ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଏସ୍‌ଡିଓ

ଜୟପୁର,୧୫।୯(ନି.ପ୍ର.): ଜୟପୁର ଜିଲା ଇଲେକ୍ଟ୍ରିକାଲ ଏସ୍‌ଡିଓ କେ. ଶ୍ରୀନିବାସ ପାତ୍ର ଭିଜଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଯାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।
ସୂଚନାଯୋଗ୍ୟ, ତାଙ୍କ କାର୍ଯ୍ୟାଳୟରେ ଗତ ମାସ ଗୋଟେ ଲାଡରମ୍ୟାନ ପଦବୀ ଖାଲି ହୋଇଥିଲା। ଖାଲିଥିବା ପଦବୀ ପାଇଁ କାର୍ଯ୍ୟାଳୟ ରକାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ପୁରୁଷତି ଭୁମିଆଁଙ୍କ ନାମକୁ ସୁପାରିସ କରିଥିଲେ ଏସ୍‌ଡିଓ । ଲାଡରମ୍ୟାନ ଚାକିରି ପାଇଲେ ପୁରୁଷତି ଏହି ବାବଦକୁ ୨୦ ହଜାର ଟଙ୍କା ଦେବେ ବୋଲି ଏସ୍‌ଡିଓ କହିଥିଲେ। ପରେ ଏହି ଟଙ୍କା ତାଙ୍କୁ ମାଗିଥିଲେ। ସେ ଟଙ୍କା ନଥିବାରୁ ପ୍ରଥମ ମାସ ଦରମା ପାଇଲେ ଟଙ୍କା ଦେବି ବୋଲି କହିଥିଲେ। ସେହି କ୍ରମରେ ମଙ୍ଗଳବାର ସେ ପ୍ରଥମ ମାସର ଦରମା ଟଙ୍କା ପାଇଥିଲେ। ଦରମା ପାଇବା ପରେ ଏସ୍‌ଡିଓ ତାଙ୍କୁ ଟଙ୍କା ମାଗିଥିଲେ । ଘଟଣା ସମ୍ପର୍କରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏସ୍‌ଡିିଓଙ୍କୁ ଟଙ୍କା ଦେବା ବେଳେ କୋରାପୁଟ ହାତରେ ଧରାପଡିଥିଲେ। ଏସ୍‌ଡିଓଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ଅଧିକ ତଦନ୍ତ କରାଯାଉଛି। ଏନେଇ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିଓଙ୍କ କୋରାପୁଟ ଓ ଗଞ୍ଜାମ ଜିଲାରେ ଥିବା ୩ ତିନିଟି ସ୍ଥାନରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ...

ପୁରୀରେ ପହଞ୍ଚିଲା ବଉଳକାଠ

ପୁରୀ ଅଫିସ/ସାକ୍ଷୀଗୋପାଳ, ୩ା୬(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ବାହୁଟ ସେବାଲାଗି ଆବଶ୍ୟକ ବଉଳ କାଠ ଶଗଡ଼ି...

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି,...

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୫ା୯(ସ୍ବ.ପ୍ର.):ନାଉଗାଁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ...

ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ବାଲେଶ୍ୱର ଅଫିସ,୧୮ା୧୦: ସୋରର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୮୦ ଗ୍ରାମ ସୁନା, ଚାରି କିଲୋ ରୁପା ଏବଂ ନଗଦ ୧୩ ହଜାର...

ପାନ ଦୋକାନରେ ନିଆଁ ଲଗାଇ ଦେଲେ

ଜୟପୁର, ୧୫ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ ଫାମ୍ପୁଣି ହାଟପଦାଠାରେ ଥିବା ଏକ ପାନ ଦୋକାନରେ ରବିବାର ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି। ଦୋକାନ...

ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା।...

ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ

କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍‌ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ...

Advertisement
Archives

Model This Week