ମୂର୍ତ୍ତି ଗଢୁଛନ୍ତି କୋଲକାତା କାରିଗର

ଜଗତ୍‌ସିଂହପୁର ଅଫିସ, ୩୦ା୯:ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି,ପାର୍ବଣ ପରିବେଶ ସେତିକି ଅନୁଭୂତ ହେଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ପ୍ରାୟତଃ ପୂଜା ମଣ୍ଡପ ଓ କ୍ଲବ ପକ୍ଷରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଖେରସ (ଦେବୀ ଛକ)ସ୍ଥିତ ମା’ ଜୟଦୁର୍ଗା ସୁନାପିଲା ପୂଜା କମିଟି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଚାଲିଛି। ବିଗତବର୍ଷଗୁଡିକ ପରି ଚଳିତବର୍ଷ ଆକର୍ଷଣୀୟ ମୂର୍ତ୍ତି ଓ ଆଲୋକ ସାଜସଜ୍ଜା ହେବ। ମୂର୍ତ୍ତି ନିର୍ମାଣ ପାଇଁ ପ୍ରତିବର୍ଷ ପରି କୋଲକାତାରୁ କାରିଗର ଆସିଛନ୍ତି। ଚଳିତବର୍ଷ ମା’ ଦୁର୍ଗାଙ୍କ ୬ ଫୁଟ ଉଚ୍ଚର ମୂର୍ତ୍ତି ସାଙ୍ଗକୁ ମା’ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ମୂର୍ତ୍ତି ନିର୍ମାଣ ହେଉଛି । ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଓ ଶୃଙ୍ଖଳାର ସହ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବ। ନବମୀ ଦିନ ବେଢ଼ା କାଳିକା ଗ୍ରାମ ପରିକ୍ରମା କରିବେ। ୩ ଦିନ ଭଜନ ସମାରୋହ ଲୋକଙ୍କୁ ଆଧ୍ୟାତ୍ମିକ ପରିବେଶରେ ବାନ୍ଧି ରଖିବ। ଏ ସମ୍ପର୍କରେ କମିଟି ପକ୍ଷରୁ କୁହାଯାଇଛି, ଏହା ଜଗତ୍‌ସିଂହପୁରର ପୁରାତନ ପୂଜା ମଣ୍ଡପ ମଧ୍ୟରେ ଅନ୍ୟତମ। ୧୮୮୦ରୁ ନିରବଚ୍ଛିନ୍ନ ଭାବେ ମହାସପ୍ତମୀଠାରୁ ଏଠାରେ ମୂର୍ତ୍ତି ପୂଜା ପାଇଥାନ୍ତି । ଅତୀତରେ ମା’ଶଗଡ଼ରେ ମେଳଣ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଉଥିଲେ। ପରବର୍ତ୍ତୀ ସମୟରେ ଗାଡ଼ିି ବ୍ୟବହାର ହେଲା। ପୂଜାର ବିଶେଷତ୍ୱ ହେଉଛି ଷୋଡ଼ଶ ଉପଚାର ବିଧି ଅନୁପାଳନପୂର୍ବକ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଏ। ମୂଳାଷ୍ଟମୀ ଦିନ ଘଟ ସ୍ଥାପନା କରାଯାଏ। ଦଶହରା ସମୟରେ ଦୈନିକ ସୂର୍ଯ୍ୟପୂଜା, ଚଣ୍ଡୀପାଠ ଓ ହୋମ ଆଦି କରାଯାଏ। ନବମୀ ଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ଏନେଇ ଅଷ୍ଟମୀ ଓ ନବମୀ ଦିନ ଜଗତ୍‌ସିଂହପୁର ସହରର ସମସ୍ତ ପୂଜା କମିଟିଙ୍କୁ ଆମନ୍ତ୍ରଣ କରାଯାଏ। ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ଚାରା ବଣ୍ଟନ ସାଙ୍ଗକୁ ପରିବେଶ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇ ଚାରା ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ମା’ଙ୍କ ଭସାଣି ଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମେଳଣ ପଡିଆରେ ମୂର୍ତ୍ତି ବିସର୍ଜନ ହୋଇଥାଏ । ରୀତିନୀତି ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ ଭାଇଚାରା ମଧ୍ୟରେ ପୂଜା କରାଯାଉଥିବାରୁ ଅତୀତରେ ତତ୍କାଳୀନ ଜଗତ୍‌ସିଂହପୁର ଥାନା ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସକ ଏହି ପୂଜା ମଣ୍ଡପକୁ ସୁନାପିଲା ପୂଜା କମିଟି ନାମରେ ନାମକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri