ସାମୁଦ୍ରିକ ବୋଟ୍‌ ଅଚଳ: ବସି ଦରମା ନେଉଛନ୍ତି କର୍ମଚାରୀ

ପାରାଦୀପ,୨୩ା୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ପରିସରରେ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ ପାଇଁ କିଣା ଯାଇଥିବା ବୋଟ ୩ ବର୍ଷ ହେଲା ଅଚଳ ହୋଇ ବର୍ଥରେ ବନ୍ଧା ହୋଇପଡିଛି। ଦେଢ କୋଟି ଟଙ୍କା ବିନିମୟରେ ଏହା ୨୦୦୭ରେ କିଣା ଯାଇଥିଲା। ପ୍ରାୟ୧୨ ବର୍ଷ ସମୁଦ୍ରରେ ପାଟ୍ରୋଲିଂ କରିବା ପରେ ଖରାପ ହୋଇଥିଲା। ଏକାଧିକ ବାର ମରାମତି କରିବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ଶେଷରେ ୨୦୧୯ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ପ୍ରତାପ ରାଉତ ଅନୁଧ୍ୟାନ କରିବା ପରେ ତାହା ଚଳନକ୍ଷମ ନୂହେଁ ବୋଲି ଘୋଷଣା କରିଥିଲେ। ସେବେଠାରୁ ବୋଟଟି ବର୍ଥରେ ଅଚଳ ରହିଛି। ଉକ୍ତ ବୋଟ୍‌ ପରିଚାଳନା ପାଇଁ ୬ ଜଣ ରେଗୁଲାର କର୍ମଚାରୀ ଥିଲେ। ଏହା ମଧ୍ୟରେ ୩ ଜଣ ଅବସର ନେଇ ସାରିଲେଣି। ଅବଶିଷ୍ଟ ୩ ଜଣ ଏବେବି ଅଛନ୍ତି। ସେମାନେ ବସି ବସି ଦରମା ପାଉଛନ୍ତି। ସମୁଦ୍ରରେ ମତ୍ସ୍ୟ ବିଭାଗ ପକ୍ଷରୁ ଯେତେବେଳେ ପାଟ୍ରୋଲିଂ ଆବଶ୍ୟକ ପଡୁଛି ସେତେବେଳେ ଭଡାରେ ବୋଟ ନେଇ କରାଯାଉଛି। ଆଲୁମିନିୟମ ଦ୍ୱାରା ନିର୍ମିତ ଏବଂ ୩୨୫ ହର୍ସ ପାୱାର ଡବଲ ଇଞ୍ଜିନ୍‌ ଥିବା ସି ହର୍ସ ବର୍ଷର ପ୍ରାୟ ୬ ମାସ ସମୁଦ୍ରରେ ପାଟ୍ରୋଲିଂ କରୁଥିଲା ବୋଲି ଏହାର ଚାଳକ ଏ. ଜେ. ରାଓ କୁହନ୍ତି। ପାରାଦୀପଠାରୁ ଗୋପାଳପୁର ଏବଂ ପାରାଦୀପଠାରୁ ଗହୀରମଥା ପର୍ଯ୍ୟନ୍ତ ପାଟ୍ରୋଲିଂ ହୁଏ। ଅଲିଭ୍‌ ରିଡେଲେ କଇଁଛ କଟକଣା ସମୟ ଓ ୨ମାସ ସାମୁଦ୍ରିକ ମାଛଧରା କଟକଣା ବେଳେ ଏହା ଅଧିକ କାମରେ ଲାଗିଥାଏ। ଏପରି କି ଅନ୍ୟ ମାଛଧରା ବୋଟ୍‌ ବିପଦରେ ଥିବା ବେଳେ ମଧ୍ୟ ଏହା କାମରେ ଲାଗୁଥିଲା। ଏବେ ସେ ସବୁ କାମ ଆଉ ହେଉନାହିଁ ବୋଲି ଚାଳକ ରାଓ କୁହନ୍ତି। ଏ ସମ୍ପର୍କରେ ଏହି ବୋଟ୍‌ ଦାୟିତ୍ୱରେ ଥିବା ଏଡିଏଫ୍‌ (ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ) ତୁଷାରକାନ୍ତ ମହାପାତ୍ରଙ୍କୁ ପଚାରିବାରେ ଉପରିସ୍ଥ ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି। ଆଉ ଏକ ପାଟ୍ରୋଲିଂ ବୋଟ କିଣାଯିବାର ପ୍ରସ୍ତାବ ରହିଛି। ଯାହା ଉପରସ୍ତରର ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri