ଧୂଳିଝଡ଼ ନେଇ ହାହାକାର, ୪ ହଜାରରୁ ଅଧିକ ହସ୍ପିଟାଲରେ ଭର୍ତ୍ତି, ସ୍କୁଲ-କଲେଜ-ଅଫିସ ବନ୍ଦ…

ବାଗ୍‌ଦାଦ, ୧୮।୫ : ଇରାକରେ ଭୟଙ୍କର ଧୂଳିଝଡ଼ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁୁ ୪ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ସୋମବାର ଘଟିଥିବା ଧୂଳିଝଡ଼ ଯୋଗୁ ସମଗ୍ର ଦେଶରେ ବିମାନବନ୍ଦର, ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ ପରଠାରୁ ଇରାକରେ ଏହା ଅଷ୍ଟମ ଧୂଳିଝଡ଼।

ଚଳିତ ମାସର ଆରମ୍ଭରେ ଧୂଳିଝଡ଼ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ହଜାରରୁ ଅଧିକ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ସୋମବାର ଧୂଳିଝଡ଼ ଯୋଗୁ ରାଜଧାନୀ ବାଗଦାଦର ଆକାଶ କମଳା ରଙ୍ଗ ପାଲଟିିଥିଲା। ଏହାର ପ୍ରଭାବ ଦକ୍ଷିଣ ଇରାକର ଶିଆ-ପ୍ରାଧାନ୍ୟ ନାଜାଫ ଏବଂ ଉତ୍ତର କୁର୍ଦ୍ଦ ସ୍ବୟଂଶାସିତ ଅଞ୍ଚଳର ସୁଲେମାନିଆ ସମେତ ଅନ୍ୟାନ୍ୟ ସହରରେ ଦେଖିବାକୁ ମିଳିଥିଲା। ଧୂଳିଝଡ଼ ଯୋଗୁ କୋଠା, କାର ଏବଂ ଘରେ ବାଲି ପ୍ରବେଶ କରିଥିଲା। ରାଜଧାନୀ ବାଗଦାଦ ସମେତ ଇରାକର ୧୮ ଟି ପ୍ରଦେଶ ମଧ୍ୟରୁ ସାତଟିରେ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ।

ଡାକ୍ତରଖାନାଗୁଡ଼ିକ ଖୋଲା ରଖାଯାଇଥିଲା ଯାହାଦ୍ୱାରା ବୃଦ୍ଧ ଓ ହୃଦ୍‌ରୋଗରେ ପୀଡ଼ିତ ବୃଦ୍ଧ ଓ ଲୋକମାନଙ୍କର ଚିକିତ୍ସା ହୋଇପାରିବ। ଇରାକର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ସୈଫ ଅଲ-ବଦରଙ୍କ ଅନୁଯାୟୀ, ୪ ହଜାରରୁ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକଙ୍କୁ ଆଇସିୟୁରେ ରଖାଯାଇଛି। ବରିଷ୍ଠ ନାଗରିକଙ୍କୁ ଧୂଳିଝଡ଼ ଯୋଗୁ ଅଧିକ କଷ୍ଟ ଭୋଗୀବାକୁ ପଡ଼ିଛି।

ମୃତ୍ତିକା କ୍ଷୟ, ପ୍ରବଳ ମରୁଡ଼ି ଏବଂ ଅଳ୍ପ ବର୍ଷା ଯୋଗୁ ଇରାକରେ ଏହି ଅବସ୍ଥା ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୮ ଜୀବନ

କଲମ୍ବିଆ,୨୨।୧୧: କଲମ୍ବିଆରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଥିଲା। ବିମାନରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ଘଟିଛି।...

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…

ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି।...

ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ...

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି।...

ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ...

ନିରୀହ ବନାମ ଶକ୍ତିଶାଳୀ ପୁଟିନ୍‌…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଗୋଟିଏ ପଟେ ୟୁକ୍ରେନ୍‌ର ନିରୀହ ଜନସାଧାରଣ...

ମୋଦିଙ୍କ ସହ ସାକ୍ଷାତ୍‌ ପରେ ୨୫୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲେ ବାହାରିନ ସରକାର

ମନାମା,୨୫।୮: ଗୋଟିଏ ପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ୟୁଏଇର ସର୍ବୋଚ୍ଚ ନାଗରିକ...

Advertisement
Archives

Model This Week