧିକାରୀ ଭାବଗ୍ରାହୀ ରାଉତଙ୍କ ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍‌ରେ ବେଆଇନ୍‌ ଭାବେ କୋଇଲା ନିଆଯାଉଥିବା ସୂଚନା ପାଇ ଦୋଛକି ପାଖରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗାଡ଼ି ଚାଳକ କିଛି କାଗଜପତ୍ର ଦେଖାଇ ପାରିଲେ ନାହିଁ। ବିନା କାଗଜ ପତ୍ରରେ ଗାଡ଼ି କିପରି ବନ୍ଦର ଭିତରେ ପ୍ରବେଶ କଲା ଏବଂ କୋଇଲା ବୋଝେଇ କରି ବାହାରକୁ ଆସିଲା ତାର ଯାଞ୍ଚ କଲାବେଳେ ସିଆଇଏସଏଫ ଜବାନଙ୍କ ସମ୍ପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ୫ ଜଣଙ୍କ ଭୂମିକା ଥିବା ଏପର୍ଯ୍ୟନ୍ତ ଜଣାପଡ଼ିଛି। ତେବେ ଅଧିକ ଲୋକଙ୍କ ସମ୍ପୃକ୍ତି ଆଶଙ୍କାରେ ତଦନ୍ତ ଜାରି ରହିଛି ବୋଲି ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ବନ୍ଦର ମଧ୍ୟରୁ କୋଇଲା ଚୋରି ଘଟଣାକୁ ନେଇ ଦୁଇବର୍ଷ ହେଲା ବିବାଦ ଲାଗି ରହିଛି। ଏନେଇ ୨୦୨୧ ଅକ୍ଟୋବରରେ ୨୮ ଟ୍ରକ୍‌ ପାରାଦୀପ ଆଦର୍ଶଥାନା ପୋଲିସ ଜବତ କରିଥିଲା। ସେହିପରି ୨୦୨୨ ଜୁଲାଇରେ ୯ ଟି ଟ୍ରକ ଜବତ କରାଯାଇଥିଲା। ଏନେଇ ଅଧିକ ଚର୍ଚ୍ଚା ହେବାପରେ ବନ୍ଦର କର୍ତ୍ତୃପକ୍ଷ ଦୁଇଟି ଷ୍ଟିଭେଡର୍ସ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଥିଲେ ଏବଂ ଆଉ ଗୋଟିଏ ସଂସ୍ଥାକୁ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri