୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦୀର୍ଘ ୩୪ବର୍ଷ ପରେ ଗୁରୁବାର ଖୋଲାଯାଇଥିଲା। ଜିଲା ସମବାୟ ବିଭାଗ ସହନିବନ୍ଧକ ରବୀନ୍ଦ୍ର କୁମାର ପଣ୍ଡା, ନିରୀକ୍ଷକ ପ୍ରେମାନନ୍ଦ ଦୀପ ଓ ଲୋଇସିଂହା ସମବାୟ ବ୍ୟାଙ୍କ ପରିଚାଳକ ସ୍ବାଗତିକା ଦାସ ଗୁରୁବାର ଯୋଗୀସର୍ଡା ସମବାୟ ସମିତିରେ ପହଞ୍ଚତ୍ଥିଲେ। ବୋର୍ଡ ସଭାପତି ହୃଦୟାନନ୍ଦ ବେହେରା, ନିର୍ଦ୍ଦେଶକ ସୁବାସିନୀ ଧରୁଆ ଓ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରର ଉତ୍ତରାଧିକାରୀଙ୍କ ପ୍ରତିନିଧିଭାବେ ବାହାଦୁର ନନ୍ଦଙ୍କ ଉପସ୍ଥିତିରେ ଜବତ ସମସ୍ତ ୬ଟି ବାକ୍ସ ଯାଞ୍ଚ କରାଯାଇଥିଲା ା ବାକ୍ସରୁ ଉଦ୍ଧାର ଦସ୍ତାବିଜ୍‌ ଓ ସାମଗ୍ରୀଗୁଡିକର ଏକ ତାଲିକା କରାଯାଇଛି ା ଅଧିକାଂଶ ଦସ୍ତାବିଜ୍‌ ଉଇ ଖାଇ ଯାଇଛି। ଯାଞ୍ଚ ସମ୍ପର୍କରେ ଜିଲା ସମବାୟ ବିଭାଗ ମୁଖ୍ୟ ନିବନ୍ଧକଙ୍କୁ ଜଣାଇବୁ ବୋଲି ତଦନ୍ତ ପାଇଁ ଆସିଥିବା ଟିମ୍‌ ସଦସ୍ୟମାନେ କହିଥିଲେ। ସଂଗ୍ରାମୀଙ୍କ ଉତ୍ତରାଧିକାରୀଙ୍କ ପ୍ରତିନିଧିଭାବେ ବାକ୍ସ ଖୋଲା ବେଳେ ଉପସ୍ଥିତ ଥିବା ନନ୍ଦ କହିଛନ୍ତି ଯେ, ବିଭାଗୀୟ ଅବହେଳାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଗୁଡିକ ନଷ୍ଟ ହୋଇଯାଇଛି। ଫଳରେ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ତଥ୍ୟ ଅନାଲୋଚିତ ହୋଇ ରହିଗଲା ବୋଲି ସେ କହିଛନ୍ତି ା ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ୧୯୫୯ରେ ମୃତ୍ୟୁ ଘଟିଥିଲା ା ସ୍ବର୍ଗତ ନାଏକଙ୍କ ଦସ୍ତାବିଜ୍‌ ଓ ସାମଗ୍ରୀ ତାଙ୍କ ପୁଅ ନୀଳମଣି ନାଏକ କେଉଁଟିପାଲିସ୍ଥିତ ବାସଭବନରେ ରଖିଥିଲେ। ୧୯୮୪ରେ ନୀଳମଣି ସ୍ଥାନୀୟ କୃଷି ସମବାୟ ସମିତିରୁ କୃଷିଋଣ ନେଇଥିଲେ। ସେହିବର୍ଷ ମରୁଡି ହେବାରୁ ଋଣ ଛାଡ ଦାବି କରି ସେ ଆନ୍ଦୋଳନ କରିଥିଲେ। ଏହାକୁ କେନ୍ଦ୍ର କରି ତତ୍କାଳୀନ ସମବାୟ ବିଭାଗର ଜଣେ ଅଧିକାରୀ ୧୯୮୮ ମସିହାରେ ତାଙ୍କ କେଉଁଟିପାଲିସ୍ଥିତ ଘରେ ଚଢାଉ କରି କେତେକ ସାମଗ୍ରୀ ଜବତ କରି ନେଇଥିଲେ। ସେଥିରେ ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ଅନେକ ଦସ୍ତାବିଜ ରହିଥିଲା ା ସମବାୟ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ନୀଳମଣି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହି ମାମଲାରେ ସେ ବିଜୟୀ ହୋଇଥିଲେ। ଅଦାଲତରେ ବିଜୟୀ ହେବା ପରେ ସାମଗ୍ରୀ ଫେରାଇ ଦେବାକୁ ନୀଳମଣି ସମବାୟ ବିଭାଗକୁ କହିଥିଲେ। ମାତ୍ର ବିଭାଗ ଅଫିସକୁ ଆସି ଜବତ ସମ୍ପତ୍ତି ନେଇଯିବାକୁ ତାଙ୍କୁ କହିଥିଲେ। ସ୍ବାଭିମାନୀ ନୀଳମଣି ସମବାୟ କାର୍ଯ୍ୟାଳୟକୁ ଯାଇ ନ ଥିଲେ ା ସେହିଦିନରୁ ଉକ୍ତ ଜବତ ବାକ୍ସଗୁଡିକ ସମବାୟ ଗୋଦାମ ଘରେ ପଡି ରହିଛି। ସ୍ବାଧୀନତା ସଂଗ୍ରାମୀ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସଂକ୍ରାନ୍ତରେ ଅକ୍ଟୋବର ୨ତାରିଖ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ମୁଖ୍ୟ ସଚିବ ଓ ସମବାୟ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଜିଲା ସମବାୟ ବିଭାଗ ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri