ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ପାରାଦୀପ,୨୮।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତରୁ ଏକ ଟ୍ରକ (ଓଡି-୨୭ଜେ-୩୭୪୭)ରେ ୩୧ ଟନ କୋକିଂ କୋଇଲା ବିନା କାଗଜପତ୍ରରେ ଯାଉଥିବା ବେଳେ ଶୁକ୍ରବାର ଲକଥାନା ପୋଲିସ ଜବତ କରିଛି। ଏଥିସହ ଟ୍ରକ ଚାଳକ ସର୍ବେଶ୍ୱର ସେଠୀଙ୍କୁ ଗିରଫ କରିଛି। ଏ ନେଇ (ନଂ. ୩୩/୨୩)ରେ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ପାରାଦୀପ ବନ୍ଦର ଭିତରେ ପଶି ଯାଞ୍ଚ କରିବା ପରେ ସେଠାରେ ଥିବା ସୁରକ୍ଷାବଳ ସିଆଇଏସ୍‌ଏଫ୍‌ର ଭୂମିକାକୁ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଆଇଏସ୍‌ଏଫ୍‌ର ଜଣ ଜବାନଙ୍କ ସମ୍ପୃକ୍ତି ନେଇ ସାରରେ ତାଙ୍କୁ ନିଲମ୍ବିତ (ସସପେଣ୍ଡ) କରାଯାଇଥିବା ସୂଚନା ମିଳିଛି। ଲକ୍‌ ଥାନାଧିକାରୀ ଭାବଗ୍ରାହୀ ରାଉତଙ୍କ ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍‌ରେ ବେଆଇନ୍‌ ଭାବେ କୋଇଲା ନିଆଯାଉଥିବା ସୂଚନା ପାଇ ଦୋଛକି ପାଖରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗାଡ଼ି ଚାଳକ କିଛି କାଗଜପତ୍ର ଦେଖାଇ ପାରିଲେ ନାହିଁ। ବିନା କାଗଜ ପତ୍ରରେ ଗାଡ଼ି କିପରି ବନ୍ଦର ଭିତରେ ପ୍ରବେଶ କଲା ଏବଂ କୋଇଲା ବୋଝେଇ କରି ବାହାରକୁ ଆସିଲା ତାର ଯାଞ୍ଚ କଲାବେଳେ ସିଆଇଏସଏଫ ଜବାନଙ୍କ ସମ୍ପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ୫ ଜଣଙ୍କ ଭୂମିକା ଥିବା ଏପର୍ଯ୍ୟନ୍ତ ଜଣାପଡ଼ିଛି। ତେବେ ଅଧିକ ଲୋକଙ୍କ ସମ୍ପୃକ୍ତି ଆଶଙ୍କାରେ ତଦନ୍ତ ଜାରି ରହିଛି ବୋଲି ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ବନ୍ଦର ମଧ୍ୟରୁ କୋଇଲା ଚୋରି ଘଟଣାକୁ ନେଇ ଦୁଇବର୍ଷ ହେଲା ବିବାଦ ଲାଗି ରହିଛି। ଏନେଇ ୨୦୨୧ ଅକ୍ଟୋବରରେ ୨୮ ଟ୍ରକ୍‌ ପାରାଦୀପ ଆଦର୍ଶଥାନା ପୋଲିସ ଜବତ କରିଥିଲା। ସେହିପରି ୨୦୨୨ ଜୁଲାଇରେ ୯ ଟି ଟ୍ରକ ଜବତ କରାଯାଇଥିଲା। ଏନେଇ ଅଧିକ ଚର୍ଚ୍ଚା ହେବାପରେ ବନ୍ଦର କର୍ତ୍ତୃପକ୍ଷ ଦୁଇଟି ଷ୍ଟିଭେଡର୍ସ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଥିଲେ ଏବଂ ଆଉ ଗୋଟିଏ ସଂସ୍ଥାକୁ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ...

ବିପଦସଙ୍କୁଳ ଅବସ୍ଥାରେ କାନଝାରୀ ଡ୍ୟାମ୍‌

କେନ୍ଦୁଝର, ୨୬।୧୦(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକରେ ପ୍ରାୟ ୩୯ ବର୍ଷ ତଳେ ନିର୍ମିତ କାନଝାରୀ ଡ୍ୟାମର ସ୍ଥାୟିତ୍ୱ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୧ରେ...

ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍‌ ଓ ଅନ୍ୟ ପଥରେ ଏଠାକୁ...

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ...

ଆସନ୍ତାକାଲିଠାରୁ ନବମ ସମ୍ମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୬ା୧୦- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ ଆସେସ୍‌ମେଣ୍ଟ(ଏସ୍‌ଏ)-୧ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨...

୨୦ ଏକର ଜମିରେ କୋଟିଆରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୯ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ଉତ୍ତମ ପରିବେଶ ଯୋଗୁ ଷ୍ଟ୍ରବେରି ଚାଷ ବେଶ୍‌ ଭଲ ହେଉଛି।...

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ଗଞ୍ଜାମ,୮।୧:(ଡି.ଏନ.ଏ): ନୂଆ ବର୍ଷରେ ନିଜ ସ୍ତ୍ରୀଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସୱାମୀ ଲକ୍ଷ୍ମଣ ରେଡ୍ଡୀଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି...

ନୀଳମାଧବ ପୀଠରେ ମା’ ବିମଳାଙ୍କ ଭଦ୍ରକାଳୀ ବେଶ

ଖଣ୍ଡପଡା,୪।୧୦(ସ୍ବ.ପ୍ର.): ନୀଳମାଧବ ପୀଠରେ ଇଷ୍ଟଦେବୀ ମା’ ବିମଳାଙ୍କ ୧୬ପୂଜା ଦ୍ୱିତୀୟା ଓଷାଠାରୁ ଆରମ୍ଭ ହୋଇଛି। ଏହି ପାରମ୍ପରିକ ପର୍ବ ମହାନବମୀ ପଯର୍‌ୟନ୍ତ ଚାଲୁରହିବ। ମହାଳୟା ଅମାବାସ୍ୟାଠାରୁ...

Advertisement
Archives

Model This Week