ମ୍ୟୁଚୁଆଲ୍‌ ଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ: ଏବେ ୪୦ କ୍ୟାଟେଗୋରିରେ ହେବ ନିବେଶ, ‘ଇକ୍ୱୁଟି ଫଣ୍ଡ’ ଟଙ୍କାରେ…

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ମ୍ୟୁଚୁଆଲ ଫଣ୍ଡ ହାଉସ୍‌ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ବାଧୀନତା ପ୍ରଦାନ କରିଛନ୍ତି। ନିବେଶକଙ୍କ ବିପଦ (Risk) କମାଇବା ଏବଂ ରିଟର୍ଣ୍ଣ ବଢ଼ାଇବା ପାଇଁ ସେବି କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି।

୧. ସୁନା ଓ ରୁପାରେ ନିବେଶର ସୁଯୋଗ:
ଏବେ ପର୍ଯ୍ୟନ୍ତ ‘ଆକ୍ଟିଭ୍‌ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ’ଗୁଡ଼ିକ ଶେୟାର ବଜାର ବ୍ୟତୀତ ବଳକା ଟଙ୍କାକୁ କେବଳ କ୍ୟାଶ କିମ୍ବା ମନି ମାର୍କେଟରେ ରଖିପାରୁଥିଲେ। କିନ୍ତୁ ନୂଆ ନିୟମ ଅନୁଯାୟୀ, ଫଣ୍ଡ ମ୍ୟାନେଜରମାନେ ସେହି ଟଙ୍କାରେ ସୁନା (Gold) ଏବଂ ରୁପା (Silver) କିଣିପାରିବେ।

ଉଦାହରଣସ୍ବରୂପ ଯଦି ଏକ ଲାର୍ଜକ୍ୟାପ ଫଣ୍ଡ ୮୦% ଟଙ୍କା ବଡ଼ ଶେୟାରରେ ଲଗାଏ, ତେବେ ବାକି ୨୦% ଟଙ୍କା ସୁନା କିମ୍ବା ରୁପାରେ ନିବେଶ କରାଯାଇପାରିବ। ଏହାଦ୍ୱାରା ସେୟାର ବଜାର କମିଲେ ସୁନା-ରୁପାର ନିବେଶ ଆପଣଙ୍କ ପୋର୍ଟଫୋଲିଓକୁ ସୁରକ୍ଷିତ ରଖିବ।

୨. ଅବସର ଓ ପିଲାଙ୍କ ପାଇଁ ’ଲାଇଫ ସାଇକଲ ଫଣ୍ଡ’:

ସେବି ପୁରୁଣା ’ରିଟାୟରମେଣ୍ଟ’ ଏବଂ ’ଚିଲ୍ଡେନ ସଲ୍ୟୁସନ’ ଫଣ୍ଡକୁ ବନ୍ଦ କରି ତା’ ସ୍ଥାନରେ ‘ଲାଇଫ ସାଇକଲ ଫଣ୍ଡ’ (Life Cycle Funds) ଆରମ୍ଭ କରିଛନ୍ତି। ଆରମ୍ଭରେ ଆପଣଙ୍କ ଅଧିକ ଟଙ୍କା ଶେୟାରରେ ଲଗାଯିବ, କିନ୍ତୁ ବୟସ ବଢ଼ିବା ସହ ବା ମ୍ୟାଚୁରିଟି ସମୟ ପାଖେଇ ଆସିଲେ ଫଣ୍ଡ ମ୍ୟାନେଜର ନିଜେ ସେହି ଟଙ୍କାକୁ ସୁରକ୍ଷିତ ନିବେଶ (Debt କିମ୍ବା Gold) କୁ ସ୍ଥାନାନ୍ତର କରିଦେବେ। କେବଳ ସର୍ତ୍ତ ଏତିକି ଯେ ଶୀଘ୍ର ଟଙ୍କା ଉଠାଇଲେ ପ୍ରଥମ ବର୍ଷରେ ୩% ପର୍ଯ୍ୟନ୍ତ ଭାରି ’ଏଗ୍‌ଜିଟ ଲୋଡ’ ଦେବାକୁ ପଡ଼ିବ।

୩. ଫଣ୍ଡ ହାଉସ ପାଇଁ କଡ଼ା ନିୟମ:
ଭାଲ୍ୟୁ ଓ କଣ୍ଟ୍ରା ଫଣ୍ଡ:ଏବେ କମ୍ପାନୀଗୁଡ଼ିକ ଏହି ଦୁଇଟି ଯାକ ଫଣ୍ଡ ଏକାଠି ଆଣିପାରିବେ, କିନ୍ତୁ ଉଭୟଙ୍କ ଶେୟାର ତାଲିକାରେ ୫୦%ରୁ ଅଧିକ ସମାନତା ରହିବ ନାହିଁ।
ଥିମାଟିକ ଓ ସେକ୍ଟୋରାଲ ଫଣ୍ଡ: ନୂଆ ଥିମ ଥିବା ଫଣ୍ଡର ୫୦% ପୋର୍ଟଫୋଲିଓ କୌଣସି ପୁରୁଣା ସ୍କିମ ସହ ମିଶିବା ଉଚିତ ନୁହେଁ। ଏହାଦ୍ୱାରା ନିବେଶକଙ୍କୁ ପ୍ରକୃତରେ ‘ଅଲଗା’ ବିକଳ୍ପ ମିଳିବ।

ନିବେଶକଙ୍କୁ କିଭଳି ଲାଭ ମିଳିବ?

୧. ବିବିଧତା (Diversification):ଗୋଟିଏ ଫଣ୍ଡ ଜରିଆରେ ସେୟାର, ବଣ୍ଡ ଏବଂ ସୁନା-ରୁପାର ଫାଇଦା ମିଳିବ।
୨. ସୱୟଂଚାଳିତ ସୁରକ୍ଷା: ଲାଇଫ ସାଇକଲ ଫଣ୍ଡରେ ବିପଦ ପରିଚାଳନା ଆପେ ଆପେ ହେବ, ଯାହା ସାଧାରଣ ନିବେଶକଙ୍କ ପାଇଁ ବରଦାନ ସଦୃଶ।
୩. ଉନ୍ନତ ରିଟର୍ଣ୍ଣ: ସ୍କିମ୍‌ଗୁଡ଼ିକ ମଧ୍ୟରେ ସମାନତା କମିଲେ ନିବେଶକଙ୍କ ପାଖରେ ସଠିକ ବିକଳ୍ପ ବାଛିବା ପାଇଁ ସୁଯୋଗ ବଢ଼ିବ।

Ind Vs Zim LIVE Score: ୭୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ, ସେମିଫାଇନାଲ ଖେଳିବା ହେଲା ନିଶ୍ଚିତ!

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri