ବିଜ୍ଞାନ ପ୍ରକଳ୍ପ ଦେଲା ସଫଳତା: ରାଜ୍ୟସ୍ତରରେ  ଅଂଶ ଗ୍ରହଣ କରିବେ ୨ ଅର୍ଚ୍ଚିତା

ଦାରିଙ୍ଗବାଡି,୩୦।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ମଲିକ ଏବଂ ଦଶମ ଶ୍ରେଣୀର ଅର୍ଚ୍ଚିତା ପ୍ରଧାନ ବୋଲି ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା କହିଛନ୍ତ।
ପ୍ରକାଶ ଯେ ଦାରିଙ୍ଗବାଡି ସର୍ଗିଫୁଲ ମହୋତ୍ସବରେ କୃତିତ୍ୱ ଅର୍ଜନ ପରେ ୨ ଛାତ୍ରୀ ଫୁଲବାଣୀ ବ୍ଲକ ବୋଇଡା ବିଦ୍ୟାଳୟରେ ଆୟୋଜିତ ଜିଲା ଓ ଜୋନାଲ ସ୍ତରୀୟ ମହୋତ୍ସବରେ ଯୋଗଦାନ କରିଥିଲେ। ଏଥିରେ ଦୁହେ ଶୀତଳୀ କରଣ ଯନ୍ତ୍ର ଓ ସ୍ମାର୍ଟ ରେଇନ ପ୍ରୋଟେକ୍ଟିଭରୁପ ଯାହାକି ଚାଷୀ ମାନଙ୍କ ପାଇଁ କମ ଖର୍ଚ୍ଚରେ ଶୀତଳୀ କରଣ ଯନ୍ତ୍ର ଉପଲବ୍ଧ ହୋଇପାରିବ। ଯାହାଫଳରେ ଚାଷୀ ମାନଙ୍କର ପୋଷ୍ଟ ହରବେଷ୍ଟିଂର ଫାଇଦା ଓ ଅଧିକା ସମୟ ଫସଲକୁ ସଞ୍ଚିତ ରଖିପାରିବେ। ଭଲ ଦରରେ ବିକ୍ରି କରିବେ, ବର୍ଷା ହେଲେ ମଧ୍ୟ ସେମାନଙ୍କୁ ଫାଇଦା ହେବ । ଶୀଘ୍ର ବର୍ଷାରେ ନଷ୍ଟ ହେବନାହିଁ ବୋଲି ଗାଇଡ଼ ଶିକ୍ଷକ ଅମିର କୁମାର ଦୀପ କହିଛନ୍ତ। ଯାହାକି ଜିଲା ଓ ଜୋନାଲ ସ୍ତରରେ ଆସିଥିବା ଅନ୍ୟ ପ୍ରକଳ୍ପ ଠାରୁ ଏହି ପ୍ରକଳ୍ପକୁ ଜୁରୀ ସଦସ୍ୟମାାନେ ଅଗ୍ରାଧିକାର ଦେଇଥିଲେ।
ଜିଲାକୁ ମୋଟ ୪୨ଟି ପ୍ରକଳ୍ପ ନେଇ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରୁଥିବା ବେଳେ ସେଥିରୁ ରାଜ୍ୟକୁ ୯ ମନୋନୀତ ହୋଇଛନ୍ତି। ଜୋନାଲ ସ୍ତରରେ ୧୨ ରୁ ୧୩ ଟି ମନୋନୀତ ହୋଇଛି । ଏହି ୨ ଟିଯାକରେ ଉଲିପଦର ସେବାଶ୍ରାମ ପ୍ରଥମସ୍ଥାନ ଅଧିଗ୍ରହଣ କରିପାରିଛ। ଏହିକାର୍ଯ୍ୟକ୍ରମ ଶୁକ୍ରବାର ଏବଂ ଶନିବାର ୨ ଦିନ ଧରି ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ, ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗଦେଇ କୃତି ୨ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri