ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ବାଚନ କମିଶନ ଏବଂ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଏହି ଆଇନ ଅନୁଯାୟୀ, ଜଣେ ପ୍ରାର୍ଥୀ ଭୋଟରଙ୍କୁ ଧର୍ମ ଆଧାରରେ ଭୋଟ ଦେବା କିମ୍ବା ଭୋଟ ଦେବାକୁ ରୋକିବାର ନିବେଦନ କରିବା ଏକ ଭ୍ରଷ୍ଟ ଆଚରଣ। ଏହା ଉପରେ ସୁପ୍ରିମକୋର୍ଟ ଦୁଇଟି ରାୟ ଦେଇଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁତ୍ୱକୁ ବାଦ୍‌ ଦିଆଯାଇଛି। ପ୍ରଥମଟି ୧୧ ଡିସେମ୍ବର ୧୯୯୫ରେ ଶିବସେନାର ଡ. ରମେଶ ଯଶୱନ୍ତ ପ୍ରଭୋ ବନାମ ପ୍ରଭାକର କାଶୀନାଥ କୁଣ୍ଟେ ଏବଂ ଅନ୍ୟଟି ମନୋହର ଜୋଷୀ(ଯିଏ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ)ଙ୍କ ମାମଲାର ରାୟ। ପ୍ରଥମ ମାମଲାଟି ଥିଲା ଲୋକ ପ୍ରତିନିଧି ଆଇନ ଉଲ୍ଲଂଘନ ଅଭିଯୋଗ। ପ୍ରଭୋଙ୍କ ପାଇଁ ପ୍ରଚାର ସକାଶେ ୧୯୮୭ ନଭେମ୍ବର ଓ ଡିସେମ୍ବରରେ ବାଲ୍‌ ଠାକ୍‌ରେ ସର୍ବସାଧାରଣରେ ଦେଇଥିବା ତିନୋଟି ଭାଷଣକୁ ଆଧାରକରି ଅଭିଯୋଗ କରାଯାଇଥିଲା। ବମ୍ବେ ହାଇକୋର୍ଟ ଜାଣିବାକୁ ପାଇଲେ ଯେ ଠାକ୍‌ରେଙ୍କ ଭାଷଣ ଅତ୍ୟନ୍ତ ଅସଂଯମୀ ଏବଂ ଉସୁକାଇବା ପ୍ରବୃତ୍ତିର ଥିଲା। ପ୍ରଭୋ ଜଣେ ହିନ୍ଦୁ ଥିଲେ ଓ ସେହି ଧର୍ମ ଆଧାରରେ ତାଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ଭାଷଣରେ ନିବେଦନ କରାଯାଇଥିଲା। ଏହି ଭାଷଣ ମଧ୍ୟ ଶତ୍ରୁତା ଓ ଧର୍ମ ଆଧାରରେ ଭାରତର ନାଗରିକଙ୍କ ମଧ୍ୟରେ ଘୃଣାକୁ ପ୍ରୋତ୍ସାହିତ କରିଥିଲା। ଠାକ୍‌ରେଙ୍କ ଭାଷଣରେ ରହିଥିଲା: ‘ଆମେ ହିନ୍ଦୁଧର୍ମର ସୁରକ୍ଷା ପାଇଁ ଏହି ନିର୍ବାଚନ ଲଢ଼ୁଛୁ। ତେଣୁ ମୁସଲମାନଙ୍କ ଭୋଟ ଉପରେ ଆମେ ଧ୍ୟାନ ଦେଉନାହୁଁ। ଏହି ଦେଶ ହିନ୍ଦୁମାନଙ୍କର ଏବଂ ତାହା ହୋଇ ରହିବ।’ ଆଉ ମଧ୍ୟ କହିଥିଲେ ଯେ, ‘ଯଦିଓ ଏହି ଦେଶ ହିନ୍ଦୁମାନଙ୍କର, ତଥାପି ଏଠାରେ ରାମ ଏବଂ କୃଷ୍ଣ ଅପମାନିତ ହେଉଛନ୍ତି। ବିରୋଧୀମାନେ ତୁମ ଭୋଟ ଅପେକ୍ଷା ମୁସଲମାନ ଭୋଟର ମୂଲ୍ୟ ଅଧିକ ମଣୁଛନ୍ତି; ଆମେ ମୁସଲମାନ ଭୋଟ ଚାହୁଁନାହୁଁ। ଜନତା ପାର୍ଟିରେ ସାପ ଭଳି ଶାହାବୁଦ୍ଦିନ ବସିଛନ୍ତି, ନିହାଲ ଅହମ୍ମଦ ବି ଜନତା ପାର୍ଟିରେ ଅଛନ୍ତି। ତେଣୁ ଭିଲେ ପାର୍ଲର ବାସିନ୍ଦାମାନେ ଏହି ପାର୍ଟିକୁ ସମାଧି ଦେବା ଉଚିତ।’ ସୁପ୍ରିମକୋର୍ଟ ଉଦ୍ଧୃତ କରିଥିବା ଭାଷଣର ଆଉ ଏକ ପାରା ଥିଲା- ‘କିନ୍ତୁ ଏଠାରେ ଖଲିସ୍ତାନ ଏବଂ ମୁସଲମାନ ରୂପକ ସାପ ଉପରେ କୌଣସି ସମୟରେ କେହି ବି କିଛି କରିପାରିବେ ନାହିଁ… ସମଗ୍ର ଦେଶ ନଷ୍ଟ ହୋଇଯାଇଛି। ସେଥିପାଇଁ ଆମେ ହିନ୍ଦୁତ୍ୱର ଆଭିମୁଖ୍ୟ ଗ୍ରହଣ କରିଛୁ ଏବଂ ଏହି ଆଭିମୁଖ୍ୟକୁ ନେଇ ଆମେ ବିଧାନସଭାରେ ପ୍ରବେଶ କରିବୁ…। ହିନ୍ଦୁତ୍ୱର ସ୍ବରର ଅତ୍ୟଧିକ ଆବଶ୍ୟକତା ଅଛି ଏବଂ ସେଥିପାଇଁ ଦୟାକରି ଶିବସେନାକୁ ବିଧାନସଭାକୁ ପଠାନ୍ତୁ।’
ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ ରଦ୍ଦକରି କହିଛନ୍ତି, ଏହିସବୁ ଭାଷଣ ଲୋକ ପ୍ରତିନିଧି ଆଇନ ଉଲ୍ଲଂଘନ କରି ନ ଥିଲା। କାରଣ ହିନ୍ଦୁତ୍ୱକୁ ଅନ୍ୟ ଧାର୍ମିକ ବିଶ୍ୱାସ ପ୍ରତି ବିରୋଧତା, ଶତ୍ରୁତା କିମ୍ବା ଅସହିଷ୍ଣୁତା ଭାବେ ଚିତ୍ରଣ କରିବା କିମ୍ବା ସାମ୍ପ୍ରଦାୟିକତା ବୋଲି କହିବା, ପ୍ରକୃତ ଅର୍ଥର ଏକ ଅନୁଚିତ ବିଚାର। କାରଣ ହିନ୍ଦୁତ୍ୱକୁ ଜୀବନର ଏକ ମାର୍ଗ ଭାବରେ ବର୍ଣ୍ଣନା କରାଯାଇପାରେ, ଏହା ବ୍ୟତୀତ ଆଉ କିଛି ନୁହେଁ। ୧୯୯୫ରେ ସମାନ ଦିନରେ ଦ୍ୱିତୀୟ ରାୟ ପ୍ରକାଶ ପାଇଥିଲା। ମାମଲା ଥିଲା ମନୋହର ଜୋଷୀ ବନାମ ନୀତିନ୍‌ ଭାଉରାଓ ପାଟିଲ। ଠାକ୍‌ରେ ଏବଂ ଅନ୍ୟମାନଙ୍କ ଭାଷଣ ଯୋଗୁ ଜୋଷୀଙ୍କୁ ବମ୍ବେ ହାଇକୋର୍ଟ ଅଯୋଗ୍ୟ ଘୋଷିତ କରିଥିଲେ ଏବଂ ସୁପ୍ରିମକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଥିଲେ। ମନୋହର ଜୋଷୀ ନିଜେ ୨୪ ଫେବୃଆରୀ ୧୯୯୦ରେ ଶିବାଜୀ ପାର୍କରେ ଅନୁଷ୍ଠିତ ଏକ ସଭାରେ କହିଥିଲେ, ମହାରାଷ୍ଟ୍ରରେ ପ୍ରଥମ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହେବ। ଅନ୍ୟ ବକ୍ତାମାନେ କହିଥିଲେ, ଜୋଷୀ ନିର୍ବାଚିତ ହୋଇ ଭାଜପା-ସେନାର ଏକ ମେଣ୍ଟ ହିନ୍ଦୁ ସରକାର ପ୍ରତିଷ୍ଠା ହେଲେ ସମସ୍ତ ହିନ୍ଦୁଙ୍କୁ ଚାକିରି ଦିଆଯିବ। ଅନ୍ୟ ସବୁ ବିଶ୍ୱାସକୁ ଭାରତର ଦେଶଦ୍ରୋହୀ ତଥା ବିଶ୍ୱାସଘାତକ ବୋଲି କୁହାଯାଇଥିବା ଭିଡିଓଗୁଡ଼ିକ ଦର୍ଶାଇଥିଲା। ଏହାର ଉତ୍ତରରେ କୋର୍ଟ କହିଛନ୍ତି: ‘ଆମ ମତରେ, ମହାରାଷ୍ଟ୍ରରେ ପ୍ରଥମ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା ହେବ ବୋଲି କେବଳ ଏଭଳି ଏକ ବିବୃତି ଧର୍ମ ଆଧାରରେ ଭୋଟ ପାଇଁ ଆହ୍ବାନ ନୁହେଁ, ବରଂ ଏଭଳି ବିବୃତି କେବଳ ଏକ ଆଶାର ଅଭିବ୍ୟକ୍ତି। ତଥାପି ଏପରି ବିବୃତି ଯେତେ ଘୃଣ୍ୟ ହେଲେ ବି ଏହା ଧର୍ମ ଆଧାରରେ ଭୋଟ ପାଇଁ ଏକ ଆବେଦନ ବୋଲି କୁହାଯାଇପାରିବ ନାହିଁ। ତତ୍କାଳୀନ ପ୍ରଧାନ ବିଚାରପତି ଜେ.ଏସ୍‌. ବର୍ମାଙ୍କ ରାୟର ପ୍ରତିକ୍ରିୟାରେ ଏ.ଜି. ନୁରାନୀ ଲେଖିଛନ୍ତି, ବର୍ମାଙ୍କ ଅତ୍ୟଧିକ ଅସନ୍ତୋଷ ପରିପ୍ରକାଶ ପ୍ରାସଙ୍ଗିକ କିମ୍ବା ପ୍ରଭାବଶାଳୀ ନୁହେଁ। ଏହା ହେଉଛି ଆଇନ ଉପରେ ତାଙ୍କର ରାୟ ଏବଂ ତାଙ୍କ ମନଗଢ଼ା ତଥ୍ୟଗୁଡ଼ିକର ହେଉଛି ସମସ୍ୟା। ଉଭୟ ସ୍ପଷ୍ଟତଃ ଭୁଲ୍‌।’ ସେ ଆହୁରି କହିଛନ୍ତି; ‘ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ଖୁସିକରି ସମୟ ନଷ୍ଟ କରନ୍ତି ନାହିଁ। ସେମାନେ ଜାଣନ୍ତି ଯେ ଏହାର ଭୋଟ ପ୍ରତିଶ୍ରୁତି ଏବଂ ବଚନକୁ ନେଇ ଦିଆଯିବ। ପ୍ରଥମ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହେବ ଏହା ଆଶାର ଅଭିବ୍ୟକ୍ତି ନୁହେଁ, ବରଂ ଏକ ହିନ୍ଦୁ ବହୁଳ ଅଞ୍ଚଳରେ ଏକ ବୈଠକରେ ଶିବସେନା ନେତାଙ୍କ ପ୍ରତିଶ୍ରୁତି। ଏହା ତାଙ୍କ ଧର୍ମ ଆଧାରରେ ଭୋଟ ପାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ତ ଆଉ କ’ଣ? ଏଭଳି ଏକ ପ୍ରଶ୍ନର ଉତ୍ତର ମିଳିନାହିଁ।
ପ୍ରଭୋ ଏବଂ ଜୋଷୀଙ୍କ ରାୟକୁ ୨୦୧୬ରେ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ କହିଥିଲେ, ହିନ୍ଦୁତ୍ୱ ‘ଜୀବନର ଧାରା’ ହିନ୍ଦୁତ୍ୱ ଧାରାର ଜୀବନରେ ସଂଖ୍ୟାଲଘୁ, ଦଳିତ ଏବଂ ଆଦିବାସୀଙ୍କର ସମନ୍ବୟ ଓ ଏକତା ଦାବି କରିଥିଲା। ସେମାନେ ଆବେଦନରେ ଦର୍ଶାଇଥିଲେ ଯେ, ହିନ୍ଦୁତ୍ୱ ଜାତୀୟତା ଏବଂ ନାଗରିକତ୍ୱର ଚିହ୍ନ ପାଲଟିଛି। ଏହାର ଉପସ୍ଥାପନା ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସକୁ ହ୍ରାସ କରିଛି’। ଏହି ଚ୍ୟାଲେଞ୍ଜ ବିଫଳ ହୋଇଥିଲା। କାରଣ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମନାକରିଛନ୍ତି। ଏହାସହ ହିନ୍ଦୁତ୍ୱ ରାୟଗୁଡ଼ିକ ଲଗାତର ଭାବେ ଆର୍‌ଏସ୍‌ଏସ୍‌ ଏବଂ ଭାଜପାକୁ ଶକ୍ତି ଦେଇଛି, ଯାହାଫଳରେ ସେମାନେ ସେମାନଙ୍କ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?