ପ୍ରତାପଙ୍କ ଘରେ ସିକ୍ରେଟ ମିଟିଂ, ବବି ସାମିଲ୍‌, ସଂଧ୍ୟାବେଳକୁ ବଡ଼ ଘୋଷଣା!

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ ଦେବଙ୍କ ବାସ ଭବନରେ ବସିଛି ବଡ଼ ବୈଠକ । ଏଠାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ବିଜେଡି ପକ୍ଷରୁ ମିଳିପାରିନାହିଁ ।

ବୁଧବାର ଅପରାହ୍ନରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ (ବବି), ଦେବୀ ମିଶ୍ର ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି।

ସୂଚନାନୁୁସାରେ, ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିଷୟ ନେଇ ଘମାଘୋଟ ଆଲୋଚନା ଚାଲିଛି। ଏହା ପୂର୍ବରୁ ବିଜେଡିର ବରିଷ୍ଠ ନେତାମାନେ ଏକ ହୋଟେଲରେ ମଧ୍ୟ ବୈଠକ କରିଥିଲେ। ପ୍ରତାପ ଦେବଙ୍କ ଘରେ ହୋଇଥିବା ଏହି ଦ୍ୱିତୀୟ ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଆଗାମୀ ରାଜନୈତିକ ରଣନୀତି ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ଆଦି ବିଷୟ ଉପରେ ଏହି ଆଲୋଚନା କେନ୍ଦ୍ରିତ ହୋଇଥିବା ଜଣାପଡ଼ିଛି। ଏହି ବୈଠକ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ, କିନ୍ତୁ ଏହା ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆଣିପାରେ ବୋଲି ଅନୁମାନ କରାଯାଉଛି।

ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍‌ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍‌ଫ ବିଲ୍‌କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍‌ଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍‌ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ସୁଦ୍ଧା ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷହେବ ବୋଲି ଘୋଷଣା କରାଯାଇଛି। ସେହି କ୍ରମରେ ଦଳର ୩୩ଟି ସାଙ୍ଗଠନିକ ଜିଲା ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି। ବବିଙ୍କ ଇଙ୍ଗିତରେ ପ୍ରାୟ ସବୁ ଜିଲାର ସଭାପତିଙ୍କ ନାଁ ଚୟନ କରାଯାଉଥିବା କେତେଜଣ ନେତା ବାହାରେ ଗପିବା ଆରମ୍ଭ କରିଦେଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପାଣ୍ଡିଆନ୍‌ ଓ ବବି ଯୋଡ଼ି ଦଳକୁ ଏକରକମ ନିଜ ନିୟନ୍ତ୍ରଣକୁ ନେବାରେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
ଶଙ୍ଖ ଭବନରେ ଘନ ଘନ ବୈଠକକରି ଗୋଟିଏ ପଟେ ପାଣ୍ଡିଆନ୍‌ଙ୍କୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ବେଳେ ଅନ୍ୟପଟେ ଏକ ଭୟର ବାତାବରଣ ସୃଷ୍ଟିକରି ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିଦେବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ନେତା ଗଣମାଧ୍ୟମ ଆଗରେ ନିଜକୁ ଉପସ୍ଥାପନ କରିବାକୁ ବହୁ ଉଦ୍ୟମ କରିଆସୁଥିଲେ। ଏହାର ସୁଯୋଗ ଏବେ ପାଣ୍ଡିଆନ୍‌ଙ୍କ ଟିମ୍‌ ଉଠାଇବା ଆରମ୍ଭ କରିଛନ୍ତି। ଯେଉଁମାନେ ଓ୍ବାକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବାର ମୌକା ପାଇଯାଇଥିଲେ ସେମାନଙ୍କୁ ପୂର୍ବରୁ ଦଳର ଅନେକ କଥାରେ କେବେହେଲେ ଲୋଡ଼ାଯାଉ ନ ଥିଲା। ହେଲେ ଏବେ ସେହି ନିର୍ଦ୍ଦିଷ୍ଟ ନେତାମାନଙ୍କୁ ବାରମ୍ବାର ଶଙ୍ଖ ଭବନରେ ଦେଖିବାକୁ ମିଳୁଛି। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ହେବ ସେମାନଙ୍କ ମତାମତ ଲୋଡ଼ାଯାଉଛି। ସେହି ନେତାମାନେ ମଧ୍ୟ ତାଙ୍କୁ ଦଳ ବହୁ ମାତ୍ରାରେ ଲୋଡୁଥିବା ଦେଖି ସନ୍ତୁଷ୍ଟ ହେବା ଆରମ୍ଭ କରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ଦଳୀୟ ପ୍ରସଙ୍ଗରେ ମତାମତ ରଖିଦେଇ ସେହି ନେତାମାନେ ମଧ୍ୟ କୃତକୃତ୍ୟ ହୋଇଯାଉଛନ୍ତି। ଖୁସି ହେଉଥିବା ନେତାଙ୍କୁ ବ୍ୟବହାରକରି ଏବେ ଆରମ୍ଭ କରାଯାଇଛି ପାଣ୍ଡିଆନ୍‌ ସୁରକ୍ଷା ଅଭିଯାନ। ଯେଉଁମାନେ ପାଣ୍ଡିଆନ୍‌ଙ୍କୁ ଓ୍ବାକ୍‌ଫ ବିଲ୍‌ କଥାରେ ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ ଖୁସି ହୋଇସାରିଥିବା ନେତାଏ ଓଲଟା ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବୈଠକରେ ଉପସ୍ଥିତ ରହୁଥିବା ନେତାଙ୍କ ମଧ୍ୟରୁ କେତେଜଣ ବାହାରେ ଆସି ଏବେ ବବିଙ୍କ ପୂର୍ବ ବ୍ୟବହାର ଦେଖିବାକୁ ପାଇଲେଣି ବୋଲି କୁହାକୁହି ଆରମ୍ଭ କରିିଛନ୍ତି। ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଯେତେବେଳେ କେଉଁ ଜିଲାର ସଭାପତି କାହାକୁ କରାଯିବ ଆଲୋଚନା ହେଉଛି ସେତେବେଳେ ବବି ତାଙ୍କ ଅନୁଗତଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି। ଯଦି ତାଙ୍କ କଥାକୁ ନେଇ କେହି କିଛି ପ୍ରଶ୍ନ କରୁଛନ୍ତି ତେବେ ବବି ଉଚ୍ଚ ସ୍ବରରେ ଅନ୍ୟମାନଙ୍କୁ ଦାବିଦେବାକୁ ଚେଷ୍ଟା କରିଛନ୍ତି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ବବି ଏକ ପ୍ରକାର ନିଜକୁ ସାଙ୍ଗଠନିକ କାର୍ଯ୍ୟରୁ ଦୂରେଇଦେଇଥିବାର ଧାରଣା ସୃଷ୍ଟି କରାଯାଇଛି। ହେଲେ ଏବେ ତା’ର ଓଲଟା ଦୃଶ୍ୟ ଦେଖିବାକୁ ମିଳିଲାଣି।
କେବଳ ସେତିକି ନୁହେଁ, ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବହୁ ବରିଷ୍ଠ ନେତା ଘଟଣାର ପରଦିନ ନବୀନ ନିବାସ ଆସିବାଠାରୁ ଆରମ୍ଭକରି ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଅଛି ବୋଲି ସେମାନେ ସିଧାସଳଖ କହିଥିଲେ। ଏହି ପ୍ରକ୍ରିୟାରୁ ବହୁ ନେତା ନିଜକୁ ଦୂରେଇ ରଖିଛନ୍ତି। ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା ପ୍ରମୁଖ ନେତାମାନେ ଏଯାଏଁ ଓ୍ବକ୍‌ଫ ବିଲ୍‌ କଥାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାର ସାହାସ ଜୁଟାଇପାରିଲା ଭଳି ଦେଖାଯାଉ ନ ଥିବା ତାଙ୍କ ଦଳର କେତେଜଣ ଛାତ୍ର ଓ ଯୁବନେତା ଚର୍ଚ୍ଚା କରୁଛନ୍ତି। ଏପରି ସ୍ଥିତିରେ ଆହୁରି ମଧ୍ୟ ପାଣ୍ଡିଆନ୍‌ଙ୍କ ସୁରକ୍ଷା ଲାଗି ଦଳ ଭିତରେ ନୂଆ ଯୋଜନା କରାଯାଇଛି। ଏମ୍‌ପି ଦେବାଶିଷ ସାମନ୍ତରାୟ ଖୋଲାଖୋଲି ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଦେବାଶିଷଙ୍କୁ ଟାର୍ଗେଟ କରିବା ସକାଶେ ଦଳର ଶୀର୍ଷ ସ୍ତରରୁ ନୂଆ ଫନ୍ଦି କରାଯାଇଛି। ଏଇ କିଛିଦିନ ଭିତରେ ପ୍ରଥମେ ଦଳର ସବୁ ରାଜ୍ୟ ସଭା ସଦସ୍ୟଙ୍କୁ ନବୀନଙ୍କ ସହ ବସାଇ ଏକ ଫଟୋ ଗଣମାଧ୍ୟମକୁ ଦିଆଯିବାର ଯୋଜନା କରାଯାଇଛି। ଏହାଦ୍ୱାରା ଦେବାଶିଷ ଭୁଲ୍‌ ଥିଲେ ବୋଲି ଏକ ବାର୍ତ୍ତା ବାହାରକୁ ଯିବ। ଏହାପରେ ଧୀରେ ଧୀରେ ଦଳରେ ତାଙ୍କୁ ଅଣଦେଖା କରିବା ପ୍ରକ୍ରିୟା ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି। ଜଣେ ଏମ୍‌ପି ନିଜ ନାମ ଗୋପନ ରଖି କହିଛନ୍ତି, ଯଦି ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ସେ ଯାହା କହୁଥିଲେ ତାହା ଠିକ୍‌ ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ସେ ରାଜନୀତିରେ ଏକ ସ୍ବତନ୍ତ୍ର ମାଇଲେଜ ପାଇଯିବେ ବୋଲି ଦଳର ଶୀର୍ଷସ୍ତରରେ ଚିନ୍ତା କରାଯାଉଛି। ଶେଷରେ ଏହିସବୁ ନାଟକ ରଚାଯାଉଥିବାବେଳେ ନିଜେ ନବୀନ ପଟ୍ଟନାୟକ ମଞ୍ଚରୁ ଉଭାନ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?