ଯୋଗ୍ୟଙ୍କୁ ଖୋଜାଚାଲିଛି

ଏବେ କ୍ଷମତା ପରିସରରେ ପୁନର୍ବାର ଯେଉଁ ଗୁଞ୍ଜରଣ ଉଠିଛି ତାହା ଟିକସ ଓ ବଜେଟକୁ ନେଇ ନୁହେଁ। କିଏ ବୃହତ୍‌ ନିୟାମକ ସେବିକୁ ନିୟନ୍ତ୍ରଣ କରିବେ ତା’ଉପରେ ଏବେ ସମସ୍ତଙ୍କ ନଜର । ସରକାର ବର୍ତ୍ତମାନ ପୁଞ୍ଜିବଜାରର ସଂସ୍ଥା ସେବି ପାଇଁ ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ଖୋଜୁଛନ୍ତି। ଦୁଇଜଣଙ୍କ ନାମ ସାମ୍ନାକୁ ଆସୁଥିବା ସୂତ୍ରରୁ ଜଣାପଡ଼ିଛି। ଜଣେ ହେଉଛନ୍ତି ସେବିରେ କାର୍ଯ୍ୟରତ ଭି.ଏସ୍‌. ସୁନ୍ଦରେସାନ ଏବଂ ଅନ୍ୟ ଜଣେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ। କୌତୂହଳର ବିଷୟ ହେଉଛି, ଅଧିକ ସଂଖ୍ୟକ ଆଇଆର୍‌ଏସ୍‌ ଅଧିକାରୀ ମଧ୍ୟ ଏହି ଦୌଡ଼ରେ ସାମିଲ ରହିଛନ୍ତି। ସୁନ୍ଦରେସାନ ଜଣେ ଅଭିଜ୍ଞ ବ୍ୟକ୍ତି ଏବଂ ସେ ସେବିର ସ୍ଥିରତା ତଥା ପୂର୍ବାନୁମାନ ଭଳି ପାରମ୍ପରିକ ନୀତି ସମ୍ପର୍କରେ ଭଲ ଭାବେ ଅବଗତ। ସେ ନିୟମପୁସ୍ତିକା ଏବଂ ସେବିକୁ ନିୟନ୍ତ୍ରଣ କରିବାର କୌଶଳ ଭଲ ଭାବେ ଜାଣନ୍ତି। ଅନ୍ୟପକ୍ଷରେ ପ୍ରଧାନ ଟ୍ୟାକ୍ସ ସର୍ଭିସ୍‌ରେ ପ୍ରବର୍ତ୍ତନ ସକ୍ରିୟତା ଆଣିପାରିଛନ୍ତି। ବହୁ ସମୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ସହ କଠୋର ବି ହୋଇଛନ୍ତି। ପ୍ରଶ୍ନ ହେଉଛି ସେବି କ’ଣ ଅନ୍ୟ ଜଣେ ବାବୁଙ୍କ କ୍ଷେତ୍ର ହେବାକୁ ଯାଉଛି କି। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମାର୍କେଟ ଓ ଶିକ୍ଷା କ୍ଷେତ୍ରରୁ ବୃତ୍ତିଧାରୀଙ୍କୁ ସେବିକୁ ଅଣାଯାଉଥିଲା। ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଥିବା ବାବୁମାନେ ନିଯୁକ୍ତ ହେଉଥିବା ଦେଖାଯାଉଛି। ଫଳରେ ସୂକ୍ଷ୍ମ ଭାବେ ନିୟାମକର ସ୍ବଭାବ ଉଦ୍ୟୋଗିତାରୁ ପ୍ରଶାସନିକ ଆଡ଼କୁ ପରିବର୍ତ୍ତନ ହୋଇଛି। ଏଆଇ ଚାଳିତ ବାଣିଜ୍ୟ, ଜଟିଳ ବିତ୍ତୀୟ ଚୁକ୍ତି ଏବଂ ବୈଶ୍ୱିକ ପୁଞ୍ଜିପ୍ରବାହ ସହ ସେବି ତାଳଦେଇ ଚାଲିବାକୁ ଯଦି ସରକାର ଚାହଁୁଛନ୍ତି, ତେବେ ବ୍ୟବସ୍ଥାରେ ପଦାନୁକ୍ରମରେ ରହି ଆସିଥିବା ଶକ୍ତିଶାଳୀ ଅଧିକାରୀଙ୍କଠାରୁ ଅଧିକ ଦକ୍ଷ ବା ଯୋଗ୍ୟ ବ୍ୟକ୍ତି ଆବଶ୍ୟକ। ବରିଷ୍ଠତା କିମ୍ବା ସେବା ପୃଷ୍ଠଭୂମିକୁ ଦେଖି ନିଯୁକ୍ତ କରାଯିବା ଉଚିତ ନୁହେଁ, ବରଂ ଦକ୍ଷତା, ଏ କ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ତଥା ଦଲାଲମାନଙ୍କ ପଞ୍ଝାରୁ ସ୍ବାଧୀନ ରହିବାର ସାହସ ଥିବା ବ୍ୟକ୍ତିଙ୍କୁ ବଛାଯିବା ଦରକାର।
ନ୍ୟାୟିକ ରିଲେ ରେସ୍‌
ଭାରତୀୟ ବନସେବା( ଆଇଏଫ୍‌ଏସ୍‌) ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କ ମାମଲାର ବିଚାରକରିବା ପାଇଁ ୧୬ ଜଣ ବିଚାରପତି ମନା କରିଦେଇଛନ୍ତି। ମାମଲାଟି ଏବେ ଏକ ପ୍ରକାର ଲମ୍ବା ନ୍ୟାୟିକ ରେସ୍‌ ହୋଇଯାଇଛି। ବିଚାରର ଦାୟିତ୍ୱକୁ କେହି ଜଣେ ମଧ୍ୟଗ୍ରହଣ କରୁନାହାନ୍ତି କି ରିଲେ ରେସ୍‌ ଶେଷ ହେଉନାହିଁ। ଏବେ ନିକଟରେ ବିଚାର ପ୍ରକ୍ରିୟାରୁ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଆଲୋକ ବର୍ମା ଚତୁର୍ବେଦୀଙ୍କ ବିବାଦୀୟ ପିଟିଶନର ଶୁଣାଣି କରିବାକୁ ମନା କରିଦେଇଥିଲେ ଏବଂ ଏହାର କୌଣସି କାରଣ ଦର୍ଶାଇନାହାନ୍ତି । ତେବେ ଚତୁର୍ବେଦୀ କେବଳ ବାବୁ ନୁହନ୍ତି, ସେ ଭାରତର ଜଣେ ଜଣାଶୁଣା ହ୍ବିସିଲବ୍ଲୋୟର। ସେ ହରିୟାଣାର ବନ ବିଭାଗର ଯୋଜନାଗୁଡ଼ିକ ଠାରୁ ଆରମ୍ଭକରି ଏଆଇଆଇଏମ୍‌ଏସ୍‌ରେ ହୋଇଥିବା ଅନିୟମିତତାକୁ ସାମ୍ନାକୁ ଆଣିଛନ୍ତି। ଏଥିପାଇଁ ତାଙ୍କୁ ବାରମ୍ବାର ବଦଳି କରାଯାଇଛି। ସେ ମଧ୍ୟ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ଏବଂ ଏବେ ସ୍ପଷ୍ଟ ଭାବେ ନ୍ୟାୟିକ ଅନିଶ୍ଚିୟତାକୁ ସାମ୍ନା କରୁଛନ୍ତି। ଏହା ସ୍ପଷ୍ଟ ଯେ, ବିଚାରପତିମାନେ ଯଦି କୌଣସି ବିବାଦ କିମ୍ବା ପକ୍ଷପାତର ଆଶଙ୍କା ଦେଖନ୍ତି, ତେବେ ସେମାନେ ଶୁଣାଣି କରିବାକୁ ମନା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ଏ କ୍ଷେତ୍ରରେ ଯଦି ସଂକ୍ଷେପରେ କାରଣ ଦର୍ଶାଯାଇଥାଆନ୍ତା, ତେବେ ଲୋକଙ୍କ ବିଶ୍ୱାସ ବଢ଼ିଥାଆନ୍ତା। ଆମେ ସମସ୍ତେ କଥାରେ ହ୍ବିସିଲବ୍ଲୋୟରଙ୍କ କାର୍ଯ୍ୟ ବା ପଦକ୍ଷେପକୁ ପ୍ରଶଂସା କରୁଛୁ , କିନ୍ତୁ ଯେତେବେଳେ ସମସ୍ୟାରେ ପଡ଼ୁଛନ୍ତି ସେମାନଙ୍କୁ ସମର୍ଥନ କରୁନାହଁୁ। ଚତୁର୍ବେଦୀଙ୍କ ଲମ୍ବା ଲଢ଼େଇ ତାଙ୍କ ବ୍ୟକ୍ତିଗତ ସଂଗ୍ରାମଠାରୁ ଅଧିକ କିଛି ସୂଚିତ କରେ। ତେବେ ବ୍ୟବସ୍ଥାରେ ସଚ୍ଚୋଟତା ପାଇଁ ଜାଗା ରହିଛି କି ନାହିଁ ତାହା ପାଇର୍ଁ ଏହା ଏକ ପରୀକ୍ଷା।
ଇସ୍ତଫାର ପ୍ରଶ୍ନ ନାହିଁ
ଅନ୍ୟ ଦେଶଗୁଡ଼ିକରେ ରହିଥିବା କୌଣସି ରାଷ୍ଟ୍ରର ବ୍ୟକ୍ତିଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଇଥାଏ, ଯାହା ଦେଖିବାକୁ ମିଳିଛି ପର୍ତ୍ତୁଗାଲରେ। ଜଣେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହା କେବଳ ଏକ ରାଜନୈତିକ ସଙ୍କେତ ନୁହେଁ, ବରଂ ଏହା ଉତ୍ତରଦାୟିତ୍ୱକୁ ପ୍ରତୀତ କରେ। ଏହା ଆମ ଦେଶରେ ଏଠାରେ ଘଟିବା କଷ୍ଟକର। ଭାରତରେ, ନିକଟରେ ସରକାରୀ ଯାଞ୍ଚ ବ୍ୟବସ୍ଥା ଦେଇ ବଜାରରେ ବିକ୍ରି ହେଉଥିବା ବିଷାକ୍ତ କଫ୍‌ ସିରଫ ସେବନକରି ପାଖାପାଖି ୨ ଡଜନ ପିଲାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କୌଣସି ଜଣେ ବାବୁ କିମ୍ବା ମନ୍ତ୍ରୀଙ୍କ ଗାଦି ଯିବା ଦେଖାଯାଇନାହିଁ। ଯେତେବେଳେ ସବୁ ଠିକ୍‌ଠାକ୍‌ ଚାଲିଥାଏ ସେତେବେଳେ ବାବୁମାନେ ଢେର ପ୍ରଶଂସିତ ହେଉଛନ୍ତି । ଯେତେବେଳେ କିଛି ବିଭ୍ରାଟ ଘଟେ ସେତେବେଳେ ସେମାନେ ତଦନ୍ତ ଜାରି ରଖନ୍ତି। କଫ୍‌ ସିରଫ କେବଳ ପିଲାଙ୍କୁ ମାରିନାହିଁ, ବରଂ ତାହା କାଗଜପତ୍ରରେ ଚାଲିଥିବା ତଥା ଉତ୍ତରଦାୟିତ୍ୱ ନ ଥିବା ଏକ ନିୟାମକ ବ୍ୟବସ୍ଥାର ଛବିକୁ ସାମ୍ନାକୁ ଆଣିଛି। ଏଯାବତ କେହି ଇସ୍ତଫା ଦେଇନାହାନ୍ତି, କେହି ଜଣେ ବି ଉତ୍ତରଦାୟିତ୍ୱକୁ ସ୍ବୀକାର କରିନାହାନ୍ତି। ଏଠାରେ ମନ୍ତ୍ରୀ ତାଙ୍କ ସ୍ଥାନରେ ରହନ୍ତି, ନିୟାମକ ବି ତା’ ସ୍ଥାନରେ ରହେ ଏବଂ ଫାଇଲଗୁଡ଼ିକ ଯେଉଁଠି ପୂର୍ବରୁ ଥିଲା ସେଇଠ ପଡ଼ିରହେ। ସମ୍ଭବତଃ କିଛି ସାମ୍ପଲ ଓଷଧ ଉପରେ ଧୂଳି ଜମି ଯାଏ। ପର୍ତ୍ତୁଗାଲରେ ଜଣଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ଇସ୍ତଫା ଦେଇଦେଲେ । ହେଲେ ଏଠାରେ ଏଯାବତ ଆମେ କେବଳ ମୃତଦେହ ଗଣୁଛେ, କେହି ବି ଜଣେ ପ୍ରତିରୋଧ କରୁନାହାନ୍ତି।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?