Posted inଜାତୀୟ

ରିଭଲଭର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ପଶିଲେ ଜଣେ ବ୍ୟକ୍ତି

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ବସ୍ତି ଜିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଅବହେଳା ଦେଖିବାକୁ ମିଳିଛି। ଯୋଗୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ତେବେ ଡ୍ୟୁଟିରେ ଥିବା ସିଓ ଉକ୍ତ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ଅଡିଟୋରିୟମରୁ ବାହାର କରି ଦେଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା ଯୋଗୁ ପୋଲିସ ପ୍ରଶାସନରେ ଉତ୍ତେଜନା ଦେଖାଦେଇଥିଲା। ଅବହେଳା ପାଇଁ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଚିଠି ଲେଖାଯାଇଛି। ବସ୍ତି ଏସପି ଆଶିଷ ଶ୍ରୀବାସ୍ତବ ଜିଲାର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟ ଜିଲାର ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ବସ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ଅଛି ବୋଲି ଏସପି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସିବାର ୪୫ ମିନିଟ ପୂର୍ବରୁ, ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ସେ କହିଛନ୍ତି ଯେ ୭ ଜଣ ପୋଲିସ କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଚାରିଜଣ ପୋଲିସ ବସ୍ତିରେ, ଦୁଇଜଣ ସିଦ୍ଧାର୍ଥ ନଗରରେ ଏବଂ ଜଣେ ସାନ୍ତ କବୀର ନଗରରେ କାର୍ଯ୍ୟରତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକରୀ: ନଳିନୀଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଏବେ ମୁକ୍ତ ହେବେ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ଆବେଦନର...

କରୋନା ଭୟ: ଶ୍ରଦ୍ଧାଳୁଙ୍କ ପାଇଁ ବୈଷ୍ଣୋଦେବୀ ଯାତ୍ରା ବନ୍ଦ

ଜମ୍ମୁ,୧୮।୩: କରୋନା ଭାଇରସ୍‌ ଯୋଗୁ ଜମ୍ମୁ-କଶ୍ମୀରର ପ୍ରମୁଖ ତୀର୍ଥସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ଯାତ୍ରାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ଏହି ଯାତ୍ରାକୁ ସରକାର ବନ୍ଦ...

ସଞ୍ଜୟ ରାଉତଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୧୨।୧୧: ଶିବସେନାର ଏମ୍‌ପି ସଞ୍ଜୟ ରାଉତ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ଭାଜପା ନେତା ଆଶୀଷ ସେଲାର ତାଙ୍କୁ ଭେଟିଛନ୍ତି।...

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ...

ଆମେରିକା-ୟୁରୋପୀୟ ସଂଘର ଧମକ କାମ ଦେଲାନି, ଭାରତକୁ ତୈଳ ଯୋଗାଣରେ ରୁଷିଆ ଶୀର୍ଷରେ…

ନୂଆଦିଲ୍ଲୀ,୩।୧୧ : ରୁଷଠାରୁ ଭାରତର ତୈଳ କ୍ରୟକୁ ନେଇ ଆମେରିକା ଏବଂ ୟୁରୋପୀୟ ସଂଘ ଅନେକ ଥର ଆପତ୍ତି ଉଠାଇଛନ୍ତି। କିନ୍ତୁ ଏହା ଦୁଇ ଦେଶ...

୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ

ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ...

ଆରଏସଏସରେ ଯୋଗ ଦେବେ କମଲ ଖାନ

ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍‌ ଯୋଗୁ ସେ...

ବିଶ୍ୱରେ ପ୍ରଥମ: ସୁଖୋଇ ୩୦ ଏମ୍‌କେରୁ ସଫଳ ବ୍ରାହ୍ମୋସ୍‌ ସୁପରସୋନିକ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ,୮।୧୨: ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ସଫଳତାର ସହ ବ୍ରାହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ ମିଶାଇଲର ପରୀକ୍ଷା କରାଯାଇଛି। ଏହାକୁ ସୁପରସୋନିକ ଫାଇଟର...

Advertisement
Archives

Model This Week