ଦିନରେ ତଦନ୍ତ, ରାତିରେ କାମ

ସମ୍ବଲପୁର,୧୧ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଗତ ୩ ଦିନ ଧରି ଜିଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ଜିଲା ପ୍ରଶାସନ ପାଖରେ ଦାଖଲ କରିବେ । ତଦନ୍ତ ସମୟରେ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ମୁହଁାମୁହିଁ ହୋଇଥିଲେ । ତଦନ୍ତକାରୀ ଟିମକୁ ଗ୍ରାମର ମହିଳାମାନେ ଦୁର୍ନୀତି ହୋଇଥିବା ନେଇ ବୟାନ ଦେଇଥିଲେ। ବିଭିନ୍ନ କାର୍ଯ୍ୟରେ ବ୍ଲକ, ପଞ୍ଚାୟତର ଅଧିକାରୀ, ଜନପ୍ରତିନିଧି ମିଳିମିଶି ପ୍ରାୟ ୮ ଲକ୍ଷ ଟଙ୍କା ହଡ଼ପ କରିଥିବା କହିଥିଲେ। କିଭଳି ଭାବେ କାମ ନ କରି ବିଭିନ୍ନ ପ୍ରକଳ୍ପରେ ବିଲ ଉଠାଯାଇଛି, ଏଥିରେ ସମସ୍ତଙ୍କ ସଂପୃକ୍ତି ଥିବା ନିଶ୍ଚିତ ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଅକ୍ଟୋବର ୩ ତାରିଖରୁ ହୋଇଥିବା ବେଳେ ୮ତାରିଖଠାରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଅପରପକ୍ଷରେ ଠିକାଦାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ କାମ କରିବା ପାଇଁ ବ୍ଲକ ପ୍ରଶାସନ ସହଯୋଗ କରିଥିଲା । ତେଣୁ ସେମାନେ ଜେସିବି, ଟ୍ରାକ୍ଟର ଲଗାଇ ରାତିଅଧିଆ ରାସ୍ତାର କେତେକ ସ୍ଥାନରେ ମାଟି ପକାଇ ଦେଇଛନ୍ତି। ତେବେ ଯେତେ ଚପାଇବାକୁ ଉଦ୍ୟମ କଲେ ମଧ୍ୟ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ । ସଠିକ ରିପୋର୍ଟ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଅଭିଯୋଗକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ପଞ୍ଚାୟତ ସୁରକ୍ଷା ସମିତି ସଦସ୍ୟମାନେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ବଡ ପ୍ରଧାନପାଲି ଗ୍ରାମ ଠାରୁ ଆରଡି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା କାମ ନଁାରେ ୨୯,୭୮୧ ଟଙ୍କା ଓ ମୋରମ ବିଛାଇବା ନାମରେ ୬୯,୯୯୮ ଟଙ୍କା ମୋଟ ୯୯,୭୭୯ ଟଙ୍କା ଚଲୁ କରାଯାଇଛି । ସେହିପରି ପ୍ରଧାନପାଲି ଗ୍ରାମର ତଲିପଡାକୁ ରାସ୍ତା ଉନ୍ନତୀକରଣ ନାମରେ ପ୍ରକଳ୍ପ କରାଯାଇଛି । ବାସ୍ତବରେ କାମ କରଯାଇ ନାହିଁ ି ଓ ୯୧,୯୦୮ ଟଙ୍କା ବିଲ କରି ଉଠାଇ ନିଆଯାଇଛି । ଝରଘାଟି ପଡା ଗ୍ରାମର ନାଗରାଡିପା ରାସ୍ତା ନିର୍ମାଣ ନ କରି ମିଥ୍ୟା ବିଲ କରି ୧ ଲକ୍ଷ ୧୭ ହଜାର ୬୬୦ ଟଙ୍କା ଉଠାଇ ନିଆଯାଇଛି। ସେହିପରି ସାଲେଟିକ୍ରା ଗ୍ରାମରେ ଟ୍ରେଞ୍ଜ ଖୋଲା କାମରେ ମଧ୍ୟ ଅନିୟମିତତା କରାଯାଇଛି । ବନ ବିଭାଗ ପକ୍ଷରୁ ଏଠାରେ ଟ୍ରେଞ୍ଜ ଖୋଲା ଯାଇଥିଲା । ହେଲେ ଉକ୍ତ ଟ୍ରେଞ୍ଜକୁ ଦେଖାଇ ପୁଣି ଥରେ ବ୍ଳକ ପ୍ରଶାସନ ପକ୍ଷରୁ ବିଲ କରି ୨ ଲକ୍ଷ ୭ ହଜାର ୭୯୨ ଟଙ୍କା ଉଠାଇ ନିଆଯାଇଛି। ବଲବସପୁର ଗ୍ରାମ ବିଜଲାପଡା ରାସ୍ତା ଉନ୍ନତୀକରଣ ନଁାରେ ୧ ଲକ୍ଷ ୬ ହଜାର ଓ ମୋରମ ବିଛାଇବା ବାବଦକୁ ୬୦ ହଜାର ୫୮୦ ଟଙ୍କା ବାଟମାରଣା କରାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?