ୟୁକ୍ରେନ୍‌ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି

  • ମସ୍କୋ, ୨୯ା୫: ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍‌ କରିଥିବାରୁ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ପୁଟିନ୍‌ ରାଜି ଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଏଥିସହ ରୁଷିଆରୁ ସାର ଏବଂ କୃଷିଜାତ ସାମଗ୍ରୀ ରପ୍ତାନି ମଧ୍ୟ ବିଶ୍ୱ ଖାଦ୍ୟସଙ୍କଟକୁ ଦୂର କରିବାରେ ସହାୟକ ହେବ ବୋଲି ମସ୍କୋ କହିଛି। ତେବେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରୁଷିଆ ଏହି ଦୁଇ ୟୁରୋପୀୟ ଦେଶକୁ ଚେତାବନୀ ଦେଇଛି। ଏହା ଆଗକୁ ଆହୁରି ଅସ୍ଥିରତାକୁ ଡାକିଆଣିପାରେ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ବନ୍ଦୀ ରଖିଥିବା ଆଜଭଷ୍ଟିଲ୍‌ର ପ୍ରାୟ ୨,୫୦୦ ସୈନ୍ୟଙ୍କୁ ମୁକୁଳାଇବା ପାଇଁ ସ୍କୋଲଜ୍‌ ଏବଂ ମାକ୍‌ରଁ ପୁଟିନଙ୍କୁ ନିବେଦନ କରିବା ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…

କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା...

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା...

ଉଡିବାକୁ ଥିବା ବିମାନର ପଙ୍ଖା ଉପରେ ଚଢିଗଲେ ଯୁବକ

ଲାଗୋସ,୨୧।୭: ନାଇଜେରିଆ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ଶୁକ୍ରବାର ମୁର୍ତଲା ମହମ୍ମଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜମାନ ଏୟାର ଲାଇନ୍ସର ଏକ ବିମାନ ଉଡିବା ଲାଗି...

ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ, ୩ ମୃତ ଅଭିଯୁକ୍ତ ଗିରଫ

ନ୍ୟୁୟର୍କ,୧୫ ।୧୧: ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୁଳିକାଣ୍ଡ ହୋଇଛି । ଏହି ସମୟରେ ଭର୍ଜିନିଆ ବିଶ୍ୱ ବଦ୍ୟାଳୟ ଫୁଟବଲ ଟିମର ୩...

ଇମ୍ରାନ ଖାନ୍‌ଙ୍କୁ ଝଟ୍‌କା: ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନର

ଇସ୍‌ଲାମାବାଦ୍‌,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ବର୍ଷ ପାଇଁ...

‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି...

ଇସ୍ରାଏଲରେ ନେତାନ୍ୟାହୁ ସରକାର !…

ଜେରୁଜେଲମ୍‌,୨।୧୧ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାକୁ ଫେରିବାକୁ ଯାଉଛନ୍ତି। ବୁଧବାର ସେ କହିଛନ୍ତି ଯେ ତାଙ୍କର ଦକ୍ଷିଣପନ୍ଥୀ ଶିବିର ଏକ ନିର୍ବାଚନୀ...

୭୫ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ

ମସ୍କୋ,୨୭।୯: ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ହ୍ବିସିଲ୍‌ବ୍ଲୋୟର ଏଡ୍‌ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ...

Advertisement
Archives

Model This Week