ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍ରେ ଏହି ଦଳ ହାଇଦ୍ରାବାଦ ଏଫ୍ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଅନ୍ୟ ପକ୍ଷରେ ଏହି ମ୍ୟାଚରେ ଭଲ ଖେଳିବା ସତ୍ତ୍ୱେ ଭାଗ୍ୟ ସାଥ୍ ନ ଦେବାରୁ ହାଇଦ୍ରାବାଦ ଏଫ୍ସି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଫଳରେ ଗ୍ରୁପ୍ ‘ଏ’ରେ ୬ ପଏଣ୍ଟ ସହ ମୋହନ ବାଗାନ ସୁପର ଜାଏଣ୍ଟ୍ସ ଟେବୁଲର ୨ୟ ସ୍ଥାନରେ ରହି ନକ୍ଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବିତ କରିଛି। ମ୍ୟାଚ୍ର ୭ମ ମିନିଟରେ ଏକ ଗୋଲ ଦେଇ ହାଇଦ୍ରାବାଦ୍ ଏଫ୍ସିକୁ ଅଗ୍ରଣୀ କରିଥିଲେ ରାମଲୁଚୁଙ୍ଗା। ମୋହନ ବାଗାନ ଦଳ ଗୋଲ ପରିଶୋଧ ପାଇଁ ଜୋରଦାର ଉଦ୍ୟମ କରିଥିଲେ ହେଁ ପ୍ରଥମାର୍ଦ୍ଧ ଶେଷ ବେଳକୁ ହାଇଦ୍ରାବାଦ ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରିଥିଲା। ତେବେ ମ୍ୟାଚର ଶେଷ ପର୍ଯ୍ୟାୟରେ ମୋହନ ବାଗାନ ଏସ୍ଜିକୁ ଭାଗ୍ୟ ସାଥ୍ ଦେଇଥିଲା। ୮୮ତମ ମିନିଟରେ ହାଇଦ୍ରାବାଦ ବକ୍ସ ଏରିଆରେ ବଲ୍ ପାଇଁ ସଂଘର୍ଷ ଚାଲିଥିବାବେଳେ ଜେରେମି ଜୋମିଙ୍ଗଲୁଆଙ୍କ ଆତ୍ମଘାତୀ ଗୋଲ ଯୋଗୁ ମାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ଇଞ୍ଜୁରି ଟାଇମ୍ ଅର୍ଥାତ୍ ୯୦+୨ ମିନିଟରେ ଡିମିଟ୍ରୋସ ପେଟ୍ରାଟୋସ ଏକ ଗୋଲ ଦେଇ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ବିଜୟୀ କରିଥିଲେ। ବିପଜ୍ଜନକ ଖେଳ ପାଇଁ ହାଇଦ୍ରାବାଦ ଏଫ୍ସିର ୫ ଓ ମୋହନ ବାଗାନ ସୁପର ଜାଏଣ୍ଟ୍ସର ଜଣେ ଖେଳାଳି ୟେଲୋ କାର୍ଡ ପାଇଥିଲେ। ତେବେ ହାଇଦ୍ରାବାଦ ଦଳ ପରାଜିତ ହୋଇଥିଲେ ହେଁ ପୂରା ମ୍ୟାଚରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ରାମଲୁଚୁଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ: ଚାଷୀଙ୍କ ଉପସ୍ଥିତି ନଗଣ୍ୟ, ଖାଲି ପଡ଼ିଲା ଅଧିକାଂଶ ଚେୟାର
ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ପଡ଼ିଆରେ ଶୁକ୍ରବାର ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ…
ଭୀଷ୍ମଗିରି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ : ଜଣେ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ…
ଇନଷ୍ଟାଗ୍ରାମ୍ ରେ ନାବାଳିକା ଙ୍କ ଆପତ୍ତିଜନକ ନଗ୍ନ ଫଟୋ: ଭିଡ଼ିଓ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କ ଆପତ୍ତିଜନକ ଫଟୋ ଭିଡ଼ିଓ ଇନଷ୍ଟାଗ୍ରାମ୍ ଜରିଆରେ ହାସଲ କରିବା ପରେ ଟଙ୍କା ପାଇଁ…
ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…
ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…
ଆମ୍ବ ବୁରେଇରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୋଲିସ୍
ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ…
୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…
ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…
ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି
ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ…
ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍ର ୪ ଓ ସାହାରପଡ଼ା ବ୍ଲକ୍ର ୩ ବିଦ୍ୟାଳୟ ସାମିଲ
ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍ଫରେନ୍ସିଂ…

