ଦିନରେ ତଦନ୍ତ, ରାତିରେ କାମ

ସମ୍ବଲପୁର,୧୧ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଗତ ୩ ଦିନ ଧରି ଜିଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ଜିଲା ପ୍ରଶାସନ ପାଖରେ ଦାଖଲ କରିବେ । ତଦନ୍ତ ସମୟରେ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ମୁହଁାମୁହିଁ ହୋଇଥିଲେ । ତଦନ୍ତକାରୀ ଟିମକୁ ଗ୍ରାମର ମହିଳାମାନେ ଦୁର୍ନୀତି ହୋଇଥିବା ନେଇ ବୟାନ ଦେଇଥିଲେ। ବିଭିନ୍ନ କାର୍ଯ୍ୟରେ ବ୍ଲକ, ପଞ୍ଚାୟତର ଅଧିକାରୀ, ଜନପ୍ରତିନିଧି ମିଳିମିଶି ପ୍ରାୟ ୮ ଲକ୍ଷ ଟଙ୍କା ହଡ଼ପ କରିଥିବା କହିଥିଲେ। କିଭଳି ଭାବେ କାମ ନ କରି ବିଭିନ୍ନ ପ୍ରକଳ୍ପରେ ବିଲ ଉଠାଯାଇଛି, ଏଥିରେ ସମସ୍ତଙ୍କ ସଂପୃକ୍ତି ଥିବା ନିଶ୍ଚିତ ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଅକ୍ଟୋବର ୩ ତାରିଖରୁ ହୋଇଥିବା ବେଳେ ୮ତାରିଖଠାରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଅପରପକ୍ଷରେ ଠିକାଦାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ କାମ କରିବା ପାଇଁ ବ୍ଲକ ପ୍ରଶାସନ ସହଯୋଗ କରିଥିଲା । ତେଣୁ ସେମାନେ ଜେସିବି, ଟ୍ରାକ୍ଟର ଲଗାଇ ରାତିଅଧିଆ ରାସ୍ତାର କେତେକ ସ୍ଥାନରେ ମାଟି ପକାଇ ଦେଇଛନ୍ତି। ତେବେ ଯେତେ ଚପାଇବାକୁ ଉଦ୍ୟମ କଲେ ମଧ୍ୟ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ । ସଠିକ ରିପୋର୍ଟ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଅଭିଯୋଗକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ପଞ୍ଚାୟତ ସୁରକ୍ଷା ସମିତି ସଦସ୍ୟମାନେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ବଡ ପ୍ରଧାନପାଲି ଗ୍ରାମ ଠାରୁ ଆରଡି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା କାମ ନଁାରେ ୨୯,୭୮୧ ଟଙ୍କା ଓ ମୋରମ ବିଛାଇବା ନାମରେ ୬୯,୯୯୮ ଟଙ୍କା ମୋଟ ୯୯,୭୭୯ ଟଙ୍କା ଚଲୁ କରାଯାଇଛି । ସେହିପରି ପ୍ରଧାନପାଲି ଗ୍ରାମର ତଲିପଡାକୁ ରାସ୍ତା ଉନ୍ନତୀକରଣ ନାମରେ ପ୍ରକଳ୍ପ କରାଯାଇଛି । ବାସ୍ତବରେ କାମ କରଯାଇ ନାହିଁ ି ଓ ୯୧,୯୦୮ ଟଙ୍କା ବିଲ କରି ଉଠାଇ ନିଆଯାଇଛି । ଝରଘାଟି ପଡା ଗ୍ରାମର ନାଗରାଡିପା ରାସ୍ତା ନିର୍ମାଣ ନ କରି ମିଥ୍ୟା ବିଲ କରି ୧ ଲକ୍ଷ ୧୭ ହଜାର ୬୬୦ ଟଙ୍କା ଉଠାଇ ନିଆଯାଇଛି। ସେହିପରି ସାଲେଟିକ୍ରା ଗ୍ରାମରେ ଟ୍ରେଞ୍ଜ ଖୋଲା କାମରେ ମଧ୍ୟ ଅନିୟମିତତା କରାଯାଇଛି । ବନ ବିଭାଗ ପକ୍ଷରୁ ଏଠାରେ ଟ୍ରେଞ୍ଜ ଖୋଲା ଯାଇଥିଲା । ହେଲେ ଉକ୍ତ ଟ୍ରେଞ୍ଜକୁ ଦେଖାଇ ପୁଣି ଥରେ ବ୍ଳକ ପ୍ରଶାସନ ପକ୍ଷରୁ ବିଲ କରି ୨ ଲକ୍ଷ ୭ ହଜାର ୭୯୨ ଟଙ୍କା ଉଠାଇ ନିଆଯାଇଛି। ବଲବସପୁର ଗ୍ରାମ ବିଜଲାପଡା ରାସ୍ତା ଉନ୍ନତୀକରଣ ନଁାରେ ୧ ଲକ୍ଷ ୬ ହଜାର ଓ ମୋରମ ବିଛାଇବା ବାବଦକୁ ୬୦ ହଜାର ୫୮୦ ଟଙ୍କା ବାଟମାରଣା କରାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri