ମୂର୍ତ୍ତି, ଆଲୋକସଜ୍ଜା ପ୍ରମୁଖ ଆକର୍ଷଣ

ଭୁବନ, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନର ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଏବଂ ଦଶହରା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ହରପାର୍ବତୀ ପୂଜା କମିଟି। ଦୁର୍ଗାଛକ, ଗୁଜୁରୀହାଟ ପରେ ସହରର ଏହି ୩ନଂ. ମେଢ଼ ଚଳିତବର୍ଷ ୨୪ବର୍ଷରେ ପଦାର୍ପଣ କରୁଛି। ମୂର୍ତ୍ତି, ଆଲୋକ ସାଜସଜ୍ଜା, ପାରମ୍ପରିକ ପୂଜାକୁ କମିଟି ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ୭ଦିନ ବ୍ୟାପୀ ହେଉଥିବା ପୂଜାର ବିଭିନ୍ନ ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଭୁବନରେ ଚଳିତବର୍ଷ ୧୩ଟି ମେଢ଼ ହେଉଥିବାବେଳେ କେବଳ ସେଣସାହି ଓ ହରପାର୍ବତୀ ପୂଜା ପ୍ରତିଷ୍ଠାନରେ ଦେବଦେବ ମହାଦେବ, ମା’ପାର୍ବତୀଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଥାଆନ୍ତି। ଅଞ୍ଚଳର ୧୯୮୯ ବ୍ୟାଚ୍‌ର ମାଟ୍ରିକ୍‌ ଛାତ୍ରୀଛାତ୍ରମାନେ ଏହାର ଆରମ୍ଭ କରିଥିଲେ। ଏଥିଲାଗି ୫୦ରୁ ଊର୍ଦ୍ଧ୍ୱ ପିଲା ଜଣକ ପିଛା ସଂଗ୍ରହ କରିଥିଲେ ୩୦୦ ଟଙ୍କା। ମାତ୍ର ୨୦ରୁ ୨୫ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଏହି ମେଢ଼ରେ ଏବେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ତେବେ କରୋନା ପାଇଁ ଆୟ ପ୍ରଭାବିତ ହୋଇଥିବାବେଳେ ଚଳିତ ବର୍ଷ ବଜେଟ କମାଯାଇ ୩ ଲକ୍ଷ ଟଙ୍କା ରଖାଯାଇଛି। ଏହି ଅର୍ଥରେ ମୂର୍ତ୍ତି, ମେଢ଼, ଆଲୋକ ସାଜସଜ୍ଜା, ପୂଜାର୍ଚ୍ଚନା, ଭସାଣି ଅନୁଷ୍ଠିତ ହେବ। ଏଥିସହ ଚଳିତବର୍ଷ ଦରିଦ୍ର ନାରାୟଣ ସେବା ଏବଂ ଅସହାୟଙ୍କୁ ବସ୍ତ୍ରଦାନ କାର୍ଯ୍ୟକ୍ରମ ରହିଛି। ତେବେ ସଦସ୍ୟମାନେ ଦୂରଦୂରାନ୍ତରେ ରହୁଥିବାରୁ ସେମାନେ ଆସିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ପୂଜା ପ୍ରତିଷ୍ଠାନ ପକ୍ଷରୁ ପାରମ୍ପରିକ ପୂଜାକୁ ଗୁରୁତ୍ୱ ଦିଆଯାଉଛି। ଠାକୁରଙ୍କ ନିକଟରେ ନିସଙ୍ଖୁଡ଼ି ଭୋଗ ଲାଗି ହେବ। ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ। ମୂର୍ତ୍ତି ନିର୍ମାଣ ପାଇଁ ଭଦ୍ରକରୁ ମୂର୍ତ୍ତିକାର ଆସିଥିବାବେଳେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ୫୦ ଫୁଟ ଉଚ୍ଚ ଏବଂ ୨୦୦ ଫୁଟ ଓସାର ବିଶିଷ୍ଟ ସୁଉଚ୍ଚ ତୋରଣ ନିର୍ମାଣ କରାଯାଉଥିବା ପୂଜା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri