ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…

ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଏପରି ଗ୍ରହ ରହିଛି, ଯେଉଁଠି ପୃଥିବୀ ଅପେକ୍ଷା ଅଧି ଉନ୍ନତ ଜୀବନ ସତ୍ତା ରହିଛି। ଏହି ଗ୍ରହମାନଙ୍କୁ ସୁପର ହାବିଟେବୁଲ ପ୍ଲାନେଟ କୁହାଯାଇପାରେ।

ୱାଶିଂଟନ ୟୁନିଭରସିଟି ଏବଂ ବର୍ଲିନ ବୈଷୟିକ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ଡର୍କ ଶୁଲଜ-ମାକୁଚ କହିଛନ୍ତି ଯେ ପୃଥିବୀ ପରି ସମ୍ଭାବ୍ୟ ଗ୍ରହଗୁଡିକ ପାଇଁ ଆମେ ନିରନ୍ତର ସନ୍ଧାନ କରୁଛୁ। ଏନେଇ ଯୋଜନାବଦ୍ଧ ଭାବେ ସନ୍ଧାନ ଆରମ୍ଭ କରାଯିବ।

ଶୁଲଜ-ମାକୁଚ ଏବଂ ତାଙ୍କ ଦଳ ୨୪ ସୁପର-ବାସଯୋଗ୍ୟ ଗ୍ରହ ଚିହ୍ନଟ କରିଛନ୍ତି। ସେଥିମଧ୍ୟରେ କେଓଆଇ-୫୭୧୫.୦୧ ନାମକ ଗ୍ରହ ପ୍ରାୟ ୫୫୦ କୋଟି ବର୍ଷ ପୁରୁଣା। ଏହା ୨,୯୬୫ ଆଲୋକ-ବର୍ଷ ଦୂରରେ ଥିବା ଏକ କମଳା ରଙ୍ଗର ତାରାକୁ ପରିକ୍ରମା କରେ। ଏହାର ହାରାହାରି ଭୂପୃଷ୍ଠର ତାପମାତ୍ରା ପୃଥିବୀର ତୁଳନାରେ ପ୍ରାୟ ୨.୪ ଡିଗ୍ରୀ ସେଲସିୟସ ଥଣ୍ଡା ହୋଇପାରେ। କିନ୍ତୁ ଯଦି ଉତ୍ତାପକୁ ବଜାୟ ରଖିବା ପାଇଁ ପୃଥିବୀ ଅପେକ୍ଷା ଅଧିକ ଗ୍ରୀନ ହାଉସ ଗ୍ୟାସ ଏଠାରେ ଥାଏ, ତେବେ ଏହା ବାସଯୋଗ୍ୟ ହୋଇପାରିବ।

ସେହିପରି କେଓଆଇ-୫୫୫୪.୦୧ ଗ୍ରହ ପ୍ରାୟ ୬୫୦ ବର୍ଷ ପୁରୁଣା। ଏହାର ବ୍ୟାସ ପୃଥିବୀର ୦.୭୨ ଠାରୁ ୧.୨୯ ଗୁଣା ଅଟେ । ଏହା ପୃଥିବୀଠାରୁ ପ୍ରାୟ ୭୦୦ ଆଲୋକ-ବର୍ଷ ଦୂରରେ ଏକ ହଳଦିଆ ରଙ୍ଗର ତାରାକୁ ପରିକ୍ରମା କରୁଛି। ୨୪ ଟି ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ପୃଥିବୀଠାରୁ ୧୦୦ ଆଲୋକ ବର୍ଷରୁ ଅଧିକ ଦୂରରେ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଭବିଷ୍ୟତର ନୂତନ ଟେକ୍ନୋଲୋଜି ମହାକାଶଯାନ ଏବଂ ଟେଲିସ୍କୋପ ସାହାଯ୍ୟରେ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ

ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି...

ସ୍ମାର୍ଟ ଡଷ୍ଟବିନ୍‌ ତିିଆରି କଲେ ୧୨ ବର୍ଷର ବାଳକ, ଆବର୍ଜନା ପୂରଣ ହେଲେ ଖାଲି କରିବାକୁ ପଠାଇବ ସନ୍ଦେଶ

ହାଇଦ୍ରାବାଦର ମହମ୍ମଦ ହସନ ନାମକ ଜଣେ ୧୨ ବର୍ଷୀୟ ବାଳକ ଏକ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହି ଡଷ୍ଟବିନ୍‌ର ଖାସ୍‌ କଥା ହେଲା ଆବର୍ଜନା...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

ଭାଲେଣ୍ଟାଇନ୍ସ୍‌ ଡେ’ରେ ‘ ବୟଫ୍ରେଣ୍ଡ୍‌ ଅନ୍‌ ରେଣ୍ଟ୍‌’ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବାଳକ ଏକ ପୋଷ୍ଟର ମାଧ୍ୟମରେ...

‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’

ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା...

ଗୁଜରାଟ ଦଙ୍ଗା ପାଇଁ ମୋଦି ଦାୟୀ: ବିବିସି

ଲଣ୍ଡନ/ନୂଆଦିଲ୍ଲୀ,୨୦ା୧:୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ସଂଘଟିତ ଗୁଜରାଟର ସାମ୍ପ୍ରଦାୟିକ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଥିବା ବିଷୟ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ରେ...

ଦ୍ରୁତ ଗତିରେ ଆସି ଘରେ ପଶିଗଲା କାର୍‌, ଆଉ ତା’ ପରେ…

ଲଣ୍ଡନ,୨୫ା୧୧: ବ୍ରିଟେନର ଜଣେ ଯୁବକ ଦ୍ରୁତଗତିରେ ଏକ କାର୍‌ ଚଳାଇ ଏକ ଘର ଭିିତରେ ପଶିଗଲେ। ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ଘରର ମୁଖ୍ୟ ଦ୍ୱାର...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ...

Advertisement
Archives

Model This Week