Advertisement
Posted inଖେଳ

ମୁଁ ଆଗାମୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ

ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍‌ ୨୦୨୨ରେ ବାଜିମାତ୍‌ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ ଆସନ୍ତା ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହୁଁନାହାନ୍ତି। ପୁଣିଥରେ ଦଳ ଚାମ୍ପିୟନ ହେବାକୁ ଚାହୁଁଥିଲେ ୨୦୦୭ ଭଳି ରଣନୀତି ଆପଣାଉ। ବରିଷ୍ଠଙ୍କୁ ବାଦ୍‌ ଦେଇ ଯୁବ କ୍ରିକେଟରଙ୍କୁ ଆଗକୁ ଅଣାଯାଉ ବୋଲି ସେ କହିଛନ୍ତି।

କ୍ରିକବଜ୍‌ ସହ କଥାବାର୍ତ୍ତାରେ ସେହ୍ବାଗ କହିଛନ୍ତି, ମୁଁ ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ କହିବି ନାହିଁ, ହେଲେ ନିଶ୍ଚିତ ଭାବେ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛି। ପରବର୍ତ୍ତୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହେଁନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ଏହା ଘଟିଛି। ବହୁ ବର୍ଷ ଧରି ଖେଳିଥିବା ଭେଟେରାନ ଖେଳାଳିମାନେ ସେହି ବିଶ୍ୱକପ୍‌କୁ ଯାଇ ନ ଥିଲେ। ଯୁବ ଖେଳାଳିଙ୍କ ଟିମ୍‌ ଯାଇଥିଲା, ଯେଉଁମାନଙ୍କଠାରୁ କେହି କିଛି ବି ଆଶା କରି ନ ଥିଲେ। ପରବର୍ତ୍ତୀ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ସମାନ ଦଳ ଦେଖିବାକୁ ଚାହେଁ। ସେମାନେ ଜିତିବେ ବୋଲି କେହି ଆଶା କରିବେ ନାହିଁ। ହେଲେ ଭବିଷ୍ୟତ ପାଇଁ ସେହି ଦଳ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତୁମେ ତୁମର ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କର ତେବେ ତୁମେ କେବଳ ଦୁଇ ବର୍ଷ ମଧ୍ୟରେ ଗୋଟିଏ ଟିମ୍‌ ଗଠନ କରିପାରିବ। ଯେଉଁମାନେ ପ୍ରଦର୍ଶନ କରୁନାହାନ୍ତି ଉକ୍ତ ବରିଷ୍ଠ ଖେଳାଳିଙ୍କୁ ମୁଁ ଆଗାମୀ ବିଶ୍ୱକପ୍‌ରେ ଦେଖିବାକୁ ଚାହୁଁନାହିଁ। ଆଶା ଯେ ଚୟନକର୍ତ୍ତାମନେ ଏଭଳି ନିଷ୍ପତ୍ତି ନେବେ। ହେଲେ ସମସ୍ୟା ଏହା ଯେ ଚୟନକର୍ତ୍ତାମାନେ ପରବର୍ତ୍ତୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ରହିବେ କି? ହେଲେ ଯଦି ସେମାନେ ସମାନ ଦଳ ଏବଂ ସମାନ ଆଭିମୁଖ୍ୟ ସହ ବିଶ୍ୱକପ୍‌ ଖେଳନ୍ତି ତେବେ ଫଳାଫଳ ସମାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍‌ ଦେଲେ ବ୍ୟାଟିଂ କୋଚ୍‌

ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍‌...

ଇସ୍‌ଲାମାବାଦ୍‌ ସୁରକ୍ଷାରେ ସନ୍ତୁଷ୍ଟ ଆଇଟିଏଫ୍‌

ମୁମ୍ବାଇ,୧୩।୮- ଆସନ୍ତା ମାସରେ ଇସ୍‌ଲାମାବାଦ୍‌ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଦିନିଆ ଡେଭିସ କପ୍‌ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌ ଲାଗି ପାକିସ୍ତାନ ପକ୍ଷରୁ କରାଯାଇଥିବା...

ଫ୍ରେଞ୍ଚ୍‌ ଓପନ: ଦୈନିକ ୧ ହଜାର ଦର୍ଶକଙ୍କୁ ଅନୁମତି

ପ୍ୟାରିସ, ୨୬ା୯ (ଏପି)- ପ୍ୟାରିସ୍‌ରେ କରୋନା ଭାଇରସ୍‌ ମହାମାରୀ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଦୈନିକ ଦର୍ଶକଙ୍କ ସଂଖ୍ୟା...

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ...

ବିବାଦରେ ଆଇସିସି

ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ...

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ...

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି

ମୁମ୍ବାଇ, ୨୮ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ପୃଥିବୀ,...

ଖୁସି ଖବର, ଷ୍ଟାଡିୟମରେ ବସି ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରିପାରିବେ ଦର୍ଶକ!

ଚେନ୍ନାଇ,୨୨।୧: ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳେ। ଚେନ୍ନାଇର ଚେପାକ ଷ୍ଟାଡିୟମ ଏବଂ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ...

Advertisement
Archives

Model This Week