ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ସଚିବ ବିଶାଲ ଦେବ

ବାରିପଦା ଅଫିସ,୨ା୧୧: ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ସ୍ବତନ୍ତ୍ର ଭାବେ ମୟୂରଭଞ୍ଜ ଜିଲା ଦାୟିତ୍ୱ ନ୍ୟସ୍ତ ପରେ ସେ ବୁଧବାର ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଜିଲାପରିଷଦ ସମ୍ମଳିନୀ କକ୍ଷରେ ଜିଲାର ସମସ୍ତ ଉନ୍ନୟନ କାର୍ଯ୍ୟର ବିଭାଗ ଅନୁସାରେ ସମୀକ୍ଷା କରିଥିଲେ। ଏହା ପରେ ସେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଆରମ୍ଭ ହେବାକୁ ଥିବା ଡିଜିଟାଲ ଷ୍ଟୁଡିଓ ବୁଲି ଦେଖିଥିଲେ। ତା’ପରେ ରଙ୍ଗମାଟିଆସ୍ଥିତ ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ନୂତନ କ୍ୟାମ୍ପସରେ ନିର୍ମାଣାଧୀନ କୋଠାଗୃହର ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ। ଏହାପରେ ପାଲବଣୀରେ ମିଶନଶକ୍ତି ପରିଚାଳିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଆଚାର ତିଆରି ଉଦ୍ୟୋଗ ବୁଲିବା ସହିତ ସଦସ୍ୟାଙ୍କ ସହିତ ଭାବ ବିନିମୟ କରିଥିଲେ। ସେଠାରୁ କୃଷ୍ଣଚନ୍ଦ୍ରପୁର ସିଏଚ୍‌ସି ଗସ୍ତ କରି ସ୍ବାସ୍ଥ୍ୟସେବା ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ। ତା’ପରେ ନିକଟସ୍ଥ ୫-ଟି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରୁ ଫେରି ସେ ତକତପୁରସ୍ଥିତ ଗ୍ରାମ୍ୟ ସ୍ବରାଜ କୌଶଳ ଯୋଜନା ଅଧୀନ ତାଲିମ କେନ୍ଦ୍ର ପରିଦର୍ଶନ କରିବା ପରେ ସର୍କିଟ ହାଉସରେ ରାତି ରହଣି କରିଛନ୍ତି । ଗୁରୁବାର ସେ ବ୍ଲକର ବୀରେଶ୍ୱରପୁର ପଞ୍ଚାୟତର ଏମ୍‌ଜିଏନ୍‌ଆର୍‌ଇଜିଏଏସ୍‌ ଅନୁଦାନରେ ନିର୍ମିତ ଫାର୍ମପଣ୍ଡ ପରିଦର୍ଶନ କରିବେ। ସେହିପରି ଖୁଣ୍ଟା ବ୍ଲକର ଲକ୍ଷଣସାହିରେ ଥିବା ରବର ପ୍ରସେସିଂ ୟୁନିଟ୍‌, ଗୋପବନ୍ଧୁନଗର ବ୍ଲକରେ ନିର୍ମାଣାଧୀନ ମେଗା ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପ, ଗୋଟିଏ ଡକ୍‌ରାଶିଳ୍ପ ଓ ୨ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିବେ। ଶେଷରେ ଉଦଳା ବ୍ଲକର ଭୀମତାଳି ବନ୍ଧର ସୌନ୍ଦର୍ଯ୍ୟକରଣ ଓ ଉଦ୍ୟାନକୃଷି ବିଭାଗର କ୍ଷେତ୍ର ପରିଦର୍ଶନ କରିବେ ବୋଲି ଗସ୍ତ ସୂଚୀରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri