Posted inଜାତୀୟ

ଏସବୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା

ନୂଆଦିଲ୍ଲୀ,୬ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମାମଲା ବୃଦ୍ଧି ମଧ୍ୟରେ ଉତ୍ତରପ୍ରଦେଶ ବିହାର, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ସମେତ ଅନେକ ରାଜ୍ୟ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ଜାନୁୟାରୀ ୧୫ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ବେଳେ ବିହାର ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଶିଶୁମାନଙ୍କର ଟିକାକରଣ ଏବଂ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜ୍ୟ ଘୋଷଣା କରିଛି। ୯ମରୁ ଯୁକ୍ତ ୨ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତିବନ୍ଧକ ସହିତ ଅଫ୍‌ଲାଇନ କ୍ଲାସ୍‌କୁ ଅନୁମତି ଦିଆଯାଇଛି। ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରଥମରୁ ୮ମ ଶ୍ରେଣୀ ପାଇଁ, ଅନ୍‌ଲାଇନ କ୍ଲାସ ପୁଣି ଆରମ୍ଭ ହେବ। ଏହି ପ୍ରତିବନ୍ଧକଗୁଡ଼ିକ ଜାରୁୟାରୀ ୬ରୁ ୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଉତ୍ତରପ୍ରଦେଶରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିଛି। ପୂର୍ବରୁ ଅଫଲାଇନ କ୍ଲାସ ପ୍ରଥମରୁ ୮ମ ଶ୍ରେଣୀ ପାଇଁ ବନ୍ଦ ରହିଥିଲା। କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୪ ଜାନୁୟାରୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ। ଦକ୍ଷିଣ କଶ୍ମୀରର ଗୋପାଲପୋରା ଓ ପୋମବାଇ ଗାଁରେ ସୁରକ୍ଷା...

ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା

ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା।...

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ...

୮ ଜଣଙ୍କ ବିରୋଧରେ ଆଣିଥିଲେ ମିଛ ବଳାତ୍କାର ଅଭିଯୋଗ

ଗୁରୁଗ୍ରାମ,୩୦।୧୨: ଲୋକଙ୍କ ନାମରେ ମିଛ ବଳାତ୍କାର ଅଭିଯୋଗ କରିବା ପାଇଁ ଗୁରୁଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା କଲେଜ ଛାତ୍ରୀ ପୋଲିସ...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ...

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ...

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୧ କୋଟି ଯୁବକଙ୍କ ପାଇଁ ଆସିବ ସ୍କିଲ ଯୋଜନା

ନୂଆଦିଲ୍ଲୀ, ୫।୭: ଶିକ୍ଷା ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ନୂଆ ଯୋଜନାମାନ ଆପଣାଇଛନ୍ତି। ବଜେଟ୍‌ ମୁଖ୍ୟାଂଶ -ଉଚ୍ଚଶିକ୍ଷା ପାଇଁ ୪୦୦ କୋଟିର ବ୍ୟୟ ବରାଦ,...

Advertisement
Archives

Model This Week