୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦୀର୍ଘ ୩୪ବର୍ଷ ପରେ ଗୁରୁବାର ଖୋଲାଯାଇଥିଲା। ଜିଲା ସମବାୟ ବିଭାଗ ସହନିବନ୍ଧକ ରବୀନ୍ଦ୍ର କୁମାର ପଣ୍ଡା, ନିରୀକ୍ଷକ ପ୍ରେମାନନ୍ଦ ଦୀପ ଓ ଲୋଇସିଂହା ସମବାୟ ବ୍ୟାଙ୍କ ପରିଚାଳକ ସ୍ବାଗତିକା ଦାସ ଗୁରୁବାର ଯୋଗୀସର୍ଡା ସମବାୟ ସମିତିରେ ପହଞ୍ଚତ୍ଥିଲେ। ବୋର୍ଡ ସଭାପତି ହୃଦୟାନନ୍ଦ ବେହେରା, ନିର୍ଦ୍ଦେଶକ ସୁବାସିନୀ ଧରୁଆ ଓ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରର ଉତ୍ତରାଧିକାରୀଙ୍କ ପ୍ରତିନିଧିଭାବେ ବାହାଦୁର ନନ୍ଦଙ୍କ ଉପସ୍ଥିତିରେ ଜବତ ସମସ୍ତ ୬ଟି ବାକ୍ସ ଯାଞ୍ଚ କରାଯାଇଥିଲା ା ବାକ୍ସରୁ ଉଦ୍ଧାର ଦସ୍ତାବିଜ୍‌ ଓ ସାମଗ୍ରୀଗୁଡିକର ଏକ ତାଲିକା କରାଯାଇଛି ା ଅଧିକାଂଶ ଦସ୍ତାବିଜ୍‌ ଉଇ ଖାଇ ଯାଇଛି। ଯାଞ୍ଚ ସମ୍ପର୍କରେ ଜିଲା ସମବାୟ ବିଭାଗ ମୁଖ୍ୟ ନିବନ୍ଧକଙ୍କୁ ଜଣାଇବୁ ବୋଲି ତଦନ୍ତ ପାଇଁ ଆସିଥିବା ଟିମ୍‌ ସଦସ୍ୟମାନେ କହିଥିଲେ। ସଂଗ୍ରାମୀଙ୍କ ଉତ୍ତରାଧିକାରୀଙ୍କ ପ୍ରତିନିଧିଭାବେ ବାକ୍ସ ଖୋଲା ବେଳେ ଉପସ୍ଥିତ ଥିବା ନନ୍ଦ କହିଛନ୍ତି ଯେ, ବିଭାଗୀୟ ଅବହେଳାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଗୁଡିକ ନଷ୍ଟ ହୋଇଯାଇଛି। ଫଳରେ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ତଥ୍ୟ ଅନାଲୋଚିତ ହୋଇ ରହିଗଲା ବୋଲି ସେ କହିଛନ୍ତି ା ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ୧୯୫୯ରେ ମୃତ୍ୟୁ ଘଟିଥିଲା ା ସ୍ବର୍ଗତ ନାଏକଙ୍କ ଦସ୍ତାବିଜ୍‌ ଓ ସାମଗ୍ରୀ ତାଙ୍କ ପୁଅ ନୀଳମଣି ନାଏକ କେଉଁଟିପାଲିସ୍ଥିତ ବାସଭବନରେ ରଖିଥିଲେ। ୧୯୮୪ରେ ନୀଳମଣି ସ୍ଥାନୀୟ କୃଷି ସମବାୟ ସମିତିରୁ କୃଷିଋଣ ନେଇଥିଲେ। ସେହିବର୍ଷ ମରୁଡି ହେବାରୁ ଋଣ ଛାଡ ଦାବି କରି ସେ ଆନ୍ଦୋଳନ କରିଥିଲେ। ଏହାକୁ କେନ୍ଦ୍ର କରି ତତ୍କାଳୀନ ସମବାୟ ବିଭାଗର ଜଣେ ଅଧିକାରୀ ୧୯୮୮ ମସିହାରେ ତାଙ୍କ କେଉଁଟିପାଲିସ୍ଥିତ ଘରେ ଚଢାଉ କରି କେତେକ ସାମଗ୍ରୀ ଜବତ କରି ନେଇଥିଲେ। ସେଥିରେ ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ଅନେକ ଦସ୍ତାବିଜ ରହିଥିଲା ା ସମବାୟ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ନୀଳମଣି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହି ମାମଲାରେ ସେ ବିଜୟୀ ହୋଇଥିଲେ। ଅଦାଲତରେ ବିଜୟୀ ହେବା ପରେ ସାମଗ୍ରୀ ଫେରାଇ ଦେବାକୁ ନୀଳମଣି ସମବାୟ ବିଭାଗକୁ କହିଥିଲେ। ମାତ୍ର ବିଭାଗ ଅଫିସକୁ ଆସି ଜବତ ସମ୍ପତ୍ତି ନେଇଯିବାକୁ ତାଙ୍କୁ କହିଥିଲେ। ସ୍ବାଭିମାନୀ ନୀଳମଣି ସମବାୟ କାର୍ଯ୍ୟାଳୟକୁ ଯାଇ ନ ଥିଲେ ା ସେହିଦିନରୁ ଉକ୍ତ ଜବତ ବାକ୍ସଗୁଡିକ ସମବାୟ ଗୋଦାମ ଘରେ ପଡି ରହିଛି। ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସଂକ୍ରାନ୍ତରେ ଅକ୍ଟୋବର ୨ତାରିଖ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ମୁଖ୍ୟ ସଚିବ ଓ ସମବାୟ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଜିଲା ସମବାୟ ବିଭାଗ ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?