ସାମୁଦ୍ରିକ ବୋଟ୍‌ ଅଚଳ: ବସି ଦରମା ନେଉଛନ୍ତି କର୍ମଚାରୀ

ପାରାଦୀପ,୨୩ା୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ପରିସରରେ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ ପାଇଁ କିଣା ଯାଇଥିବା ବୋଟ ୩ ବର୍ଷ ହେଲା ଅଚଳ ହୋଇ ବର୍ଥରେ ବନ୍ଧା ହୋଇପଡିଛି। ଦେଢ କୋଟି ଟଙ୍କା ବିନିମୟରେ ଏହା ୨୦୦୭ରେ କିଣା ଯାଇଥିଲା। ପ୍ରାୟ୧୨ ବର୍ଷ ସମୁଦ୍ରରେ ପାଟ୍ରୋଲିଂ କରିବା ପରେ ଖରାପ ହୋଇଥିଲା। ଏକାଧିକ ବାର ମରାମତି କରିବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ଶେଷରେ ୨୦୧୯ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ପ୍ରତାପ ରାଉତ ଅନୁଧ୍ୟାନ କରିବା ପରେ ତାହା ଚଳନକ୍ଷମ ନୂହେଁ ବୋଲି ଘୋଷଣା କରିଥିଲେ। ସେବେଠାରୁ ବୋଟଟି ବର୍ଥରେ ଅଚଳ ରହିଛି। ଉକ୍ତ ବୋଟ୍‌ ପରିଚାଳନା ପାଇଁ ୬ ଜଣ ରେଗୁଲାର କର୍ମଚାରୀ ଥିଲେ। ଏହା ମଧ୍ୟରେ ୩ ଜଣ ଅବସର ନେଇ ସାରିଲେଣି। ଅବଶିଷ୍ଟ ୩ ଜଣ ଏବେବି ଅଛନ୍ତି। ସେମାନେ ବସି ବସି ଦରମା ପାଉଛନ୍ତି। ସମୁଦ୍ରରେ ମତ୍ସ୍ୟ ବିଭାଗ ପକ୍ଷରୁ ଯେତେବେଳେ ପାଟ୍ରୋଲିଂ ଆବଶ୍ୟକ ପଡୁଛି ସେତେବେଳେ ଭଡାରେ ବୋଟ ନେଇ କରାଯାଉଛି। ଆଲୁମିନିୟମ ଦ୍ୱାରା ନିର୍ମିତ ଏବଂ ୩୨୫ ହର୍ସ ପାୱାର ଡବଲ ଇଞ୍ଜିନ୍‌ ଥିବା ସି ହର୍ସ ବର୍ଷର ପ୍ରାୟ ୬ ମାସ ସମୁଦ୍ରରେ ପାଟ୍ରୋଲିଂ କରୁଥିଲା ବୋଲି ଏହାର ଚାଳକ ଏ. ଜେ. ରାଓ କୁହନ୍ତି। ପାରାଦୀପଠାରୁ ଗୋପାଳପୁର ଏବଂ ପାରାଦୀପଠାରୁ ଗହୀରମଥା ପର୍ଯ୍ୟନ୍ତ ପାଟ୍ରୋଲିଂ ହୁଏ। ଅଲିଭ୍‌ ରିଡେଲେ କଇଁଛ କଟକଣା ସମୟ ଓ ୨ମାସ ସାମୁଦ୍ରିକ ମାଛଧରା କଟକଣା ବେଳେ ଏହା ଅଧିକ କାମରେ ଲାଗିଥାଏ। ଏପରି କି ଅନ୍ୟ ମାଛଧରା ବୋଟ୍‌ ବିପଦରେ ଥିବା ବେଳେ ମଧ୍ୟ ଏହା କାମରେ ଲାଗୁଥିଲା। ଏବେ ସେ ସବୁ କାମ ଆଉ ହେଉନାହିଁ ବୋଲି ଚାଳକ ରାଓ କୁହନ୍ତି। ଏ ସମ୍ପର୍କରେ ଏହି ବୋଟ୍‌ ଦାୟିତ୍ୱରେ ଥିବା ଏଡିଏଫ୍‌ (ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ) ତୁଷାରକାନ୍ତ ମହାପାତ୍ରଙ୍କୁ ପଚାରିବାରେ ଉପରିସ୍ଥ ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି। ଆଉ ଏକ ପାଟ୍ରୋଲିଂ ବୋଟ କିଣାଯିବାର ପ୍ରସ୍ତାବ ରହିଛି। ଯାହା ଉପରସ୍ତରର ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri