୩ ଗ୍ରାମବାସୀଙ୍କ ଗଣଧାରଣା

ଝୁମ୍ପୁରା,୨୮ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ୩ ଗ୍ରାମର ବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ପ୍ରତିବାଦରେ ଗଣଧାରଣା ଦେଇଛନ୍ତି। ଏନେଇ ଝୁମ୍ପୁରା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ମୁତାବକ, ବ୍ଲକ୍‌ର ନାରଦପୁର ପଞ୍ଚାୟତର ବଳଭଦ୍ରପୁର, ଜଗନ୍ନାଥପୁର ଓ ନିଶ୍ଚିନ୍ତପୁର ପଞ୍ଚାୟତର ଘୁଣ୍ଟୁପଶି ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି। ୨୦୧୧ ଜନଗଣନାରେ ତ୍ରୁଟି କାରଣରୁ ସେମାନଙ୍କୁ ଅବାସ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ମିଳୁ ନ ଥିବା ଜାଣିବା ପରେ ଜିଲାପାଳ, ଉପଜିଲାପାଳ, ଝୁମ୍ପୁରା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଥିଲେ ହେଁ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏନେଇ ଗତ ପଞ୍ଚାୟତ ନିର୍ବାଚନରେ ବଳଭଦ୍ରପୁର ଓ ଜଗନ୍ନାଥପୁର ଗ୍ରାମବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ତତ୍‌କାଳୀନ ଚମ୍ପୁଆ ଉପଜିଲାପାଳ ସମାଧାନ ନିମନ୍ତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନାହିଁ। ଏଥିସହ ଗ୍ରାମଗୁଡ଼ିକରେ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଆଦି ସମସ୍ୟା ରହିଛି। ଦାବି ନେଇ ଗତ ମଙ୍ଗଳବାର ଘୁଣ୍ଟୁପଶିବାସିନ୍ଦା ବ୍ଲକ୍‌ କାର୍ଯ୍ୟାଳୟରେ ଦାବିପତ୍ର ଦେଇଥିଲେ। ଶୁକ୍ରବାର ଜଗନ୍ନାଥପୁର ଓ ବଳଭଦ୍ରପୁରବାସିନ୍ଦା ଶୋଭାଯାତ୍ରା, ଗଣଧାରଣା କରିବା ସହ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ସମାଧାନ ନହେଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ୩ ଗ୍ରାମର ଗ୍ରାମବାସୀ ବାବୁଲାଲ ମହାନ୍ତ, ଲକ୍ଷ୍ମୀରାଣୀ ଦାସ, କିରଣ ଆରୁକ, ହୃଷିକେଶ ମହାନ୍ତ, ବେଣୁଧର ମହାନ୍ତ, ସସ୍ମିତା ମହାନ୍ତ, ବିକ୍ରମ ମୁଣ୍ଡା ପ୍ରମୁଖ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି। ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡ଼ା କହିଛନ୍ତି, ୩ଟି ଗ୍ରାମର ଅଭିଯୋଗକୁ ନେଇ ଜିଲାପାଳଙ୍କୁ ରିପୋର୍ଟ କରାଯାଇଛି। ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଚାଟଶାଳୀ

ଭଦ୍ରକ ଅଫିସ, ୨୦।୭-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କୁଲ, କଲେଜ, ଆଶ୍ରମ ସ୍କୁଲ ଏଭଳିକି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ...

ପରିକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ପଦଯାତ୍ରା ପାଇଁ ଭାଜପାର ପ୍ରସ୍ତୁତି

ଲହୁଣୀପଡା, ୧୪।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବଣାଇ ସାଙ୍ଗଠନିକ ଜିଲା ତରଫରୁ ଆସନ୍ତା ୧୮...

ଉଦ୍‌ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ରୂପ୍‌ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି...

୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ

ଗୋପାଳପୁର,୧୩ା୯(ଡି.ଏନ୍‌.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ...

ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି...

ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

ପାଟଣା,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡ଼ା ବ୍ଲକ ୨୯ନଂ. ଜିଲା ପରିଷଦ ଜୋନ୍‌କୁ ହାତେଇବା କ୍ଷମତାସୀନ ବିଜେଡି ଓ ବିରୋଧୀ ଭାଜପା...

ସମସ୍ୟାରେ ବୁଡ଼ି ରହିଛି ଛତ୍ରପୁର ସହର: ସମାଧାନ ନ ହେଲେ ଜନ ଆନ୍ଦୋଳନ

ଛତ୍ରପୁର,୨୩ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ଏ ସମ୍ପର୍କରେ ବିଭିନ୍ନ...

Advertisement
Archives

Model This Week