କୋଭିଡ୍‌ ନିୟମକୁ ବେଖାତିର: ଦୋକାନ ସିଲ୍‌ କଲା ପ୍ରଶାସନ

ରାଇକିଆ,୧୨।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ତେବେ କୋଭିଡ ନିୟମକୁ ବେଖାତିର କରି ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ବୁଧବାର ପ୍ରଶାସନ ପକ୍ଷରୁ ବେରେଡାକିଆଠାରେ ଏକ ଗ୍ରୋସରୀ ଦୋକାନକୁ ସିଲ୍‌ କରି ଦିଆଯାଇଛି। ବିଡିଓ ପ୍ରବୀଣ କୁମାର୍‌ ବାଣୁଆ, ଥାନାଧିକାରୀ ତରୁଣ ତପନ ବେହେରା, ଅତିରିକ୍ତ ତହସିଲଦାର ଅକ୍ଷୟ ପାଣି ପ୍ରମୁଖ ଏହି ଚଢ଼ାଉ କରିଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତ ପ୍ରକାର କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି।...

ଆଇଟିଆଇ ପ୍ରସ୍ତୁତ କଲା ୟୁଭିସି ସାନିଟାଇଜ୍‌ ମେଶିନ: ଇଲୋକ୍ଟ୍ରୋନିକ୍ସ ଉପକରଣକୁ କରିହେବ ସାନିଟାଇଜ୍‌

ବ୍ରହ୍ମପୁର ଅଫିସ,୭ା୫-କୋଭିଡ୍‌-୧୯ ଭୂତାଣୁ ସାରା ଦେଶ ତଥା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହି ସମୟରେ ଇଲୋକ୍ଟ୍ରାନିକ୍ସ ଉପକରଣ ଦ୍ୱାରା ଏହି...

ଆସନ୍ତାକାଲି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୯।୧୨-ଭଦ୍ରକ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଜିଲାବାସୀଙ୍କର ଏହି ଦାବିକୁ...

ସୁନାବେଶ ଦେଖିବେନି ଶ୍ରଦ୍ଧାଳୁ

ବଅଁରପାଳ,୪ା୧୦(ଡି.ଏନ.ଏ.)  ପୂଜା ଆସିବାର ଯଥେଷ୍ଟ ପୂର୍ବରୁ ତଳମୂଳରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କାରଣ ୧୬ ଦିନରେ ମା’ ଏଠାରେ ୧୬ଟି ବେଶରେ ପୂଜା ପାଇଥାନ୍ତି। ଏହି ସ୍ବତନ୍ତ୍ର...

ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଆଇନ ସଚେତନତା କର୍ମଶାଳା ‘ନାରୀ ବିନା ସୁନ୍ଦର ସମାଜ ଅସମ୍ଭବ’

ଅନୁଗୋଳ ଅଫିସ, ୮।୧୨ – ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ପୁରୁଷ ଓ ନାରୀଙ୍କ ସମାନ ଭୂମିକା ରହିଛି। ନାରୀ ବିନା...

ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ୪ଘଣ୍ଟା ଯାଏ ଆସିଲାନି ଆମ୍ବୁଲାନ୍ସ, ଦୁର୍ଘଟଣାରେ ଯୁବକ ଗୁରୁତର

ଆନନ୍ଦପୁର,୧୩।୭(ସ୍ବ.ପ୍ର.)-ରାଜ୍ୟରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗିଡିବାରେ ଲାଗିଛି। କେଉଁଠି ଆମ୍ବୁଲାନ୍ସ ପହଞ୍ଚିି ନ ପାରି ଅଧା ରାସ୍ତାରେ ପ୍ରସୂତି ପ୍ରସବ କରୁଛନ୍ତି ତ କେଉଁଠି ଖଟିଆରେ...

ନିଲାମ ହେବ ସର୍ବସାଧାରଣ ସମ୍ପତ୍ତି

କୋକସରା,୨୨ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ନିୟନ୍ତ୍ରଣ ଓ ପରିଚାଳନା ଅଧୀନରେ ଥିବା ସର୍ବସାଧାରଣ ସମ୍ପତ୍ତି ଯଥା ହାଟ, ବଜାର,ପୋଖରୀ, କଟା,ଫଳ ବଗିଚା...

ବେଆଇନ ଗଞ୍ଜେଇ ଚାଲାଣ: କାର୍‌ ଜବତ, ୨ଅଟକ

ପଟାଙ୍ଗି,୨୫।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ପୋଲିସ ବୁଧବାର ଏକ ଗଞ୍ଜେଇ ବୋଝେଇ କାର୍‌ (ଓଡି୧୦ଏଲ୍‌୫୭୨୧)କୁ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି...

Advertisement
Archives

Model This Week