ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ

ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ ବାଲୁଚିବାସୀଙ୍କ ମନରେ ପାକିସ୍ତାନ ବିରୋଧୀ ହାୱା ତୀବ୍ର ହେଉଛି। ବାଲୁଚିସ୍ତାନ ମୁକ୍ତି ସଂଗ୍ରାମର ଅଗ୍ରଦୂତ ବାଲୁଚିସ୍ତାନ ଲିବରେଶନ ଆର୍ମିକୁ ପାକିସ୍ତାନ ନିଷିଦ୍ଧ ଘୋଷଣା କରିଛି। ପାକିସ୍ତାନ ମୋଟ କ୍ଷେତ୍ରଫଳର ୪୩ ଭାଗ ଅଞ୍ଚଳ ପରିମିତ ବାଲୁଚିସ୍ତାନରେ ୧୯୪୭ରୁ ଏଭଳି ଆନ୍ଦୋଳନ ଜାରି ରହିଛି। ବାଲୁଚିସ୍ତାନବାସୀ ନିଜକୁ କେବେ ପାକିସ୍ତାନର ଅଂଶ ବା ନାଗରିକ ଭାବୁନାହାନ୍ତି। ବାଲୁଚିସ୍ତାନରେ ପ୍ରାକୃତିକ ବାଷ୍ପ ଓ ଖଣିଜ ସମ୍ପଦ ଭରି ରହିଛି। ପାକିସ୍ତାନ ଜିଡିପିର ୪ ପ୍ରତିଶତ ବାଲୁଚିସ୍ତାନର ଖଣି ଖାଦାନରୁ ଆସୁଛି। କିନ୍ତୁ ବାଲୁଚିସ୍ତାନକୁ ଜାଣିଶୁଣି ସବୁଠୁ ଅବହେଳିତ ପ୍ରଦେଶ, ଅଣ ବିକଶିତ ଅଞ୍ଚଳ କରି ରଖିଛି ପାକିସ୍ତାନ। ମୌଳିକ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ ଓ ବିକାଶ ଏଠାକାର ଲୋକଙ୍କ ପାଇଁ ସାତସପନ। ବାଲୁଚିସ୍ତାନ ଆନ୍ଦୋଳନ ସହ ଜଡ଼ିତ ବାଲୁଚି ରିପବ୍ଲିକ ପାର୍ଟି ,ବାଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ, ୟୁନାଇଟେଡ୍‌ ବାଲୁଚି ଆର୍ମି, ଲଶ୍କର-ଏ-ବାଲୁଚିସ୍ତାନ, ବାଲୁଚିସ୍ତାନ ଲିବରେଶନ ୟୁନାଇଟେଡ୍‌ ଫ୍ରଣ୍ଟ, ବାଲୁଚିସ୍ତାନ ଲିବରେଶନ ଆର୍ମିଙ୍କୁ ପାକିସ୍ତାନ ସାମରିକ ବାହିନୀ ବାରମ୍ବାର ଟାର୍ଗେଟ କରୁଛି। ସେମାନଙ୍କ ନେତାକୁ ଅପହରଣକରି ହତ୍ୟା କରାଯାଉଛି। ଗ୍ରେଟର ବାଲୁଚିସ୍ତାନ ପରିକଳ୍ପନା ସାଧାରଣତଃ ୩ ପ୍ରାନ୍ତ ଯଥା ବର୍ତ୍ତମାନ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳ ଆଫଗାନିସ୍ତାନ ଉତ୍ତରିଭାଗ ଓ ଇରାନର କିଛି ଅଞ୍ଚଳ ଯାହାକୁ ସିସ୍ଥାନ-ବାଲୁଚିସ୍ତାନ ବୋଲି କୁହାଯାଉଛି।
ବ୍ରିଟିଶ ଶାସନ ସମୟରୁ ଏଠାରେ ସ୍ବାଧୀନତା ପାଇଁ ସଂଘର୍ଷ ଜାରି ରହିଛି। ପାକିସ୍ତାନ ନିୟନ୍ତ୍ରଣରେ ଥିବା ବାଲୁଚିସ୍ତାନର ବାସିନ୍ଦାମାନେ ସାଂସ୍କୃତିକ, ସାମାଜିକ ଦୃଷ୍ଟିକୋଣରୁ ପାକିସ୍ତାନୀ ପଞ୍ଜାବୀ ଓ ପାସ୍ତୁନମାନଙ୍କଠାରୁ ଭିନ୍ନ। ବାଲୁଚିସ୍ତାନବାସୀ ସ୍ବତନ୍ତ୍ର ରାଷ୍ଟ୍ର ପାଇଁ ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କୁ ବିଚ୍ଛିନ୍ନତାବାଦୀ କହି ପାକିସ୍ତାନ ଦମନଲୀଳା ଚଳାଇଛି। ଏହି ଅଞ୍ଚଳରେ ବାରମ୍ବାର ଅସ୍ଥିରତା, ଅଶାନ୍ତି ଓ ମାନବାଧିକାର ଉଲ୍ଲଂଘନ ହେଉଛି। ଇରାନର ସିସ୍ଥାନ ପ୍ରଦେଶକୁ ଲାଗି ରହିଥିବା ବାଲୁଚିସ୍ତାନର ଅଧିକାଂଶ ଲୋକେ ନିଜକୁ ବାଲୋଚ ବୋଲି ପରିଚୟ ଦେଉଛନ୍ତି। ପାକିସ୍ତାନରେ ଆତଙ୍କବାଦ ଦମନ ପାଇଁ ପଶ୍ଚିମ ଦେଶଗୁଡ଼ିକ ଯେତିକି ଗୁରୁତ୍ୱ ଦେଉଛନ୍ତି ବାଲୁଚିସ୍ତାନର ସ୍ବତନ୍ତ୍ରତା ନେଇ ସମସ୍ତେ ଯେମିତି ନୀରବ ହୋଇଯାଇଛନ୍ତି। ୧୯୪୭ ପରଠାରୁ ପାକିସ୍ତାନ ସାମରିକ ବାହିନୀ ସଂଖ୍ୟାଲଘୁ ସିନ୍ଧ୍‌, ବାଲୁଚି ପାସ୍ତୁନ, କଶ୍ମୀର, ସାରାଇକିସ୍‌ମାନଙ୍କୁ ଗଣହତ୍ୟାକରି ଚାଲିଛନ୍ତି। ବାଲୁଚିସ୍ତାନ କେବେ ବି ପାକିସ୍ତାନର ଅଂଶ ନ ଥିଲା ବରଂ ବ୍ରିଟିଶମାନେ ପାକିସ୍ତାନ ଛାଡ଼ିବା ପରେ କାରତସମାନଙ୍କ ନେତା ଅହମ୍ମଦ ୟାର ଖାନ୍‌ ବାଲୁଚିସ୍ତାନକୁ ସ୍ବାଧୀନତା ଦେବାକୁ ବ୍ରିଟିଶମାନଙ୍କ ନିକଟରେ ଦାବି କରିଥିଲେ। ପାକିସ୍ତାନ ମଧ୍ୟ ଏଥିରେ ହସ୍ତକ୍ଷେପ କରିବନାହିଁ ବୋଲି ଅହମ୍ମଦ ଅଲ୍ଲି ଜିନ୍ନା ରାଜିନାମାରେ ସ୍ବାକ୍ଷର କରିଥିଲେ। ସ୍ବାଧୀନ ବାଲୁଚିସ୍ତାନ ପାଇଁ ରାଜିନାମା ହୋଇଥିଲା। ତେବେ ବାଲୁଚିସ୍ତାନକୁ ବିକଶିତ କରିବା ନାଁରେ ଅକ୍ଟୋବର ୧୯୪୭ରେ ଅହମ୍ମଦ ୟାର ଖାନ୍‌ଙ୍କ ସହ ରାଜିନାମା ନାଁରେ ଷଡ଼ଯନ୍ତ୍ର କରିଥିଲେ ମହମ୍ମଦ ଅଲ୍ଲି ଜିନ୍ନା। ଚକ୍ରବୂ୍ୟହରେ ଫସିଯାଇଥିଲେ ଅହମ୍ମଦ ୟାର ଖାନ୍‌। ପାକିସ୍ତାନ ଆର୍ମି ଅହମ୍ମଦ ୟାର୍‌ ଖାନ୍‌ଙ୍କୁ ଅପହରଣ ଓ ଧମକଚମକ ଦେଇ ବାଲୁଚିସ୍ତାନକୁ ପାକିସ୍ତାନର ପ୍ରଦେଶ ବୋଲି ଘୋଷଣାପତ୍ରରେ ସ୍ବାକ୍ଷର କରିନେଇଥିବା କୁହାଯାଏ। ସେବେଠାରୁ ବାଲୁଚିସ୍ତାନ ମୁକ୍ତି ଆନ୍ଦୋଳନ ଚାଲିଛି।
ଚାଇନା ପାକିସ୍ତାନ ମଧ୍ୟରେ ଚାଲିଥିବା ଅର୍ଥନୈତିକ କରିଡର ସିପିଇସି ବା ଚାଇନା-ପାକିସ୍ତାନ ଇକୋନୋମିକ କରିଡର ଯୋଜନା ବାଲୁଚିସ୍ତାନର ଗ୍ବାଦାର ବନ୍ଦର ସହ ଚାଇନାର ସୀନାଚିୟାଙ୍ଗ୍‌ ଅଞ୍ଚଳକୁ ଯୋଡ଼ିବାକୁ ଚାଇନା ମସୁଧା କରିଛି। ବାଲୁଚିସ୍ତାନ ବାସିନ୍ଦା ଚାଇନାର ଏହି ପ୍ରକଳ୍ପକୁ ଘୋର ବିରୋଧ କରୁଛନ୍ତି। ସେମାନେ ବାଲୁଚିସ୍ତାନ ଅଞ୍ଚଳରେ ଚାଇନା ନାଗରିକ, ଇଞ୍ଜିନିୟରମାନଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ମାଚ ଟାଉନ ଗ୍ବାଦାର ପୋର୍ଟ, ତୁରବତ ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ପଛରେ ବାଲୁଚି ମୁକ୍ତି ଆନ୍ଦୋଳନର କର୍ମୀ ସକ୍ରିୟ ଥିବା ଜଣାପଡ଼ିଛି। ସେମାନେ ବୃହତ୍‌ ବାଲୁଚିସ୍ତାନ ଗଠନ ପାଇଁ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ବାଲୁଚିସ୍ତାନର ପାସ୍ତୁନମାନେ ସ୍ଥାନାନ୍ତର ହୋଇଥିବା ବେଳେ ଅନେକ ବାଲୁଚିବାସୀ ବିଦେଶରେ ରହି ବାଲୁଚିସ୍ତାନ ସ୍ବାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଛନ୍ତି। ପାକିସ୍ତାନ ଚାଇନା ଅର୍ଥନୈତିକ କରିଡର ବିକାଶ ନାଁରେ ୨୦୧୩ରେ ବାଲୁଚିସ୍ତାନର ଗ୍ବାଦାର ପୋର୍ଟକୁ ବିକାଶ କରିବାକୁ ହାତ ବଢ଼ାଇଥିବା ବେଳେ ଏହି ପ୍ରକଳ୍ପ ପାରମ୍ପରିକ ବାଲୁଚି ମତ୍ସ୍ୟଜୀବୀଙ୍କ ଜୀବିକା ଛଡ଼ାଇ ନେଇଛି। ତେଣୁ ବାଧ୍ୟହୋଇ ଚାଇନା ନାଗରିକମାନଙ୍କୁ ବାଲୁଚି ଲିବରେଶନ ଆର୍ମି ନିଶାନା କରୁଛି। ବାଲୁଚିସ୍ତାନ ଅଞ୍ଚଳରେ ପାକିସ୍ତାନ ଚାଇନା ନାଗରିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ଡିଭିଜନ ପ୍ରସ୍ତୁତି କରିଛି। ବାଲୁଚି ଲିବରେଶନ ଆର୍ମି ଦ୍ବାରା ୪୦ରୁ ଅଧିକ ଚାଇନା ନାଗରିକଙ୍କୁ ହତ୍ୟା କରାଯାଇ ସାରିଲାଣି। ଚାଇନା ନିଜର ନାଗରିକଙ୍କୁ ସୁରକ୍ଷା ଦେବା ଆଳରେ ବାଲୁଚିସ୍ତାନ ଓ ଖାଇବର ଅଞ୍ଚଳରେ ସେନା ମୁତୟନ କରିଛି, ଯାହାକୁ ନେଇ ବାଲୁଚିବାସୀଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ତୀବ୍ର ହୋଇଛି। ସିପିଇସି କରିଡର ଯୋଜନାରେ ଅନେକ ପ୍ରତିବନ୍ଧକ ସହ ଚାଇନା ଏଥିରୁ ଓହରିବାକୁ ଚାହୁଁଥିବା ବେଳେ ପାକିସ୍ତାନ ହାତରୁ କାଳେ ୬ ଲକ୍ଷ କୋଟିର ପ୍ରକଳ୍ପ ଚାଲିଯିବ ସେଥିପାଇଁ ପାକିସ୍ତାନ ମିଲିଟାରି ବାଲୁଚିବାସୀଙ୍କ ଉପରେ ଦମନଲୀଳା ଚଳାଇଛି। ବାଲୁଚି ଲିବରେଶନ ଆର୍ମି ଚାଇନାର ଅନୁପ୍ରବେଶକୁ ବିରୋଧକରିବା ସହ ପାକିସ୍ତାନର ନୀରବତାକୁ ସମାଲୋଚନା କରିଛି। ନିକଟରେ ପାକିସ୍ତାନର ଖାଇବରପାଖତୁନଖ୍ବାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୫ଜଣ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ବାଲୁଚିସ୍ତାନର ଦ୍ବିତୀୟ ବଡ଼ ସାମରିକ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଥିଲେ ବାଲୁଚିସ୍ତାନ ଲିବରେଶନ ଆର୍ମି। ଶେଷରେ ଏତିକି କୁହାଯାଇପାରେ ପାକିସ୍ତାନ ନିଜକୁ ଇସ୍‌ଲାମିକ ସାଧାରଣତନ୍ତ୍ର ଦେଶର ମାନ୍ୟତା ଦେଉଥିବା ବେଳେ ବାଲୁଚିବାସୀ ନିଜକୁ ଏଥିରୁ ଦୂରେଇ ରଖୁଛନ୍ତି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri