Posted inଜାତୀୟ

ହିଜାବ, ମସ୍‌ଜିଦ ବିବାଦରୁ କର୍ନାଟକରେ ସାମ୍ପ୍ରଦାୟିକ ଉତ୍ତେଜନା

ବେଙ୍ଗାଲୁରୁ,୨୯।୫ (ଆଇଏଏନ୍‌ଏସ୍‌): ହିଜାବ ବିବାଦ ପୁଣିଥରେ ଉପକୂଳ କର୍ନାଟକରେ ମୁଣ୍ଡ ଟେକିଛି। ଏଥିସହିତ ମଲାଲି ମନ୍ଦିର-ମସ୍‌ଜିଦ ବିବାଦକୁ ନେଇ ଉତ୍ତର କନ୍ନଡ, ଦକ୍ଷିଣ କନ୍ନଡ ଏବଂ ଉଡୁପିରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଭାଜପାର ଗଡ଼ କୁହାଯାଉଥିବା କର୍ନାଟକର ଉପକୂଳ ଅଞ୍ଚଳ ସାମ୍ପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ। ପୂର୍ବରୁ ଏଠାରେ ଅନେକ ଥର ସାମ୍ପ୍ରଦାୟିକ ଉତ୍ତେଜନା ଓ ସଂଘର୍ଷ ସୃଷ୍ଟି ହୋଇଛି। ଉକ୍ତ ଅଞ୍ଚଳରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଛି।
ହିଜାବ ବିବାଦ ଏକପ୍ରକାର ସମାଧାନ ହୋଇଯାଇଥିବା ଭଳି ଜଣାପଡ଼ୁଥିଲେ ମଧ୍ୟ ପୁଣିଥରେ ଉପକୂଳ ଅଞ୍ଚଳରେ ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। କର୍ନାଟକରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‌ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଶ୍ରେଣୀଗୃହରେ ହିଜାବ ପିନ୍ଧିବାକୁ ବିରୋଧ କରି ହିନ୍ଦୁ ଛାତ୍ରୀଛାତ୍ରମାନେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ଭାଜପା ସରକାର କ୍ୟାମ୍ପସରେ କେବଳ ୟୁନିଫର୍ମକୁ ଅନୁମତି ଦେବା ଉପରେ ଗୁରୁତ୍ୱ ଦେଉଛି। ମାଙ୍ଗାଲୁରୁର ୟୁନିଭର୍ସିଟି କଲେଜରେ ଆନ୍ଦୋଳନ ପରେ ଭାଜପା ବିଧାୟକ ବେଦବ୍ୟାସ କାମାତ୍‌ କଲେଜ ଉନ୍ନୟନ ଓ ପରିଚାଳନା କମିଟି ସଦସ୍ୟ ଓ ଛାତ୍ରୀଛାତ୍ରଙ୍କ ସହ ବୈଠକ କରିଛନ୍ତି।
ସେପଟେ ମଲାଲି ମସ୍‌ଜିଦ ବିବାଦ ଜୋର୍‌ ଧରିଥିବାବେଳେ ସେଠାରୁ ହିନ୍ଦୁ କର୍ମୀମାନଙ୍କୁ ମୁଠାଏ ମାଟି ନେବାକୁ ଦିଆଯିବ ନାହିଁ ବୋଲି ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଏସ୍‌ଡିପିଆଇ) ପକ୍ଷରୁ କୁହାଯାଇଛି। ମସ୍‌ଜିଦ ଦଖଲ କରିବା ସ୍ବପ୍ନ ନ ଦେଖିବାକୁ ଏସ୍‌ଡିପିଆଇ ରାଜ୍ୟ ସଭାପତି ଅବଦୁଲ ମାଜିଦ ମିସୁରୁ ଶନିବାର କହିଛନ୍ତି। ବଲାରିରେ ୨୦୦ ବର୍ଷର ପୁରୁଣଶ ସୁଗାଲମ୍ମା ମନ୍ଦିର ଭଙ୍ଗାଯାଇଥିବା ସମ୍ପର୍କରେ ସୁନିଶ୍ଚିତ କରାଇବା ଲାଗି ହିନ୍ଦୁ କର୍ମୀ ଓ ସଂଘ ପରିବାର ସଦସ୍ୟ ପାରମ୍ପରିକ ‘ତମ୍ବୁଲା ପ୍ରଶ୍ନ’ ଉପାୟ ଅବଲମ୍ବନ କରିବେ ବୋଲି କହିଥିଲାବେଳେ ମାଜିଦ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ମଲାଲି ମସ୍‌ଜିଦ ପରିସରର ସ୍ଥିତାବସ୍ଥା ବଜାୟ ରଖିଛନ୍ତି। ନିକଟରେ ହୋଇଥିବା ଖନନରୁ ମସ୍‌ଜିଦ ପରିସରରେ ମନ୍ଦିର ଢାଞ୍ଚା ମିଳିଥିଲା। ଫଳରେ ସେଠାରେ ମନ୍ଦିର ଥିବା ନେଇ ହିନ୍ଦୁ କର୍ମୀମାନେ ଦାବି ଉଠାଇଥିଲେ। ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri